ରାଜ୍ୟରେ ହୋଇଥିବା ବନ୍ୟାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି । ଏହି ସରକାରୀ ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୮ ଲକ୍ଷରୁ ଅଧିକ ଲୋକ ଏହି ବନ୍ୟାରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୬୩ଟି ବ୍ଲକର ୪୯୨ଟି ଗ୍ରାମ ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଅନେକ ଗାଁ ଦୀର୍ଘ ସମୟ ଧରି ଜଳବନ୍ଦୀ ରହିବା ଫଳରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ବନ୍ୟା ପାଣି ମାଡ଼ିଯିବା ଫଳରେ ପ୍ରାୟ ୩୩ ହଜାର ୪୫୦ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି, ଯାହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ସେହିପରି ରାଜ୍ୟରେ ମୋଟ ୧୧୩୨ଟି ଘର ଭାଙ୍ଗିଥିବା ନେଇ ପ୍ରାଥମିକ ଆକଳନ କରାଯାଇଛି । ରାଜ୍ୟରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି ତିନି ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି, ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନେ ଗ୍ରାଉଣ୍ଡ ଜିରୋକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
୩ ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ
By madhulekha1 Min Read
