Author: madhulekha

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଭକ୍ତଙ୍କ ପାଇଁ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଝରଣାର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ମନ୍ଦିରକୁ ଯିବା ରାସ୍ତାରେ ପାଣିର ସ୍ରୋତ ବିପଦଜନକ ହୋଇପଡ଼ିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ଗେଟ୍‌ରେ ତାଲା ପକାଯାଇଛି । ଭକ୍ତମାନଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି । ଫଳରେ ଦର୍ଶନ ପାଇଁ ଆସିଥିବା ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରିଯାଇଛନ୍ତି । ସ୍ଥାନୀୟ ପ୍ରଶାସନ ମଧ୍ୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଜଳସ୍ତର ସ୍ୱାଭାବିକ ହେବା ପରେ ପରିସ୍ଥିତିର ସମୀକ୍ଷା କରି ପୁଣି ଥରେ ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ମିଳିଛି ।

Read More

ଗତ କିଛି ମାସ ଧରି ସୁନା ମୂଲ୍ୟ ସ୍ଥିର ଭାବରେ ହ୍ରାସ ପାଉଛି ।ଜାନୁଆରୀରେ ଭାରତରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ପ୍ରାୟ ୧୮୦,୦୦୦ର ଶୀର୍ଷରେ ପହଞ୍ଚିଛି । ବର୍ତ୍ତମାନ ସୁନା ମୂଲ୍ୟ ୧.୪୩ ଲକ୍ଷକୁ ହ୍ରାସ ପାଇଛି । ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରୁ ୩୭ ହଜାରକୁ ହ୍ରାସ ପାଇଛି । ଗତ କିଛି ମାସ ଧରି ସୁନା ମୂଲ୍ୟ ସ୍ଥିର ଭାବରେ ହ୍ରାସ ପାଉଛି । ଆମେରିକା ଫେଡେରାଲ ରିଜର୍ଭର ସୁଧ ହାର ନୀତି ମଧ୍ୟ ସୁନା ମୂଲ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି । ସୁନା କୌଣସି ସୁଧ କିମ୍ବା ଲାଭାଂଶ ପ୍ରଦାନ କରେ ନାହିଁ । ତେଣୁ ଯେତେବେଳେ ସୁଧ ହାର ଅଧିକ ଥାଏ, ନିବେଶକମାନେ ଭଲ ରିଟର୍ଣ୍ଣ ସହିତ ବିକଳ୍ପ ଆଡକୁ ମୁହାଁଇଥାନ୍ତି । ଏହା କାରଣରୁ ବର୍ତ୍ତମାନ ସୁନା ଚାପରେ ଅଛି । ଫେଡ୍ ଅଧ୍ୟକ୍ଷ କେଭିନ୍ ୱାର୍ଶ କହିଛନ୍ତି…

Read More

ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି। ନବୀନ କହିଛନ୍ତି, ପାଠ୍ୟପୁସ୍ତକରେ ଅନେକ ଗୁରୁତର ତ୍ରୁଟି ରହିଛି ଏବଂ ଏହା ପାଇଁ ସରକାର ନୈତିକ ଦାୟିତ୍ୱ ନେବା ଉଚିତ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଇସ୍ତଫା ଦେଇ ଏକ ଉଦାହରଣ ସୃଷ୍ଟି କରିବାକୁ ମଧ୍ୟ ସେ ଆହ୍ୱାନ କରିଛନ୍ତି।ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଗତ ତିନି ସପ୍ତାହ ଧରି ଲଗାତାର ଦାବି ହୋଇଆସୁଥିବା ବେଳେ, ଆଜି ଦିନ ୧୨ଟା ୧୫ ମିନିଟରେ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ।ସେପଟେ ଏହାକୁ ନେଇ ନବୀନଙ୍କୁ ଭାଜପା କଡ଼ା ଟାର୍ଗେଟ କରିଛି। ଭାଜପା ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ନିଜ ସରକାର ସମୟରେ ଅନେକ ଥର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। କେବଳ ନିଜ…

Read More

କକରୋଚ୍ ଜନତା ପାର୍ଟି ପରେ ଏବେ ଇ୨୦ ଜନତା ପାର୍ଟି ।କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଇସ୍ତଫା ଦାବି ନେଇ ସେମାନେ ଧାରଣା ଦେବାକୁ ଯାଉଛନ୍ତି । ଜନତାଙ୍କୁ କିପରି ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବ ସେଦିଗରେ ଏହି ଆନ୍ଦୋଳନ କରାଯିବ ବୋଲି ନୂଆ ପାର୍ଟି କହିଛି ।ଏହି ଆନ୍ଦୋଳନକୁ ଦିଲ୍ଲୀର ଟାକ୍ସି ଏବଂ ଟୁରିଷ୍ଟ୍ ଟ୍ରାନ୍ସପୋର୍ଟର୍ସ ଏବଂ ଟୁର୍ ଅପରେଟର ଆସୋସିଏସନ ସମର୍ଥନ ଦେଇଛି । ସେମାନେ ପାର୍ଲିଆମେଣ୍ଟ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ତେବେ ଅଗଷ୍ଟ ୪ ତାରିଖରେ ମୋର୍ଚ୍ଚା ସଂସଦ ଅଭିମୁଖେ ବାହାରିବ ।ଡିକ ନୂଆ ପେଟ୍ରୋଲ ପାଇଁ ଖରାପ ହେବାକୁ ବସିଲାଣି । ଅନ୍ୟ ଦିଗରେ ଇ୨୦ ଜନତା ପାର୍ଟିର ଲୋକପ୍ରିୟତା ଧିରେ ଧିରେ ବୃଦ୍ଧି ପାଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ୍ ଏକ୍ସରେ ଏହାର ୨୫ ହଜାର ଫଲୋଅର୍ସ ଯୋଡ଼ି ହୋଇ ରହିଛନ୍ତି । ଏହି ଗ୍ରୁପ୍…

Read More

ଆଜି ହେଉଛି ରସଗୋଲା ଦିବସ । ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ ପାଳିତ ହେଲା ରସଗୋଲା ଦିବସ । ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ଶେଷ ନୀତି ନୀଳାଦ୍ରି ବିଜେ ଅବସରେ ରସଗୋଲା ଦିବସ ପାଳନ କରାଯିବ । ଏହି ଉତ୍ସବ ପୂର୍ବରୁ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା କଳାକାର ତଥା ପଦ୍ମଶ୍ରୀ ସମ୍ମାନିତ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳରେ ୭ ଫୁଟ ଉଚ୍ଚର ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଦେଖାଯାଇଛି । ଏହି କଳାରେ ହ୍ୟାପି ରସଗୋଳା ଦିବସ ବାର୍ତ୍ତା ଦିଆଯାଇଛି । ତେବେ ବାଲୁକା କଳାରେ ମହାପ୍ରଭୁ ରଥଯାତ୍ରାରୁ ଫେରିବା ପରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଅର୍ପଣ କରୁଥିବା ଦୃଶ୍ୟକୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି । ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କଳାକୃତି ନିର୍ମାଣ କରାଯାଇଛି…

Read More

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।ନବୀନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶୋକ ପ୍ରକାଶ କରି କହିଛନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ସୁଶାନ୍ତ ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଙ୍ଗଠକ ତଥା ଲୋକପ୍ରିୟ ନେତାଙ୍କୁ ହରାଇଲା। ବିଜୁ ଜନତା ଦଳକୁ ମଜଭୁତ କରିବା ସହ ଲୋକଙ୍କ ସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।…

Read More

ଆଜି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସୃଷ୍ଟି ହେଲା ଗଭୀର ଅବପାତ । ଅବପାତ ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଅପରାହ୍ନ ସୁଦ୍ଧା ଏହି ଗଭୀର ଅବପାତ ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରି ଅଧିକ ଘନୀଭୂତ ହୋଇଛି । ସାଗର ଦ୍ୱୀପଠାରୁ ପ୍ରାୟ ୪୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ଥିଲା । ଉପକୂଳ ଆଡ଼କୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଗଭୀର ଅବପାତ ଆଜି ପୂର୍ବାହ୍ନରୁ ମଧ୍ୟାହ୍ନ ମଧ୍ୟରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିପାରେ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ହେବା ସହ ଅନେକ ସ୍ଥାନରେ ପ୍ରବଳରୁ ଅତି…

Read More

ଆଜି ନୀଳାଦ୍ରୀ ବିଜେ। ୨୭ ଦିନ ଶୂନ୍ୟ ପଡ଼ିଲାଣି ଶ୍ରୀମନ୍ଦିର ରତ୍ନବେଦି । ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ପରେ ଅଣସର ଘରେ ଗୁପ୍ତ ନୀତି ପରକୁ କାଳିଆସାଆନ୍ତଙ୍କ ଜନ୍ମବେଦି ଲୀଳାଖେଳା ମଧ୍ୟ ଶେଷ ହେଲା । ଏଣିକି ନୀଳକନ୍ଦରକୁ ଫେରିଯିବେ ନୀଳାଦ୍ରିନାଥ । ପ୍ରବେଶ କିମ୍ବା ଆସନ ଗ୍ରହଣ କରିବା । ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଏହି ପର୍ବ ଶ୍ରୀଜିଉମାନଙ୍କର ମାନବୀୟ ଲୀଳାର ଏକ ଚିତ୍ତାକର୍ଷକ ପ୍ରତୀକ । ରଥଯାତ୍ରା ଆରମ୍ଭରେ ହେଉଥିବା ‘ଧାଡ଼ି ପହଣ୍ଡି’ ନୀଳାଦ୍ରି ବିଜେର ପହଣ୍ଡି ସମ୍ପୂର୍ଣ୍ଣ ଭିନ୍ନ। ନୀଳାଦ୍ରି ବିଜେରେ ‘ଗୋଟି ପହଣ୍ଡି’ ନୀତି ଅନୁଷ୍ଠିତ ହୋଇଥାଏ । ଜଣେ ଦେବତା ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ଭିତରକୁ ବିଜେ କରିସାରିବା ପରେ ହିଁ ଅନ୍ୟ ଜଣଙ୍କର ପହଣ୍ଡି ଆରମ୍ଭ ହୁଏ । ସର୍ବପ୍ରଥମେ ପ୍ରଭୁ ସୁଦର୍ଶନଙ୍କୁ ସିଂହାସନକୁ ନିଆଯାଏ । ତାଙ୍କ ପରେ ବଡ଼ଠାକୁର ଶ୍ରୀବଳଭଦ୍ର ଗାମ୍ଭୀର୍ଯ୍ୟମୟ ଚାଲିରେ ଶ୍ରୀମନ୍ଦିରକୁ ପ୍ରବେଶ…

Read More

ସୁବର୍ଣ୍ଣ ମୁକୁଟ, ସୁବର୍ଣ୍ଣ ଶ୍ରୀହସ୍ତ, ସୁବର୍ଣ୍ଣ ଶ୍ରୀପୟର । ଶଙ୍ଖ, ଚକ୍ର, ଗଦା। ଅଙ୍ଗେ ଅଙ୍ଗେ ଅପାର ଐଶ୍ୱର୍ଯ୍ୟ। ରଥ ଉପରେ ହୋଇଛି ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇ ରଥ ଉପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସୁନାବେଶ ଅବସରରେ ବଡ଼ଦାଣ୍ଡରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଦେଶର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ।ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା କୁହାଯାଏ। ତିନିଠାକୁରଙ୍କୁ ଶ୍ରୀଭୁଜ ଓ ଶ୍ରୀପୟର ସହିତ ବଡତଢାଉ ନାମକ କଣ୍ଠମାଳା, ରତ୍ନପଦକ, ସୁବର୍ଣ୍ଣ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି,କଣ୍ଠି ମାଳ, ମର୍କତ ଯାଉଁଳି, ବଳା, ବାହୁଟି,କାନ୍ତ,ଜରକବର ଓ କଟି ମେଖଳା ଆଦି ୧୩୮ପ୍ରକାର ରତ୍ନ ଅଳଙ୍କାର ଲାଗି ହୋଇଛି। ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତ…

Read More

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି ଓ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ।ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱରେ ରହିଛନ୍ତି।ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ପାଞ୍ଚଥର ସାଂସଦ ନିର୍ବାଚିତ ଯୋଶୀ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଥିଲେ। ଯୋଶୀଙ୍କ ଜନ୍ମ ୧୯୬୨ ମସିହାରେ କର୍ଣ୍ଣାଟକର ଏକ ବ୍ରାହ୍ମଣ ପରିବାରେ ହୋଇଥିଲା। ସେ ୨୦୦୪ ମସିହାରେ ଚତୁର୍ଦ୍ଦଶ ଲୋକସଭା ପାଇଁ ନିର୍ବାଚିତ ହେବା ପରେ ଜାତୀୟ ରାଜନୀତିରେ ପାଦ ରଖିଥିଲେ।

Read More