ପୂର୍ବରୁ ଏସଆଇ ପରୀକ୍ଷା ପ୍ରଶ୍ନ ପତ୍ର ଲିକ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି ଏଏନଏମ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଖବର ସାମ୍ନାକୁ ଆସିଛି । ଆଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଥିବାବେଳେ ଏହାର ୩ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଛି। ଅପରାହ୍ନ ୨ଟାରେ ପରୀକ୍ଷା ଥିବା ବେଳେ ପୂର୍ବାହ୍ନ ୧୧ଟାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ଆଜି ମିଡ୍ ଓ୍ବାଇଫେରି ପରୀକ୍ଷା ଥିଲା। ଅନ୍ୟପଟେ ବିଧାନସଭାରେ ଉଠିଲା ଏଏନଏମ ପ୍ରଶ୍ନପତ୍ର ଲିକ ମାମଲା। ପଏଣ୍ଟ ଅଫ ଅର୍ଡରରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ରାଜନ ଏକ୍କା । ପରୀକ୍ଷାକୁ ବାତିଲ କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କଲେ ।
ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଲିକ୍ ହୋଇଗଲା ANM ପ୍ରଶ୍ନପତ୍ର
By madhulekha1 Min Read
