ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ରାହାମ ବଜାରରେ ଏକ ଭଡ଼ା ଘରେ ଦେହ ବ୍ୟବସାୟ ଘଟଣା ସାମନାକୁ ଆସିଛି । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଜଣେ ରାଣୀ ମହୁମାଛି ସମେତ ୪ ଜଣ ଦେହଜୀବୀ, ଜଣେ ଗ୍ରାହକ ଏବଂ ଘର ମାଲିକଙ୍କୁ ପୋଲିସ କରିଛି ଗିରଫ। ତିର୍ତୋଲ ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ ଓ ଯାଞ୍ଚ ହୋଇଥିଲା । ଏହି ରାକେଟ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ? କେଉଁଠାରୁ ଦେହଜୀବୀ ମାନେ ଆସୁଥିଲେ । ଗ୍ରାହକମାନେ କେତେ ଟଙ୍କା ଦେଉଥିଲେ ସବୁର ଖୋଳତାଡ଼ କରୁଛି ତିର୍ତୋଲ ପୋଲିସ ।
ଜଗତସିଂହପୁର ଜିଲ୍ଲାରେ ଦେହ ବ୍ୟବସାୟ ! ଚଡ଼ାଉ କଲା ପୋଲିସ
By madhulekha1 Min Read
