୮୩ତମ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ଇଭେଣ୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ‘ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା’ । କାଲିଫର୍ନିଆର ବେଭର୍ଲି ହିଲ୍ସସ୍ଥିତ ବେଭର୍ଲି ହିଲଟନ୍ ହୋଟେଲରେ ଅନୁଷ୍ଠିତ ଏହି ପୁରସ୍କାର କାର୍ଯ୍ୟକ୍ରମରେ ପ୍ରିୟଙ୍କା ଚୋପ୍ରା ପ୍ରେଜେଣ୍ଟର ଭାବରେ ଯୋଗ ଦେଇଥିଲେ । ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦମ୍ପତି ହାତ ଧରି କାର୍ଯ୍ୟକ୍ରମରେ ପ୍ରବେଶ କରିଥିଲେ ଏବଂ ରେଡ୍ କାର୍ପେଟରେ ଷ୍ଟାଇଲ୍ ପୋଜ୍ ଦେଇ ପ୍ରଶଂସକମାନଙ୍କୁ ଆକର୍ଷିତ କରିଥିଲେ । ଏହାପରେ, ପୁରସ୍କାର ସମାରୋହରୁ ପ୍ରିୟଙ୍କା ଏବଂ ନିକଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବା ପରେ, ନିକ୍ ପ୍ରିୟଙ୍କାଙ୍କ ସହିତ ଏକ ଦମଦାର୍ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦୁହେଁ ଖୁସିରେ ନାଚୁଥିବାର ଦେଖିବାକୁ ମିଳୁଛି । ନିକ୍ ଏବଂ ପ୍ରିୟଙ୍କାଙ୍କୁ ଏକାଠି ନାଚୁଥିବାର ଦେଖିବାକୁ ମିଳୁଛି । ନିକ୍ ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଟ୍ରେଣ୍ଡ କରୁଛି ଏବଂ ପ୍ରଶଂସକମାନେ ସେମାନଙ୍କୁ ଏକ ପାୱାର କପଲ ବୋଲି କହୁଛନ୍ତି ।
୮୩ତମ ଗୋଲ୍ଡେନ୍ ଗ୍ଲୋବ୍ ୨୦୨୬ ଆୱାର୍ଡରେ ଦେଶୀ ଗାର୍ଲଙ୍କ ଜଲୱା
By madhulekha1 Min Read
