୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଗୁଜୁରାଟର ଏକତା ନଗରଠାରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଇଁ ଏହି ସମାରୋହ ଦିଲ୍ଲୀ ବାହାରେ କରାଯାଇଛି । ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଆର୍ଟିକିଲ୍ ୩୭୦କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଫିଲ୍ମ ପାଇଁ ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।ବିଭିନ୍ନ ବର୍ଗରେ ମୋଟ ୯୨ ଜଣ ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା ।ଧନୁଷ ଏହି ସମାରୋହରେ ସାଉଥ୍ ଇଣ୍ଡିଆନ୍ ଷ୍ଟାଇଲର ଧଳା ସାର୍ଟ ଏବଂ ଧଳା ଧୋତି ପିନ୍ଧିଥିବାର ନଜର ଆସିଥିଲେ । ଧନୁଷଙ୍କୁ ତାଙ୍କ ଫିଲ୍ମ ‘ରାୟନ୍’ ପାଇଁ ବେଷ୍ଟ ତାମିଲ ଫିଲ୍ମର ନ୍ୟାସନାଲ ଅୱାର୍ଡ ମିଳିଛି । ଧନୁଷଙ୍କୁ ‘କ୍ୟାପଟେନ୍ ମିଲର୍’ରେ ତାଙ୍କ ପ୍ରଦର୍ଶନ ପାଇଁ ସ୍ପେଶାଲ ମେନସନ୍ ମଧ୍ୟ ମିଳିଛି ।ରଣଦୀପ ମଧ୍ୟ ଧଳା ରଙ୍ଗର ସୁଟ୍ ପିନ୍ଧିଥିବାର ନଜର ଆସିଥିଲେ । ପୁରସ୍କାରକୁ ନେଇ ରଣଦୀପ କହିଛନ୍ତି, “ଏହି ଅୱାର୍ଡ ମୋ ପାଇଁ ଖୁବ୍ ଖାସ୍, କାରଣ ଏହା ମୋର ପ୍ରଥମ ପୁରସ୍କାର ।” ରଣଦୀପଙ୍କୁ ‘ସ୍ୱାତନ୍ତ୍ର୍ୟ ବୀର ସାବରକର’ ପାଇଁ ବେଷ୍ଟ ଡେବ୍ୟୁ ଡାଇରେକ୍ଟରର ନ୍ୟାସନାଲ ଅୱାର୍ଡ ମିଳିଛି ।
