ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୁକ୍ତକୁ କଡ଼ା ଶାସ୍ତି । ଏନକାଉଣ୍ଟର କରି ମାରିଦେଲା ପୁଲିସ । ଗତକାଲି ରାତିରେ କୋଲକାତାର ବାରୁଇପୁର ଉପକଣ୍ଠରେ ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି।ମଧ୍ୟରାତ୍ରିରେ, ସିନ୍ ରିକ୍ରିଏସନ ପାଇଁ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ଏହି ସମୟରେ, ସେ ପୋଲିସଠାରୁ ଏକ ବନ୍ଧୁକ ଛଡ଼ାଇ ପୋଲିସ ଉପରେ ଗୋଟିଏ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା। ଯାହାଫଳରେ ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ନିହତ ହୋଇଥିଲା।ଦୋଷୀକୁ ଏଭଳି ଦଣ୍ଡ ଦିଆଯିବା ଉଚିତ୍ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
ପଶ୍ଚିମବଙ୍ଗରେ ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର କରି ମାରିଦେଲା ପୁଲିସ
By madhulekha1 Min Read
