ସରିଲା ସ୍ନାନଯାତ୍ରା, ଆଜିଠୁ ଅଣସର ଦର୍ଶନ । ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବା ପରେ ବିଳମ୍ବିତ ରାତି ଯାଏଁ ହାତୀବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ । ଆଜିଠୁ ୧୫ଦିନ ଅଣସର ଦର୍ଶନ ଚାଲିବ । ଏହି ୧୫ ଦିନ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିବ ଭକ୍ତ ମାନଙ୍କ ଗହଳିଚହଳି ।ବିଶ୍ୱାସ ରହିଛି ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳେ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ।
ଆଜିଠୁ ଅଣସର ଦର୍ଶନ ; ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ଼
By madhulekha
ଧର୍ମ
