ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି । ଆଜିଠୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି । ରାଜସ୍ବ ଏବଂ କୃଷି ବିଭାଗର ଅଧିକାରୀ ମାନେ ଆକଳନ କରୁଛନ୍ତି । ପ୍ରାଥମିକ ଆକଳନ ୪୨ କୋଟି ୮୦ ଲକ୍ଷ ବୋଲି ଆନୁମାନିକ ଆକଳନ ହୋଇଛି । ଜିଲ୍ଲାପାଳ ମାନଙ୍କୁ ୩୬ କୋଟି ୯୮ ଲକ୍ଷ ଟଙ୍କା ପଠାଯାଇଛି । ଆଜି ଆଉ ୧୧୦ କୋଟି ଟଙ୍କା ରାଜ୍ୟ ସରକାର ପଠାଇବେ । କ୍ଷୟକ୍ଷତି ଆକଳନ ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ କାମ ଏକା ସହ ଚାଲିବ । ଗୃହ ପାଳିତ ପଶୁପକ୍ଷୀ କ୍ଷୟକ୍ଷତି ବାବଦକୁ ସରକାର ୧୨ କୋଟି ୮୮ ଲକ୍ଷ ପ୍ରଦାନ କରିବେ । ରିଲିଫ୍ ସେଣ୍ଟର ପରିଚାଳନା ପାଇଁ ୨୬ କୋଟି ଟଙ୍କା ଦିଆଯାଇଛି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସଂପୂର୍ଣ୍ଣ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ । ଆଂଶିକ କଚ୍ଚା ଘର ଭାଙ୍ଗିଥିଲେ ୪ ହଜାର, କୁଡ଼ିଆ ଭାଙ୍ଗିଥିଲେ ୮ ହଜାର ମିଳିବ ।ସେହିପରି ଫସଲ ହାନୀ ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ମିଳିବ । ମୋଟ୍ ୨୨ ଜିଲାର ୮୫ ବ୍ଲକ, ୧୪୫୮ ଗାଁ ପ୍ରଭାବିତ ହୋଇଛି । ୮ ଲକ୍ଷ ୬୩ ହଜାର ୯୦୯ ଜଣ ପ୍ରଭାବିତ ହୋଇଥିବା ନେଇ ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
ବନ୍ୟା କ୍ଷୟକ୍ଷତିର ଆକଳନ ଆରମ୍ଭ, କାହାକୁ କେତେ ଟଙ୍କା ମିଳିବ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ
By madhulekha1 Min Read
