ଆଜି ନୀଳାଦ୍ରୀ ବିଜେ। ୨୭ ଦିନ ଶୂନ୍ୟ ପଡ଼ିଲାଣି ଶ୍ରୀମନ୍ଦିର ରତ୍ନବେଦି । ଶ୍ରୀବିଗ୍ରହଙ୍କ ସ୍ନାନ ଯାତ୍ରା ପରେ ଅଣସର ଘରେ ଗୁପ୍ତ ନୀତି ପରକୁ କାଳିଆସାଆନ୍ତଙ୍କ ଜନ୍ମବେଦି ଲୀଳାଖେଳା ମଧ୍ୟ ଶେଷ ହେଲା । ଏଣିକି ନୀଳକନ୍ଦରକୁ ଫେରିଯିବେ ନୀଳାଦ୍ରିନାଥ । ପ୍ରବେଶ କିମ୍ବା ଆସନ ଗ୍ରହଣ କରିବା । ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଅନୁଷ୍ଠିତ ହେଉଥିବା ଏହି ପର୍ବ ଶ୍ରୀଜିଉମାନଙ୍କର ମାନବୀୟ ଲୀଳାର ଏକ ଚିତ୍ତାକର୍ଷକ ପ୍ରତୀକ । ରଥଯାତ୍ରା ଆରମ୍ଭରେ ହେଉଥିବା ‘ଧାଡ଼ି ପହଣ୍ଡି’ ନୀଳାଦ୍ରି ବିଜେର ପହଣ୍ଡି ସମ୍ପୂର୍ଣ୍ଣ ଭିନ୍ନ। ନୀଳାଦ୍ରି ବିଜେରେ ‘ଗୋଟି ପହଣ୍ଡି’ ନୀତି ଅନୁଷ୍ଠିତ ହୋଇଥାଏ । ଜଣେ ଦେବତା ସମ୍ପୂର୍ଣ୍ଣ ଭାବେ ଶ୍ରୀମନ୍ଦିର ଭିତରକୁ ବିଜେ କରିସାରିବା ପରେ ହିଁ ଅନ୍ୟ ଜଣଙ୍କର ପହଣ୍ଡି ଆରମ୍ଭ ହୁଏ । ସର୍ବପ୍ରଥମେ ପ୍ରଭୁ ସୁଦର୍ଶନଙ୍କୁ ସିଂହାସନକୁ ନିଆଯାଏ । ତାଙ୍କ ପରେ ବଡ଼ଠାକୁର ଶ୍ରୀବଳଭଦ୍ର ଗାମ୍ଭୀର୍ଯ୍ୟମୟ ଚାଲିରେ ଶ୍ରୀମନ୍ଦିରକୁ ପ୍ରବେଶ…
Author: madhulekha
ସୁବର୍ଣ୍ଣ ମୁକୁଟ, ସୁବର୍ଣ୍ଣ ଶ୍ରୀହସ୍ତ, ସୁବର୍ଣ୍ଣ ଶ୍ରୀପୟର । ଶଙ୍ଖ, ଚକ୍ର, ଗଦା। ଅଙ୍ଗେ ଅଙ୍ଗେ ଅପାର ଐଶ୍ୱର୍ଯ୍ୟ। ରଥ ଉପରେ ହୋଇଛି ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇ ରଥ ଉପରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ସୁନାବେଶ ଅବସରରେ ବଡ଼ଦାଣ୍ଡରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଦେଶର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ।ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା କୁହାଯାଏ। ତିନିଠାକୁରଙ୍କୁ ଶ୍ରୀଭୁଜ ଓ ଶ୍ରୀପୟର ସହିତ ବଡତଢାଉ ନାମକ କଣ୍ଠମାଳା, ରତ୍ନପଦକ, ସୁବର୍ଣ୍ଣ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ପଲ୍ଲବ, ମୁଦି,କଣ୍ଠି ମାଳ, ମର୍କତ ଯାଉଁଳି, ବଳା, ବାହୁଟି,କାନ୍ତ,ଜରକବର ଓ କଟି ମେଖଳା ଆଦି ୧୩୮ପ୍ରକାର ରତ୍ନ ଅଳଙ୍କାର ଲାଗି ହୋଇଛି। ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଭକ୍ତ…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି ଓ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷାମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ।ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱରେ ରହିଛନ୍ତି।ସରକାରଙ୍କ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ପାଞ୍ଚଥର ସାଂସଦ ନିର୍ବାଚିତ ଯୋଶୀ ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଥିଲେ। ଯୋଶୀଙ୍କ ଜନ୍ମ ୧୯୬୨ ମସିହାରେ କର୍ଣ୍ଣାଟକର ଏକ ବ୍ରାହ୍ମଣ ପରିବାରେ ହୋଇଥିଲା। ସେ ୨୦୦୪ ମସିହାରେ ଚତୁର୍ଦ୍ଦଶ ଲୋକସଭା ପାଇଁ ନିର୍ବାଚିତ ହେବା ପରେ ଜାତୀୟ ରାଜନୀତିରେ ପାଦ ରଖିଥିଲେ।
ଜାତୀୟ ସ୍ତରରେ ପରୀକ୍ଷା ଅନିୟମିତତା ଏବଂ ବିଶେଷକରି NEET ପ୍ରଶ୍ନପତ୍ର ଲିକ୍ ବିବାଦକୁ କେନ୍ଦ୍ର କରି ଚାଲିଥିବା ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସେ ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାପରେ ଓଡ଼ିଶାର ରାଜନୈତିକ ମହଳରେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ମଧ୍ୟ ଏହି ଘଟଣାରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।ଏଥିରେ ସେ କହିଛନ୍ତି, ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ, ବିଶେଷକରି Gen-Zଙ୍କୁ ଅଭିନନ୍ଦନ ଜଣାଉଛି। ଜନମତ ପ୍ରତି ଉତ୍ତରଦାୟିତ୍ୱ ଏବଂ ସମ୍ବେଦନଶୀଳତା ଏକ ଦୃଢ଼ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ। ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି। ଆମ ଲୋକଙ୍କ ବିଶେଷକରି ଯୁବପିଢ଼ିଙ୍କ ସ୍ବର ଶୁଣିବାକୁ ଯୋଗ୍ୟ। ଭାରତର ଭବିଷ୍ୟତ ଯୁବପିଢ଼ିଙ୍କର। ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି ବୋଲି ନବୀନ ତାଙ୍କ…
କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସୋନମ ୱାଙ୍ଗଚୁକ ନିଜ ପ୍ରଥମ ପ୍ରତିକ୍ରିୟାରେ ଏହାକୁ ଗଣତନ୍ତ୍ରର ଏକ ବଡ଼ ବିଜୟ ବୋଲି ବର୍ଣ୍ଣନା କରିଛନ୍ତି । ସେ ନିଜର ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଏହା ଲୋକତନ୍ତ୍ରରର ବିଜୟ । ଏହା ଶାନ୍ତି, ଧୈର୍ଯ୍ୟ ଏବଂ ଦୃଢ଼ତାର ବିଜୟ । ସେ ଆନ୍ଦୋଳନରେ ସାମିଲ ହୋଇଥିବା CJP ଏବଂ ଦେଶର ଜେନ୍ Z ପିଢ଼ିଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରିଥିବା ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା କେବଳ ଆରମ୍ଭ । ଏବେ ସରକାରଙ୍କ ଦାୟିତ୍ୱ ହେଉଛି ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା, ପେପର ଲିକ୍ ଭଳି ଘଟଣାକୁ ସମ୍ପୂର୍ଣ୍ଣ ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ପୁଣି ଫେରାଇ ଆଣିବା । ଲୋକମାନେ ଭୟ ଏବଂ ଭୟର ଭୟକୁ ତ୍ୟାଗ କରି ଦେଶର ପ୍ରତ୍ୟେକ କୋଣରୁ ଗଣତାନ୍ତ୍ରିକ ଅଧିକାର ପାଇଁ ଏକଜୁଟ ହୋଇଛନ୍ତି…
ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ସାମ୍ନାକୁ ଆସିବା ପରେ ମାନସମନ୍ଥନ ଆରମ୍ଭ ହୋଇଯାଇଛି । ପ୍ରଥମେ ଦକ୍ଷ ବିଶେଷଜ୍ଞମାନଙ୍କୁ ଚୟନ କରାଯାଇ କର୍ମଶାଳା ସରିଛି । ଏବେ ସଂଶୋଧନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସେଥିଲାଗି ଟେଣ୍ଡର ଡାକିଛି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆର୍ଟି) । ପୁଣି ଘରୋଇ ଫାର୍ମ ତଥା ପ୍ରିଣ୍ଟିଂ ପ୍ରେସ୍କୁ ଏହି ସଂଶୋଧନ ଦାୟିତ୍ୱ ଦିଆଯିବ । ଟେଣ୍ଡର ପାଇବାର ଏକମାସ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କୁହାଯାଇଛି । ଅର୍ଥାତ୍ ସେପ୍ଟେମ୍ବରରୁ ଅକ୍ଟୋବର ମାସ ସୁଦ୍ଧା ପୁସ୍ତକ ସଂଶୋଧନ ପ୍ରକ୍ରିୟା ଶେଷ ହେବ । ପରେ ପ୍ରିଣ୍ଟିଂ ପାଇଁ ପ୍ରେସ୍କୁ ଯିବ ବୋଲି ସୂଚନା ରହିଛି ।୨୬ ତାରିଖରେ ଟେଣ୍ଡର ଆବେଦନର ଶେଷ ତାରିଖ ରହିଛି । ୨୭ ତାରିଖରେ ଆବେଦନ କରିଥିବା ବିଡର୍ଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯିବ । ବିଡ୍ ଖୋଲିବା ତାରିଖଠୁ ଏହାର ବୈଧତା ୭ ଦିନ…
ରାଜଧାନୀ ଭୁବନେଶ୍ୱରରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସରକାରୀ ସ୍ୱୀକୃତିପ୍ରାପ୍ତ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟଙ୍କ ନାମରେ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ, ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ଦୀର୍ଘ ଦିନ ଧରି ନିଜ କ୍ଷମତାର ଅପବ୍ୟବହାର କରି କିଛି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ପିଲାମାନେ ନିଜର ଅକ୍ଷମତା ଯୋଗୁଁ ସହଜରେ କାହାକୁ କିଛି କହିପାରୁନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିଲେ। ତେବେ ଏହି ଘଟଣା କୌଣସି ପ୍ରକାରେ ବାହାରକୁ ଆସିବା ପରେ ପରିବାର ଲୋକେ ଏବଂ ସ୍ଥାନୀୟ ସାମାଜିକ କର୍ମୀମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଅଭିଯୋଗ ପାଇବା କ୍ଷଣି OSCPCR ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛି। ଆୟୋଗର…
ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ଗତିଶୀଳତାକୁ ବଡ଼ ପ୍ରୋତ୍ସାହନ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କୁ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କାର ଅନୁଦାନ ମଞ୍ଜୁର କରିଛି ଭାରତ ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ । ଏହି ଅର୍ଥରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରାଯିବ । ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଏହି ଅର୍ଥ ପ୍ରଦାନ କରାଯାଇଛି ।ଓଡ଼ିଶାରେ ‘ପିଏମ୍ ଇ-ଡ୍ରାଇଭ୍’ ଯୋଜନା ରୂପାୟନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି । ଏହି ଯୋଜନା ଅଧୀନରେ ଆଥି ର୍କ ସହାୟତା ପାଇଁ ଏସ୍ଟଏ ଦ୍ୱାରା ଦାଖଲ ହୋଇଥିବା ପ୍ରସ୍ତାବକୁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ଅନୁମୋଦନ କରିଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ସହରର ୧୭୦ଟି ସ୍ଥାନରେ ପବ୍ଲିକ ଇଭି ଚାର୍ଜିଂ ଷ୍ଟେସନ ଓ ଏଥିରେ ୬୮୮ଟି ଇଭି ଚାର୍ଜର ଏବଂ ୪ଟି ବ୍ୟାଟେରୀ ସ୍ୱାପିଂ ଷ୍ଟେସନ୍…
NEET ପ୍ରଶ୍ନପତ୍ର ଲିକ୍ ଓ ଆନ୍ଦୋଳନ ଭିତରେ ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିରୋଧୀ ଦଳ, ଛାତ୍ର ସଂଗଠନ ଓ ସିଜେପିର କ୍ରମାଗତ ବିକ୍ଷୋଭ ଓ ଚାପ ଆଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ଏହି ସୂଚନା ଦେବା ସହ ଇସ୍ତଫାର କାରଣ ମଧ୍ୟ ଦର୍ଶାଇଛନ୍ତି।ଧର୍ମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଲେଖିଛନ୍ତି ଯେ, ବିଗତ ଚାରି ଦଶନ୍ଧି ଧରି ସେ ଶିକ୍ଷା ସଂସ୍କାର ପାଇଁ ସମର୍ପିତ ରହିଛନ୍ତି । ୩ ମେ’ ୨୦୨୬ରେ ଅନୁଷ୍ଠିତ NEET ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ମାମଲାର ତଦନ୍ତ ସିବିଆଇକୁ ଦିଆଯିବା ସହ ୨୧ ଜୁନରେ ପୁନଃ ପରୀକ୍ଷା କରାଯାଇଥିଲା । କିନ୍ତୁ କିଛି ଲୋକ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ…
ଶୁକ୍ରବାର ଦିନ କମର୍ସିଆଲ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।ଜାହାଜରେ ମୋଟ ୧୦ ଜଣ କ୍ରୁ ସଦସ୍ୟ ଥିଲେ, ସେମାନଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଥିଲେ ।ଅନ୍ୟ ୨ ଜଣ ସୁରକ୍ଷିତ ଅଛନ୍ତି । କମର୍ସିଆଲ ଜାହାଜ MV OMORFI ଜୁଲାଇ ୧୮ ତାରିଖ ଦିନ ବ୍ଲାକ୍ ସି’କୁ ପରିବହନ କରୁଥିଲା । ସେହି ସମୟରେ ଋଷିଆ ଆଞ୍ଚଳିକ ଜଳସୀମା ମଧ୍ୟରେ ଏହି ଆକ୍ରମଣ ହୋଇଥିଲା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ।ସେପଟେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ବିଦେଶ ମନ୍ତ୍ରଣାଳୟ । ଏଥିସହ ନିରୀହ ବାଣିଜ୍ୟିକ ଜାହାଜ ଓ କ୍ରୁ ସଦସ୍ୟଙ୍କୁ ଟାର୍ଗେଟ୍ କରି ହେଉଥିବା ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି । ଏପରି ଘଟଣା ସମୁଦ୍ର ନୌଚଳାଚଳର ସୁରକ୍ଷା ଓ ଆନ୍ତର୍ଜାତିକ ବାଣିଜ୍ୟର ସ୍ୱାଧୀନତା ପାଇଁ…