ତିନି ଦିନିଆ ଓଡ଼ିଶା ଗସ୍ତରେ ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପାଟି, ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ। ତେବେ 3 ଦିନିଆ ଏହି ଗସ୍ତ କାର୍ଯ୍ୟକ୍ରମରେ ଟ୍ରେନରେ ଯାତ୍ରା କରିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ଓଡ଼ିଶାରେ ଏହା ତାଙ୍କର ପ୍ରଥମ ଟ୍ରେନ୍ ଯାତ୍ରା ହେବ । ଏଥିପାଇଁ ରେଳବାଇ ପକ୍ଷରୁ ହୋଇଛି ସ୍ବତନ୍ତ୍ର ସାଲୁନ ଟ୍ରେନ ବ୍ୟବସ୍ଥା । ନୂଆଦିଲ୍ଲୀରୁ ଆସିଥିବା ଏହି ଟ୍ରେନରେ ରହିଛି ସ୍ବତନ୍ତ୍ର ସୁବିଧା । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବ୍ଲୁବୁକ୍ ଅନୁସାରେ, ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ବତନ୍ତ୍ର ସାଲୁନ ଟ୍ରେନକୁ ଏସକର୍ଟ କରିବ ଦୁଇଟି ଟ୍ରେନ ।ଆସନ୍ତାକାଲି(ମଙ୍ଗଳବାର) ସକାଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର SALOON କୋଚ୍ ଟ୍ରେନ୍ରେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି । ଏହି କୋଚ୍ରେ ତାଙ୍କର ସମସ୍ତ ଆବଶ୍ୟକୀୟ ସୁବିଧା ସହ ପରିବାର ସଦସ୍ୟ, ବ୍ୟକ୍ତିଗତ ସଚିବ, ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍ର ଆଗ ଓ ପଛରେ ପାଇଲଟ୍ ଟ୍ରେନ୍ ଚଳାଚଳ କରିବ । ଏହାଛଡ଼ା ଏକ ଷ୍ଟାଣ୍ଡବାଇ ଟ୍ରେନ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଟ୍ରେନ୍ ଚଳାଚଳ ସମୟରେ ସମ୍ପୂର୍ଣ୍ଣ ରେଳପଥକୁ ଖାଲି କରାଯିବ ଏବଂ ଅନ୍ୟ କୌଣସି ଟ୍ରେନ୍କୁ ସେହି ଲାଇନ୍ରେ ଚଳାଚଳ କରିବାକୁ ଦିଆଯିବନାହିଁ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସ୍ବତନ୍ତ୍ର ସାଲୁନ୍ ଟ୍ରେନ, କେମିତି ରହିବ ସୁରକ୍ଷା ବ୍ୟବସ୍ଥା ?
By madhulekha1 Min Read
