ଅମିତାଭ ବଚ୍ଚନ ହିନ୍ଦୀ ସିନେମାର ‘ମେଗାଷ୍ଟାର’ ଭାବରେ ପରିଚିତ। ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଏକ ବ୍ଲଗ୍ ପୋଷ୍ଟ ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଭ୍ରମ। ତାଙ୍କ ଲେଖାରେ ଥିଲା—‘It’s late, time to retire’। ବାସ୍, ଏହି ଲାଇନ୍ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆରମ୍ଭ କି ଅଭିନୟ ଜଗତକୁ ବିଦାୟ କହିବାକୁ ଯାଉଛନ୍ତି କି ବିଗ୍ ବି?
ଏହାକୁ ନେଇ ଫ୍ୟାନ୍ମାନଙ୍କ ଚିନ୍ତା ବଢ଼ିବା ଭିତରେ ଏବେ ନିଜେ ସ୍ପଷ୍ଟୀକରଣ ଦେଇଛନ୍ତି ଅମିତାଭ ବଚ୍ଚନ। ତାଙ୍କ କହିବା ଅନୁସାରେ, ‘ରିଟାୟର୍’ ଶବ୍ଦକୁ ଅଭିନୟରୁ ଅବସର ସହ ଯୋଡ଼ିବା ଠିକ୍ ନୁହେଁ। ତାଙ୍କ ଲେଖାର ଅର୍ଥ ଥିଲା ବିଶ୍ରାମ ନେବା ସନ୍ଦର୍ଭରେ। ଏହି ଭୁଲ୍ ବ୍ୟାଖ୍ୟାକୁ ନେଇ ହୋଇଥିବା ଆଲୋଚନାକୁ ସେ ହାସ୍ୟାସ୍ପଦ ବୋଲି ମଧ୍ୟ କହିଛନ୍ତି।ଚଳଚ୍ଚିତ୍ର ସେଟ ହେଉ କିମ୍ବା ସୋସିଆଲ ମିଡିଆ ଦୁନିଆ, ହିନ୍ଦୀ ସିନେମାର ମେଗାଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣ ସବୁଠାରୁ କମ ବୟସର କଳାକାରମାନଙ୍କୁ ମଧ୍ୟ ଟକ୍କର ଦେଇଥାଏ। ସେ X (ଟୁଇଟର), ଇନଷ୍ଟାଗ୍ରାମ ଏବଂ ଫେସବୁକ ଭଳି ପ୍ଲାଟଫର୍ମରେ ସକ୍ରିୟ ରୁହନ୍ତି ଏବଂ ନିୟମିତ ଭାବେ ନିଜ ପ୍ରଶଂସକଙ୍କ ପାଇଁ ବ୍ଲଗ ମଧ୍ୟ ଲେଖନ୍ତି। ତଥାପି, ଲୋକମାନେ ବେଳେବେଳେ ତାଙ୍କ ବ୍ଲଗ ପୋଷ୍ଟଗୁଡ଼ିକୁ ଭୁଲ ଭାବରେ ବୁଝିଥାନ୍ତି।
ତାଙ୍କର ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ, ଅମିତାଭ ବଚ୍ଚନ ‘କଲ୍କି ୨୮୯୮ ଏଡି’ (Kalki 2898 AD) ଚଳଚ୍ଚିତ୍ର (ଏବଂ ଏହାର ପରବର୍ତ୍ତୀ ଭାଗ ବା ସିକ୍ୱେଲ)ର ଏକ ଅଂଶ ଅଟନ୍ତି। ପ୍ରଶଂସକମାନେ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ‘କଲ୍କି ୨’ (Kalki 2) କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
