Author: Madhulekha

କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଭୀମଦାଶପୁର ପଞ୍ଚାୟତର କୁସୁପୁର ଗାଁର ଦେବପ୍ରସାଦ ଦାସଙ୍କ ଘରୁ ୫ଫୁଟର ଏକ ନାଗଶାପ ସହ ୮ଟି ନାଗଛୁଆକୁ ଉଦ୍ଧାର କଲେ Snake Rescue ର ଶୁଭେନ୍ଦୁ ସ୍ୱାଇଁ ।ତାଙ୍କ ସିଡ଼ି ଘରର ଏକ କୋଣରେ ଏକ ନାଗସାପ ଓ ଛୁଆ ବୁଲୁଥିବା ଦେଖି ଭୟଭୀତ ହୋଇ ଯାଇଥିଲେ ପରିବାର ଲୋକେ । ଦୁଇ ଗୋଟି ନାଗଛୁଆକୁ ଦେବ ପ୍ରସାଦ ନିଜେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଜାଣିବାକୁ ପାଇଲେ ଆଉ ଅଧିକ ନାଗସାପ ଛୁଆ ଏବଂ ବଡ଼ ନାଗସାପ ଅଛି । ତେଣୁ ଦେବପ୍ରସାଦ କଟକର Snake Rescue ର ଶୁଭେନ୍ଦୁ ସ୍ୱାଇଁଙ୍କୁ ଫୋନ କରି ଜଣାଇଥିଲେ । ପରେ ସେ ପହଁଚି ପ୍ରଥମେ ୫ ଫୁଟର ଏକ ନାଗଶାପ ସହ ୬ଟି ନାଗଶାପ ଛୁଆକୁ ଉଦ୍ଧାର କରିଥିଲେ ।

Read More

ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି । ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଗଲା । ତେବେ ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି ତଥା ନୀତି ବହୁଳତା ଦୃଷ୍ଟିରୁ ଆସନ୍ତାକାଲି “ସନ୍ଧ୍ୟା ଦର୍ଶନ” ଥିବାରୁ ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ ବୋଲି ସୂଚନା ମିଳିଛି । ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ ।

Read More

ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଗୁରୁବାର ରାତିରେ ଗିରଫ ହୋଇଛନ୍ତି। ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲା ପରେ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ତେବେ । ଡିସିପି ଅଫିସ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଜଗନ୍ନାଥ ପ୍ରଧାନ। ମୁଁ ତଦନ୍ତରେ ସହଯୋଗ କରିବାକୁ ଆସିଛି। ମୋ ଗିରଫଦାରୀରେ ଯଦି ସମସ୍ୟାର ସମାଧାନ ହେବ ତା ହେଲେ ମୁଁ ସହଯୋଗ କରିବି। ଅନ୍ୟପଟେ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନରେ ତାଙ୍କ ସମର୍ଥକ ରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯିବା ପରେ କ୍ୟାପିଟାଲ ହସ୍‌ପିଟାଲକୁ ନିଆଯାଇଥିଲା। ଏହା ପରେ ତାଙ୍କୁ ଝାଡ଼ପଡ଼ା ଜେଲକୁ ନିଆଯାଇଛି।

Read More

ଚିକିତ୍ସା ପାଇଁ ସ୍ବାମୀଙ୍କୁ ନେଇ ପହଞ୍ଚିଥିଲେ କଟକ ଏସସିବି କୁନି ପୁଅକୁ ସାଙ୍ଗରେ ଧରି, ଅନେକ ଦିନ ଚିକିତ୍ସା ପରେ ସ୍ଵାମୀ ସେଠାରେ ମୃତ୍ୟୁ ବରଣ କଲେ, ସ୍ଵେଚ୍ଛାସେବୀଙ୍କ ସହଯୋଗ କ୍ରମେ ନିକଟସ୍ଥ ଶ୍ମଶାନରେ ତାଙ୍କ ସ୍ଵାମୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା , ଜୁଇରେ ନିଆଁ ଦେଇ ଛାତିକୁ ପଥର କରି ଏକ ମୁହାଁ ହୋଇ ପୁଅକୁ ଧରି ଫେରୁଥିବାର ଏ ଦୃଶ୍ୟ ଖୁବ୍ ହୃଦୟ ବିଦାରକ.. କିନ୍ତୁ ସବୁ ପରେ ତାଙ୍କ ପଥର ହୃଦୟ ଭିତରେ ଭରି ରହିଥିବା ଅସୀମ ଧୈର୍ଯ୍ୟ ସାହସକୁ ସଭିଏଁ ଅନୁଭବ କରିପାରିବେ ନିଶ୍ଚିତ… ନାରୀ ନୁହଁ ସେ ନାରାୟଣୀ..

Read More

କଟକ ରାଜେନ୍ଦ୍ର ନଗର ଅଞ୍ଚଳର ଶିବ ଶଙ୍କର ସାହୁ ନିଜ ପୁଅର ବାଇକ୍ କିଣିବା ଜିଦି କୁ ପୂରଣ କରିବା ପାଇଁ ସାଇକେଲ କୁ ବାଇକ୍ ର ରୂପ ଦେଇଛନ୍ତି। ଅବଶ୍ୟ ସାଇକେଲ ଭଳି ପ୍ୟାଡେଲ୍ ରେ ଏହା ଚାଲୁଛି କିନ୍ତୁ ବଡି ଟି ପୁରା ବାଇକ୍ ଭଳି। ବାଇକ୍ ସାଇକେଲ ତିଆରି କରିବା ପାଇଁ ପାଖାପାଖି ୨ ମାସ ସମୟ ଲାଗିଥିବା ବେଳେ ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ସବୁଠାରୁ ବଡ଼ କଥା ହେଲା କି ଅନେକ ଥର ପୋଲିସ ବାଇକ୍ ହେଲମେଟ ଚେକିଂ ବେଳେ ଶିବ ଶଙ୍କର ଙ୍କୁ ଧରିଛନ୍ତି। ହେଲେ ସାଇକେଲ ଜାଣିବା ପରେ ସମ୍ମାନ ସହ ଛାଡି ଦେଇଛନ୍ତି।

Read More

ଭିଜିଲାନ୍ସ ଜାଲରେ ୩୦୦୦ ଟଙ୍କା ଲାଞ୍ଚ ନେଇ ଫସିଲେ ତାଳଚେର ଥାନା ଏଏସଆଇ ଧରଣୀଧର ରଥ | ଥାନା ଭିତରେ ମାଡି ବସିଲା ଭିଜିଲାନ୍ସ| ଥାନାରୁ ମୁକୁଳିବା ପାଇଁ ନେଉଥିଲେ ଲାଞ୍ଚ ତେବେ ତାଙ୍କ ପୈତୃକ ଘର ଓ ଭଡା ଘରେ ଚଢ଼ାଉ ଜାରି |

Read More

ଆଞ୍ଚଳିକ ପାଣିପାଗ ବିଭାଗର ସତର୍କ ସୂଚନା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ଏହାସହ ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡ଼ାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Read More

ଲଗାଣ ବର୍ଷା ପାଇଁ ପ୍ରଭାବିତ ହୋଇଛି ପରିବା ବଜାର। ଆବଶ୍ୟକ ଅନୁସାରେ ପରିବା ଆସି ପାରୁନାହିଁ । ଆଉ ଯାହା ଆସୁଛି ସେସବୁ ପଚି ସଢି ଯାଉଛି। ଯାହା ଫଳରେ ଆକାଶ ଛୁଆଁ ହୋଇଛି ପନି ପରିବା ଦର। ବଜାରରେ ଏବେ ପୋଟଳ 70 ଟଙ୍କାକୁ ବାଇଗଣ 80 , ବିଲାତି 50କୁ କାଙ୍କଡ଼ 80 , ଜହ୍ନି 60 , କଖାରୁ 50 , କଲରା 80 ଟଙ୍କା ରହିଛି । କଟକରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟ ବାହାରର ପରିବା ଉପରେ ନିର୍ଭର କରୁଛନ୍ତି ବ୍ୟବସାୟୀ । ଫଳରେ କିଣା ଅଧିକ ଯୋଗୁ ବିକ୍ରୟ ମଧ୍ୟ ଅଧିକ ଟଙ୍କାରେ କରାଯାଉଛି । ଯେ ପର୍ଯ୍ୟନ୍ତ ନୂଆ ପରିବ ଅମଳ ନହୋଇଛି ସେ ପର୍ଯ୍ୟନ୍ତ ଦର ବୃଦ୍ଧି ପାଇବ ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି।ଆନ୍ଧ୍ର, କୋଲକାତା, ରାଞ୍ଚି, ରାୟପୁର, ବାଙ୍ଗାଲୋର ଭଳି ଜାଗାରୁ…

Read More

ଭୁବନେଶ୍ୱରସ୍ଥ ଆଇଆରସି ଭିଲେଜ ଠାରେ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ଗଣଶିକ୍ଷାମନ୍ତ୍ରୀ ତଥା ଶବରୀ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେଯେ, ଓଡ଼ିଆ ଅସ୍ମିତା ଏବଂ ସ୍ୱାଭିମାନକୁ ଆଦିବାସୀ ସଂସ୍କୃତି ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆମ ସରକାର ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠନ କରି ୨୦୦ କୋଟି ଲେଖାଏଁ ଅନୁଦାନ ପ୍ରଦାନ କରିଛନ୍ତି। ଏଥିରୁ, ଦକ୍ଷିଣ ଓଡିଶା, ବିଶେଷ ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶର ଗତି ଦ୍ରୁତତର ହେବ…

Read More

ଘାନା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାନା ରାଷ୍ଟ୍ରପତିଙ୍କ ପତ୍ନୀ ଲୋର୍ଡିନା ମାହାମାଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି । ଏହି ଉପହାରର ଓଡ଼ିଶା ସହ ଏକ ସମ୍ପର୍କ ରହିଛି । ଉପହାରଟି ହେଉଛି କଟକରେ ନିର୍ମିତ ଏକ ଚମତ୍କାର ରୁପା ତାରକସୀ କାର୍ଯ୍ୟ ହୋଇଥିବା ପର୍ସ। ରୁପା ତାରକସୀ ହସ୍ତଶିଳ୍ପ ପାଇଁ ସାରା ବିଶ୍ୱରେ କଟକର ପ୍ରସିଦ୍ଧି ରହିଛି। ଏଠାକାର କାରିଗରମାନେ ୫୦୦ ବର୍ଷରୁ ଅଧିକ ସମୟ ଧରି ନିଖୁଣ ରୁପା ତାରକସୀ କାମ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଦେଇଥିବା ଉପହାରଟି କୁଶଳୀ କାରୀଗରଙ୍କ ଦ୍ୱାରା ଅତ୍ୟନ୍ତ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ଅତି ପତଳା ରୁପା ତାରରେ ତିଆରି ହୋଇଥିବା ସୂକ୍ଷ୍ମ ଫୁଲ ଏବଂ ସୁନ୍ଦର ଡିଜାଇନ କରାଯାଇଛି। ପର୍ସଟି ଖୁବ୍‌ ହାଲୁକା ଓ ଦୀର୍ଘସ୍ଥାୟୀ ହେବା ସହିତ ଏହାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋହର।ବର୍ତ୍ତମାନ ଏହାକୁ ପର୍ସ ଭଳି ଆଧୁନିକ ଉପକରଣରେ ଉପଯୋଗ କରାଯାଉଛି…

Read More

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ସହ ସବୁ ରାଜ୍ୟର ସମବାୟ ମନ୍ତ୍ରୀଙ୍କ ବୈଠକ ହୋଇଛି। ଜାତୀୟ ସ୍ତରରେ ଅନୁଷ୍ଠିତ ଏହି ବେଅଠକରେ ଓଡ଼ିଶାରୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ। ତେବେ ଦିଲ୍ଲୀରୁ ଫେରି ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟର ସବୁ ପଞ୍ଚାୟତରେ ଗଠନ ହେବ ସମବାୟ ସମିତି। ସବୁ ସମବାୟ ସମିତିରେ ହେବ ମଲ୍ଟିପୁଲ୍ ବ୍ୟବସାୟ। ସମିତିରେ LPG ଗ୍ୟାସ୍ ବିତରଣ ଓ ଔଷଧ ଦୋକାନ ରହିବ। ପେଟ୍ରୋଲ୍ ପମ୍ପ୍‌, ଜନ ସେବା କେନ୍ଦ୍ର, ଡାଇରୀ ଫାର୍ମ, ଦୁଗ୍ଧ ବିତରଣ ବ୍ୟବସ୍ଥା ରହିବ। ଲୋକଙ୍କ ଘର ପାଖରେ ସୁବିଧା ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ। ଲାଭ ପାଇଁ ନୁହେଁ, ସେବା ପାଇଁ କାମ କରିବ ସମବାୟ ସମିତି। ଏଥିସହ ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ବ୍ୟାଙ୍କ ବୋଲି କହିଛନ୍ତି ପ୍ରଦୀପ ବଳ ସାମନ୍ତ।

Read More

ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜମି ବିବାଦ ଓ ଅବୈଧ ସମ୍ପର୍କ ପାଇଁ ଜଣେ ବୋହୁ ନିଜ ଶାଶୁଙ୍କୁ ଜଘନ୍ୟ ଭାବେ ହତ୍ୟା କରିଛି। ପୁଲିସ୍ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂଜା ଜାଦବ ଓ ତାଙ୍କ ଭଉଣୀ କମଲା ଏବଂ କମଲାଙ୍କ ପ୍ରେମିକ ଅନିଲ ବର୍ମାଙ୍କୁ ଗିରଫ କରିଛି। ପୂଜାଙ୍କ ଶାଶୁଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ପୂଜାଙ୍କର ଭୟଙ୍କର ଅପରାଧର କାହାଣୀ ।୫ ବର୍ଷ ପୂର୍ବରୁ ପୂଜାଙ୍କ ବିବାହ ହୋଇଥିଲା । ଦିନେ ସ୍ବାମୀଙ୍କ ସହ ପୂଜାର ଝଗଡ଼ା ହେଲା ପୂଜା ରାଗିଯାଇ ତା’ର ସ୍ବାମୀକୁ ଗୁଳି କରିଦେଲା । ଏହି ମାମଲାରେ ଆଜିଯାଏଁ ପୂଜା କୋର୍ଟ କଚେରିର ଚକ୍କର କାଟୁଛି । ପରେ ପରେ କଲ୍ୟାଣ ନାମକ ଯୁବକ ସହ ପୂଜାର ପରିଚୟ ହୁଏ ଏବଂ ଏହି ପରିଚୟ ପ୍ରେମରେ ପରିଣତ ହୁଏ । ଦୁହେଁ ବିବାହ କରନ୍ତି…

Read More