ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ଶିକ୍ଷାନୁଷ୍ଠାନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିବାଦ ଦେଖାଦେଇଛି । ଖରେ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ସମୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା । କିଛି ଛାତ୍ରୀଙ୍କୁ ବୁର୍ଖା ପିନ୍ଧି ମଞ୍ଚରେ ନୃତ୍ୟ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓର ସତ୍ୟତା ଓ ଏହା ପଛରେ ଥିବା ସମ୍ପୂର୍ଣ୍ଣ ଘଟଣାକ୍ରମ ନେଇ ତଦନ୍ତ ଆବଶ୍ୟକ ବୋଲି ଦାବି ହେଉଛି । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଥିବା ନଲେଜ୍ ବିମ୍ ଆକାଡେମୀରେ ଏହି ଘଟଣା ସାମ୍ନାକୁ ଆସିଛି ।ଭିଡିଓ ଭାଇରାଲ ହେଲା ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ରାମକୃଷ୍ଣ ମୌର୍ଯ୍ୟ ଏ ଭିଡିଓ ବାର୍ତ୍ତା ଜାରି କରି ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ, ସେ ଏବଂ ଛାତ୍ରୀମାନେ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ଏପରି କରିଛନ୍ତି । ସେମାନେ ଅନ୍ୟ କେଉଁ ସଂପ୍ରଦାୟର ଭାବନାକୁ ଆଘାତ ଦେବା ପାଇଁ ଏପରି ନୃତ୍ୟ ପରିବେଷଣ କରିନାହାଁନ୍ତି । ଭବିଷ୍ୟତରେ ଏପରି ଭୁଲ ଆଉ କେବେ ହେବନି ବୋଲି ସେ ପ୍ରକାଶ କରିଛନ୍ତି ।ମରେ ବୁର୍ଖା ଏବଂ ନକାବ ପିନ୍ଧି ନାଚ କରୁଥିବା ସମସ୍ତ ଛାତ୍ରୀ ହିନ୍ଦୁ ଅଟନ୍ତି । ସେମାନଙ୍କ ମଧ୍ୟରେ କେହି ମୁସଲିମ ଛାତ୍ରୀ ନାହାଁନ୍ତି । ଯଦି ଏହି ପ୍ରୋଗ୍ରାମ କୌଣସି ମୁସଲିମ କିମ୍ବା ହିନ୍ଦୁଙ୍କୁ ଆଘାତ ଦେଇଥାଏ ତାହାଲେ ସେ କ୍ଷମା ମାଗୁଛନ୍ତି ।
