ସାଧାରଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶିତ ହେବ ଓଡିଶାର ପ୍ରଜ୍ଞାପନ ମେଢ। ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ସ୍ଥାନ ପାଇଲା ଓଡିଶା। ଓଡିଶାର କଳାକୃତିକୁ ଆଧାର କରି ପ୍ରସ୍ତାବିତ ପ୍ରଜ୍ଞାପନ ମେଢକୁ ମଞ୍ଜୁରୀ ମିଳିଛି। ଏନେଇ ମଞ୍ଜୁରୀ ଦେଲା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ। ଜାନୁଆରୀ ୧୯ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ସିଚବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।୨୦୨୪ରୁ ୨୦୨୬ ଏହି ତିନି ବର୍ଷ ମଧ୍ୟରେ ରାଜ୍ୟଗୁଡ଼ିକ ମଧ୍ୟରେ ନିରପେକ୍ଷ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଅଂଶ ଭାବରେ ଓଡ଼ିଶାକୁ ସାମିଲ କରାଯାଇଛି। ତେବେ ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଏହାର ଅନନ୍ୟ ପରିଚୟକୁ ସାରା ଦେଶ ଆଗରେ ପ୍ରଦର୍ଶିତ କରାଇବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଉଛି।
ଦିଲ୍ଲୀ ପରେଡ୍ରେ ଚାଲିବ ଓଡିଶା ପ୍ରଜ୍ଞାପନ ମେଢ
By madhulekha1 Min Read
