ଜବତ ଗଞ୍ଜେଇ ହେରଫେର ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ଏନେଇ ରାଜ୍ୟ ଗୃହ ବିଭାଗ ଏହି ନିଲମ୍ବନ ଆଦେଶ ଜାରି କରିଛି । ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ବିଭାଗ ଆଇଜିଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବେ । ନିକଟରେ ସତୀଶ ଇନ୍ସପେକ୍ଟରରୁ ଡିଏସ୍ପି ପଦବୀକୁ ପଦୋନ୍ନତି ପାଇଥିଲେ। ମିଳିଥିବା ସୂଚନା ଅନୁସାରେ ସଦର ଥାନା ପୋଲିସ ୬ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା। ସେଥିରୁ ୨ କୁଇଣ୍ଟାଲର ହିସାବ ମିଳୁନାହିଁ । ସତୀଶ ଏହି କାର୍ଯ୍ୟରେ ଲିପ୍ତଥିବା ନେଇ ଜଣାପଡିବା ପରେ ତାଙ୍କ ନାମରେ ସରକାରଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ସେହି ଅନୁସାରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ତାଙ୍କ ନାମରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।
ଜବତ ଗଞ୍ଜେଇ ହେରଫେର ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହେଲେ ଥାନା ଅଧିକାରୀ
By madhulekha
ଅପରାଧ
