ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବ୍ୟବହୃତ ତିନି ରଥର ତିନିଟି ଚକ ରାଷ୍ଟ୍ରପତି ଭବନରେ ଶୋଭା ପାଇବ । ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସ୍ଥାୟୀ ପ୍ରତୀକ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ‘ନନ୍ଦିଘୋଷ’, ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ ଏବଂ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥର ଚକଗୁଡ଼ିକୁ ରାଷ୍ଟ୍ରପତି ଭବନରେ ସ୍ଥାପନ କରାଯିବା ନେଇ ମହାମହିମ ସମ୍ମତି ପ୍ରକାଶ କରିଛନ୍ତି ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।ପ୍ରତିବର୍ଷ ରଥଯାତ୍ରା ପରେ ବାର୍ଷିକ ରଥଯାତ୍ରାରେ ବ୍ୟବହୃତ ତିନିଟି ରଥକୁ ଭଙ୍ଗାଯାଏ । କାଠର କିଛି ଅଂଶ ଜଗନ୍ନାଥ ମନ୍ଦିର ରୋଷଘରେ ବ୍ୟବହୃତ ହେଉଥିବା ବେଳେ ରଥର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଭକ୍ତମାନଙ୍କ ମଧ୍ୟରେ ନିଲାମ କରାଯାଏ । ରଥଯାତ୍ରା ଉତ୍ସବ ପାଇଁ ପ୍ରତିବର୍ଷ ନୂଆ କାଠ ବ୍ୟବହୃତ ହୋଇ ନୂତନ ରଥ ନିର୍ମାଣ କରାଯାଏ ।
ରାଷ୍ଟ୍ରପତି ଭବନରେ ଶୋଭା ପାଇବ ପୁରୀ ରଥଯାତ୍ରାର ତିନି ରଥର ତିନି ଚକ
By madhulekha1 Min Read
