ଭାରତୀୟ ହକି ଦଳର ଜର୍ସିର ରଙ୍ଗ ପରିବର୍ତ୍ତନ ନେଇ ରାଜନୀତି ଜୋର ଧରିଛି । ପୂର୍ବରୁ ଜର୍ସିର ରଙ୍ଗ ନୀଳ ଥିଲା । ଯାହା ଏବେ ଗେରୁଆ ରଙ୍ଗର ହୋଇଛି । ଅନେକ ପୂର୍ବତନ ଖେଳାଳି ଏବଂ ରାଜନେତା ନୂଆ ଜର୍ସିକୁ ବିରୋଧ କରୁଛନ୍ତି । ଏହାକୁ ନେଇ ଏବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି ।ନବୀନ କହିଛନ୍ତି ଯେ, ବିଜେପି ହକି ଭଳି ଜାତୀୟ ଖେଳକୁ ରାଜନୀତିକରଣ କରୁଛି । ଏହାକୁ ସେ ନିନ୍ଦା କରୁଛନ୍ତି । ଦୀର୍ଘବର୍ଷ ଧରି ଭାରତୀୟ ହକି ଦଳର ଜର୍ସିର ରଙ୍ଗ ନୀଳ ଥିଲା । ଏହାକୁ ବିଜେପି ସରକାର ଗେରୁଆ କରିଦେଇଛନ୍ତି । ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ଥିବା ନୀଳ ରଙ୍ଗ ଖାଲି ରଙ୍ଗ ନୁହେଁ ଏହା ଦେଶର କ୍ରୀଡା ଏବଂ ସଂସ୍କୃତି ସହ ଜଡିତ ।ଯେତେବେଳେ ଭାରତୀୟ ହକି ଦଳ ସଙ୍ଘର୍ଷ କରୁଥିଲା ସେତେବେଳେ ଓଡିଶା ସରକାର ଏହାର ସହଯୋଗ ପାଇଁ ହାତ ବଢାଇଥିଲେ । ଓଡିଶା ସରକାର ହକି ଟିମର ସ୍ପନସରସିପ୍ ନେଇଥିଲେ । ଏହାକୁ ନେଇ ବିଶ୍ୱର କୋଣଅନୁକୋଣରେ ରହୁଥିବା ଓଡିଆ ଗର୍ବ କରନ୍ତି । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଟିମ୍ ଅଲମ୍ପିକରେ ପଦକ ଜିତିଥିଲା । କିନ୍ତୁ ଓଡିଶାରେ ସରକାର ପରିବର୍ତ୍ତନ ହେଲା ପରେ ଦଳୀୟ ଜର୍ସିର ରଙ୍ଗରେ ପରିବର୍ଦ୍ଦନ ଗ୍ରହଣୀୟ ନୁହେଁ । ଏହା ହେଉଛି ହୀନ ରାଜନୀତି ।
ଭାରତୀୟ ହକି ଦଳର ଜର୍ସିର ରଙ୍ଗ ପରିବର୍ତ୍ତନ ଗ୍ରହଣୀୟ ନୁହେଁ – ନବୀନ
By madhulekha1 Min Read
