ରାଉରକେଲା ସହରସ୍ଥିତ ସରକାରୀ ସର୍କିଟ୍ ହାଉସ୍ରେ ଜଣେ ‘ଆଡଲ୍ଟ ଫିଲ୍ମ’ ଅଭିନେତ୍ରୀଙ୍କ ରହଣି ଘଟଣାରେ ପୋଲିସ୍ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଏସ୍ପି (SP) ପାହ୍ୟାର ଅଧିକାରୀଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି।ଏହି ସର୍କିଟ୍ ହାଉସରେ ପଶ୍ଚିମବଙ୍ଗର ଚଳଚ୍ଚିତ୍ର ଅଭିନେତ୍ରୀ ଟିନା ନନ୍ଦୀଙ୍କ ରହଣିକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ପ୍ରାୟ ବର୍ଷକ ପୂର୍ବେ ଅଭିନେତ୍ରୀ ଖୋଦ୍ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଏହାକୁ ଅପଲୋଡ୍ କରିଥିଲେ । ଏବେ ସେହି ଭିଡିଓ ପ୍ରବଳ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି। ଭିଜିଲାନ୍ସ SP ଙ୍କ ପୁଅ ଆଶିଷ ମହାନ୍ତି ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ବନ୍ଧୁ ମାର୍ଟିନ କହିଥିଲେ ରାଉରକେଲାରେ ଉଦଘଟାନ ହେବାକୁ ଥିବା ଗହ ଅଳଙ୍କାରକୁ ଆସିବେ ଜଣେ ଅଭିନେତ୍ରୀ। ତେଣୁ ତାଙ୍କ ରହିବା ପାଇଁ ସେ ସର୍କିଟ୍ ହାଉସ୍ ବୁକ୍ କରିଥିଲେ । ପରେ ପାନପୋଷ ଉପ ଜିଲାପାଳଙ୍କ ଅଫିସରୁ ଅଭିଯୋଗ ଆସିବାପରେ porn star Tina ନନ୍ଦୀ ସର୍କିଟ ହାଉସ ଛାଡିଥିଲେ ।ଗତ ବର୍ଷ ଡିସେମ୍ବର ମାସରେ ସର୍କିଟ୍ ହାଉସ୍ରେ ଉକ୍ତ ଅଭିନେତ୍ରୀଙ୍କ ରହିବା ପାଇଁ କିପରି ବ୍ୟବସ୍ଥା କରାଯାଇଥିଲା ଏବଂ କକ୍ଷ ଆବଣ୍ଟନ ସମୟରେ ନିୟମାବଳୀ ପାଳନ କରାଯାଇଥିଲା କି ନାହିଁ, ସେନେଇ ତଦନ୍ତକାରୀ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି। ତେବେ ପଚରାଉଚରା ପାଇଁ ଟ୍ରାଭେଲ୍ ଏଜେନ୍ସିର ମାଲିକ, ଅବସରପ୍ରାପ୍ତ ଅଧିକାରୀଙ୍କ ପୁଅ ଓ ଘରୋଇ ସଂସ୍ଥାର ଜଣେ ସହ-ମାଲିକଙ୍କୁ ଅଟକ ରଖିଥିଲା।
