ରାଜ୍ୟର ଜଣେ ଶିକ୍ଷକ ବିଶିଷ୍ଟ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତିକୁ ସରକାର ଗୁରୁତର ସହ ନେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲଗୁଡ଼ିକୁ ଚିହ୍ନଟ କରି ସେଠାରେ ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ସହ ୧୫ ଦିନ ମଧ୍ୟରେ ଏନେଇ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ର ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ନ୍ୟୂନତମ ଶିକ୍ଷକ ସଂଖ୍ୟା ଓ ନିର୍ଦ୍ଧାରିତ ଶିକ୍ଷକ-ଛାତ୍ର ଅନୁପାତ (PTR) ସୁନିଶ୍ଚିତ କରିବା ପାଇଁ ବିଭାଗ ଏହି ପଦକ୍ଷେପ ନେଇଛି।ବିଭାଗ ମତରେ, ଏଭଳି ସ୍ଥିତି ଶିକ୍ଷାଦାନର ଗୁଣାତ୍ମକ ମାନକୁ ପ୍ରଭାବିତ କରୁଥିବା ବେଳେ ଶିକ୍ଷା ଅଧିକାର ଆଇନର ବ୍ୟବସ୍ଥା ସହ ମଧ୍ୟ ସଙ୍ଗତିପୂର୍ଣ୍ଣ ନୁହେଁ | ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ଜଣେ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟଗୁଡ଼ିକର ସ୍ଥିତି ତୁରନ୍ତ ସମୀକ୍ଷା କରିବାକୁ କୁହାଯାଇଛି | ଯେଉଁଠି ଆବଶ୍ୟକ ସେଠାରେ ଶିକ୍ଷକଙ୍କ ସମନ୍ୱୟ, ବଦଳି କିମ୍ବା ନିୟୋଜନ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟରେ ନ୍ୟୂନତମ ଶିକ୍ଷକ ସଂଖ୍ୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲରେ ୧୫ ଦିନରେ ନିଯୁକ୍ତ ହେବେ ନୂଆ ଶିକ୍ଷକ
By madhulekha1 Min Read
