ଜଗତସିଂହପୁର ସଦର ଥାନା ଅଞ୍ଚଳରେ ବିଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ତନାଘନା । କାଠିଆପଡ଼ା ଗାଁର ସସ୍ମିତା ଦାସଙ୍କୁ ହତ୍ୟା କରିଥିବା ପାରିପାଶ୍ବିକ ସ୍ଥିତିରୁ ଜଣାପଡିଛି ।ମୃତ ଯୁବତୀ ପଡିଶା ଘରକୁ ଯାଉଥିବା କହି ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଗାଁର ଏକ ବିଲରେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ପ୍ରେମ ଜନିତ ଘଟଣାକୁ ନେଇ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବତୀଙ୍କ ବାପାଙ୍କୁ ଜନୈକ ଯୁବକ ପୂର୍ବରୁ ଝିଅକୁ ମାରି ଦେବାକୁ ଧମକ ଦେଇଥିବାର ସେ ଅଭିଯୋଗ କରିଛନ୍ତି । ଖୁବ ଶୀଘ୍ର ଘଟଣାର ପର୍ଦାଫାସ ହେବ ବୋଲି ପୋଲିସ କହିଛି ।ଗତ ୧୯ ତାରିଖରେ ମୃତ ଯୁବତୀଙ୍କ ନିର୍ବନ୍ଧ ସରିଥିବା ବେଳେ, ହଠାତ ନିଖୋଜ ହେବା ଏବଂ ମୃତଦେହ ମିଳିବା ନେଇ ସସପେନସ ଲାଗି ରହିଛି ।
ନିର୍ବନ୍ଧ ସରିଥିଲା ଆଉ କିଛି ଦିନ ପରେ ହୋଇଥାନ୍ତା ବାହାଘର!ଯୁବତୀଙ୍କ ବେକ କାଟି ମାରିଲା କିଏ ?
By madhulekha1 Min Read
