ଚୋର ଧରିବାକୁ ପୋଲିସ ନାକେଦମ୍। ଚୋରକୁ ଗୋଡାଇ ଗୋଡାଇ ନୟାନ୍ତ ହେଲେ ୪ଟି ଥାନାର ପୋଲିସ। ସିସିଟିଭିରେ କଏଦ ହୋଇଛି ପୂରା ଘଟଣାକ୍ରମ । ଘଟଣା ଗଞ୍ଜାମ ଜିଲ୍ଲାର । ଖଲ୍ଲିକୋଟ ଥାନା ଅଞ୍ଚଳରୁ ଚୋରି ହୋଇଥିଲା ଜେସିବି। ଖଲ୍ଲିକୋଟରୁ ଜେସିବିକୁ ନେଇ ପୁରୁଷୋତ୍ତମପୁର- କବିସୂର୍ଯ୍ୟନଗର ରାସ୍ତାରେ ଯାଉଥିଲା ଚୋର । ଖଳ୍ଲିକୋଟ ପୋଲିସ ଜାଣିବା ପରେ ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଥାନାକୁ ଜେସିବି ଚୋରକୁ ଧରିବା ପାଇଁ ସହାୟତା ମାଗିଥିଲେ ।ଚୋରକୁ କାବୁ କରିବା ପାଇଁ ଖଲ୍ଲିକୋଟ, ରମ୍ଭା, ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ୪ଟି ଥାନାର ପୋଲିସ ଲାଗିପଡିଥିଲେ। ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଇ ଚୋରକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚୋର ଜେସିବିରେ ବ୍ୟାରିକେଡ ଭାଙ୍ଗି ଫେରାର ମାରୁଥିଲା। ଶେଷରେ କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ନିକଟ ଚାଷ ଜମିରେ ଗାଡି ଛାଡି ଚୋର ଫେରାର ମାରିଥିବା ସୂଚନା ମିଳିଛି l ଚୋରକୁ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ।
