୬ ବର୍ଷ ପରେ ପୁଣିଥରେ ଚୀନରୁ ଦିଲ୍ଲୀକୁ ଉଡ଼ିବ ବିମାନ । ୨୧ ତାରିଖରୁ ଚାଇନା ସଦର୍ଣ୍ଣ ଏୟାରଲାଇନ୍ସ ଗୁଆଙ୍ଗଜୋ ଏବଂ ନୂଆଦିଲ୍ଲୀ ମଧ୍ୟରେ ନିୟମିତ ଯାତ୍ରୀବାହୀ ବିମାନ ସେବା ପୁନଃଆରମ୍ଭ କରୁଛି । ଫ୍ଲାଇଟ୍ CZ359 ଗୁଆଙ୍ଗଜୋରୁ ସ୍ଥାନୀୟ ସମୟ ଅପରାହ୍ନ ୩:୩୫ ରେ ବାହାରି ସନ୍ଧ୍ୟା ୭:୦୦ ରେ ଦିଲ୍ଲୀରେ ପହଞ୍ଚିବ । ଫ୍ଲାଇଟ୍ CZ360 ନୂଆଦିଲ୍ଲୀରୁ ଗୁଆଙ୍ଗଜୋ ଦିଲ୍ଲୀରୁ ରାତି ୮ଟା୨୦ ରେ ବାହାରି ପରଦିନ ସକାଳ ୪:୧୫ ରେ ପହଞ୍ଚିବ । ଏହି ସେବା ଆରମ୍ଭ ହେବା ପରେ ଏହି ଏୟାରଲାଇନ୍ସ ଦକ୍ଷିଣ ଏସିଆର ୮ଟି ଗୁରୁତ୍ୱପୂର୍ଣ୍ଣ ରୁଟ୍ ରେ ସପ୍ତାହକୁ ୧୦୦ ରୁ ଅଧିକ ବିମାନ ଚଳାଚଳ କରିବ । ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଯାତ୍ରାକୁ ଅଧିକ ସହଜ କରିବ ।ଭାରତ ଚଳିତ ବର୍ଷ ବ୍ରିକ୍ସର ଅଧ୍ୟକ୍ଷତା କରୁଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱର ବଡବଡ ନେତା ସାମିଲ ହେଉଛିନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭାରତ ଆସିଛନ୍ତି ।ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ୭ ବର୍ଷ ପରେ ଭାରତରେ ପହଞ୍ଚିଛନ୍ତି । ସନ୍ଧ୍ୟା ସାଢେ ୭ଟାରେ ବ୍ରିକ୍ସ ରାଷ୍ଟ୍ରାଧ୍ୟକ୍ଷଙ୍କ ଡିନର ପାର୍ଟି ହେବ ।
