Author: Madhulekha

ରେଳଗାଡ଼ିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସିଖବର | ଭାରତୀୟ ରେଳପଥ ଏଣିକି ଟ୍ରେନ ଭିତରେ ୮୦ ଟଙ୍କାରେ ଶାକାହାରୀ ମିଲ୍ ଓ ଷ୍ଟେସନରେ ୭୦ ଟଙ୍କାରେ ଶାକାହାରୀ ମିଲ୍ ଯୋଗାଇ ଦେବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି । ଯଦି ଟ୍ରେନ ଭିତରେ ପାଣ୍ଟ୍ରି କର୍ମଚାରୀ କିମ୍ବା ଷ୍ଟେସନରେ ଏହି ଦରଠାରୁ ଅଧିକ ଅର୍ଥ ନିଆଯାଏ ତେବେ ଲୋକମାନେ ସେମାନଙ୍କୁ ଏହି ଟ୍ବିଟ୍ ଦେଖାଇପାରିବେ । ଯଦି ସେମାନେ ତାହାକୁ ଗ୍ରହଣ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଅଭିଯୋଗ କରାଯାଇପାରିବ। ଏହି ରେଳ ମନ୍ତ୍ରଣାଳୟ କହିଛି ଯେ ଭେଜ ମିଲର ମେନୁରେ ସାଦା ଭାତ (୧୫୦ ଗ୍ରାମ), ଡାଲି କିମ୍ବା ସାମ୍ବର (୧୫୦ ଗ୍ରାମ), ଦହି (୮୦ ଗ୍ରାମ), ୨ଟି ପରଟା କିମ୍ବା ୪ଟି ରୋଟି (୧୦୦ ଗ୍ରାମ), ତରକାରୀ (୧୦୦ ଗ୍ରାମ) ଏବଂ ଏକ ପ୍ୟାକେଟ…

Read More

ଋଣ ଗ୍ରହୀତାଙ୍କୁ ଖୁସି ଖବର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) । ଏଣିକି ନିର୍ଦ୍ଧିଷ୍ଟ ଅବଧି ଆଗରୁ ଯଦି କୌଣସି ବ୍ୟକ୍ତି ବିଶେଷ ଋଣ ସୁଝନ୍ତି ତେବେ ତାଙ୍କ ଉପରେ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନ ଚାର୍ଜ ଲଗାଇବେ ନାହିଁ । ଫ୍ଲୋଟିଂ ସୁଧହାର ଭିତ୍ତିକ ଋଣ ଉପରେ ଲାଗୁଥିବା ଆଗୁଆ ଋଣ ସୁଝିବା (ପ୍ରିପେମେଣ୍ଟ)ଚାର୍ଜକୁ ବାଦ ଦେବାକୁ କେନ୍ଦ୍ରିୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ନୂଆ ନିୟମ ୨୦୨୬ ଜାନୁଆରି ପହିଲାରୁ କାର୍ଯ୍ୟକାରୀ ହେବ । ନୂଆ ନିୟମ ସମସ୍ତ ବ୍ୟାଙ୍କ ଏବଂ ଅଣବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି) ସମେତ ଆର୍‌ବିଆଇ ନିୟନ୍ତ୍ରଣାଧୀନ ସଂସ୍ଥା ଲାଗି କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ବାସଗୃହ, ଏମ୍‌ଏସ୍‌ଏମ୍‌ଇ ଋଣ ନେଇଥିବା କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ । ଅଣବାଣିଜ୍ୟିକ କାର୍ଯ୍ୟ ଲାଗି ଫ୍ଲୋଟିଂ ରେଟ୍‌ରେ ଜଣେ ବ୍ୟକ୍ତି କିମ୍ବା ଏକାଧିକ ବ୍ୟକ୍ତି ବିଶେଷଙ୍କ ନାମରେ ଋଣ ନେଇଥିଲେ…

Read More

ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତିନି ରଥ । ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। । ଏପଟେ ଶରଧା ବାଲିରେ ଝିପି ଝିପି ବର୍ଷା । ଝିପି ଝିପି ବର୍ଷାରେ ଭକ୍ତଙ୍କ ମହାପ୍ରଭୁଙ୍କ ପ୍ରତି ବଢ଼ି ଚାଲିଛି ଆବେଗ, ଉତ୍କଣ୍ଠା । ରଥ ଟାଣିବାକୁ ଭକ୍ତ ଉତ୍ସାହିତ । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ | ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚାରେ ଯାନବାହନ ଲାଗି ଯେଉଁ କଟକଣା ଥିଲା ତାହା ଅପରିବର୍ତ୍ତିତ ରହିଛି । ପାସ୍‌ ଥିବା ଗାଡ଼ିକୁ ମାଳତିପାଟପୁରଠାରୁ ସିଧା ଯିବାକୁ ଦିଆଯିବ । ଉକ୍ତ ଗାଡ଼ିଗୁଡ଼ିକ ବୀରହରେକୃଷ୍ଣପୁରରୁ ବାଇପାସ୍‌ରେ ଛଡ଼ାଯିବ । ବିନା ପାସ୍‌ଧାରୀ ସମସ୍ତ ଯାନକୁ ମାଳତିପାଟପୁରଠାରୁ…

Read More

ୟୁକ୍ରେନ ଉପରେ ରୁଷର ବଡ ଆକ୍ରମଣ । ୟୁକ୍ରେନର ପ୍ରମୁଖ ସହର ଉପରେ ଜୋରଦାର ଆକ୍ରମଣ କରିଛି ରୁଷ । ମଧ୍ୟ ରାତ୍ରିରେ ରାଜଧାନୀ କିଭ ସମତେ ଅନ୍ୟ କିଛି ଅଂଚଳରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ରୁଷ । । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି , ଏହି ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନ କଥାବାର୍ତ୍ତା ସମୟରେ ଆରମ୍ଭ ହୋଇଥିଲା । ଜେଲେନସ୍କିଙ୍କ ଅନୁଯାୟୀ, ଏହି ଆକ୍ରମଣରେ ରୁଷିଆ ୫ଶହରୁ ଅଧିକ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ୟୁକ୍ରେନର ଶକ୍ତି ଭିତ୍ତିଭୂମି, ହସ୍ପିଟାଲ ଏବଂ ପରିବହନ ବ୍ୟବସ୍ଥାକୁ ଟାର୍ଗେଟ କରିଛି।ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୂର୍ବରୁ ଆମେରିକାର ନିଃସର୍ତ୍ତ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ସାମ୍ପ୍ରତିକ ଆଲୋଚନା ପରେ ମଧ୍ୟ, ରୁଷିଆର ମନୋଭାବରେ ପରିବର୍ତ୍ତନ ହେବାର କୌଣସି ସଙ୍କେତ ମିଳିନାହିଁ।ୟୁକ୍ରେନ ଏହି ପ୍ରସ୍ତାବକୁ ସମର୍ଥନ…

Read More

ରାଜ୍ୟ ବିଜେପିକୁ ମିଳିବ ନୂଆ ମଙ୍ଗୁଆଳ। ତେଣୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ। ଆସନ୍ତା ୬ରେ ପ୍ରକାଶ ପାଇବ ବିଜ୍ଞପ୍ତି। ଆଉ ୭ ତାରିଖରେ ନାମାଙ୍କନ ଭରିବେ ସଭାପତି ଆଶାୟୀ ପ୍ରାର୍ଥୀ।ଜୁଲାଇ ୮ରେ ରାଜ୍ୟ ସଭାପତି ପାଇଁ ଭୋଟ୍‌ ହେବ। ଏନେଇସହ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ୨୦୨୪ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ ସଭାପତି ଗତମାସ ୨୯ରେ ଆରମ୍ଭ ହୋଇ ଜୁଲାଇ ୧ ତାରିଖରେ ଶେଷ ହେବାର ଥିଲା। ହେଲେ କିଛି କାରଣ ପାଇଁ ଏହା ହୋଇ ପାରିନଥିଲା।ତେବେ ଏହି ସଭାପତି ରେସରେ ଅନେକଙ୍କ ନାମ ଥିବା ବେଳେ, ମନମୋହନକୁ ଆଉ ଥରେ ସଭାପତି ଭାବରେ ଚୟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। କାରଣ ମନମୋହନ ସାମଲଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ପ୍ରଥମ କରି ସରକାର ଗଢ଼ିବାରେ ସଫଳ…

Read More

ତେଲେଙ୍ଗାନାର ଫାର୍ମାସିଟିକାଲ କମ୍ପାନି ବିସ୍ପୋରଣରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରାଯାଇଛି । ଏହାସହ ରାଜ୍ୟ ସରକାରଙ୍କ ଏକ ଅଧିକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ତେବେ ତେଲେଙ୍ଗାନା ମେଡାକରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା ସେଥିମଧ୍ୟରୁ ୪୦ ମୃତକଙ୍କ ମଧ୍ୟରୁ ୮ ଜଣ ଓଡ଼ିଆ ଶ୍ରମିକ ଥିଲେ।

Read More

ଭୁବନେଶ୍ୱରକୁ ପଣସର ମୁଖ୍ୟ ପେଣ୍ଠସ୍ଥଳ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥିପାଇଁ ରାଜଧାନୀ ଉପକଣ୍ଠ ଡେରାସ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୫ ହେକ୍ଟର ଜମିରେ ୨ ହଜାର ଉନ୍ନତମାନର ପାଲୁର-୧ ପ୍ରଜାତିର ପଣସ ଗଛ ଲାଗିଛି । ସେହିପରି ଖଣ୍ଡଗିରି ଓ ଏକାମ୍ର ଉଦ୍ୟାନରେ ମଧ୍ୟ ୫୦ଟି ଲେଖାଏଁ ସଙ୍କର ଓ ସିଦ୍ଦୁ ଜାତୀୟ ପଣସ ଗଛ ଲାଗିଛି । ଏବର୍ଷ ଏହି ସବୁ ସ୍ଥାନରେ ପଣସ ଫଳିଛି ।ଉନ୍ନତ ମାନର ପଣସ ଚାଷ ପାଇଁ ୨୦୨୨ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ପଣସ (ଜ୍ୟାକଫ୍ରୁଟ୍‌) ମିଶନ୍‌। ଏହି ମିଶନ ଆଧାରରେ ରାଜ୍ୟର ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଜପତି, ସୁନ୍ଦରଗଡ଼ ଓ ଅନୁଗୁଳ ଭଳି ୯ଟି ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବରେ ପଣସ ଚାଷ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସେହି ଅନୁସାରେ,…

Read More

ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ ।ଜନସମୁଦ୍ର ହୋଇଯାଇଛି ଶରଧାବାଲି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବଡ଼ଶଙ୍ଖ ଯାଏଁ ଲମ୍ବା ଲାଇନ୍। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ସନ୍ଧ୍ୟା ୬ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ଆସନ୍ତାକାଲି ବାହୁଡା ଯାତ୍ରା ପାଇଁ ବହୁ ନୀତିକାନ୍ତି ଥିବାରୁ ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯିବ ।ଏଥିସହ ଶ୍ରୀଜୀଉଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ l ତେଣୁ ସନ୍ଧ୍ୟା ଦର୍ଶନ ସମ୍ପର୍କିତ ବ୍ୟବସ୍ଥା ଓ ମହାପ୍ରଭୁଙ୍କ ନୀତି…

Read More

ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା । ୭ ତାରିଖ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି ।ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକରେ ହାଲୁକାରୁ ମଧ୍ୟମ ବର୍ଷା ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାସହ ପବନର ବେଗ ୩୦ରୁ ୫୦ କିଲୋମିଟର ପ୍ରତି ଘଣ୍ଟା ରହିବାର ଆକଳନ କରାଯାଇଛି।ଏହା ସହିତ, ପୁରୀରେ ଚାଲିଥିବା ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଉପରେ ମଧ୍ୟ ଏହି ବର୍ଷାର ପ୍ରଭାବ ପଡ଼ିପାରେ।

Read More

ଜଗା ପ୍ରଧାନଙ୍କ ଗିରଫ ସହ ଆନ୍ଦୋଳନ ପ୍ରତ୍ୟାହାର କଲା OAS ସଂଘ । ଏନେଇ ସୂଚନା ଦେଇଛନ୍ତି OAS ସଂଘ ସଭାପତି ଜ୍ୟୋତି ମିଶ୍ର । ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗତ ୩ ଦିନ ହେଲା ଆନ୍ଦୋଳନ କରୁଥିଲା ସଂଘ । ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଅଡ଼ି ବସିଥିଲା । ରାଜ୍ୟ ସରକାରଙ୍କ ଉପରେ ଭରସା ଥିଲା ବୋଲି ସଂଘ କହିଛି । ତେବେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ନ ମିଳିବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ହେବା ପରେ ଜଗାଙ୍କୁ ପୁଲିସ ଏସଡିଜେଏମଙ୍କ ବାସଭବନରେ ହାଜର କରାଇଥିଲା। ପୁଲିସ ଯେଉଁ ଦଫା ଲଗାଇଛି ତାହା ଆଧାରରେ ଏସଡିଜେଏମ କୋର୍ଟଙ୍କ ପକ୍ଷରୁ ଜାମିନ ଦେବା କ୍ଷମତା ପରିସର ବାହାରେ ଥିବାରୁ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର…

Read More

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ନ ମିଳିବାରୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ହେବା ପରେ ଜଗାଙ୍କୁ ପୁଲିସ ଏସଡିଜେଏମଙ୍କ ବାସଭବନରେ ହାଜର କରାଇଥିଲା। ପୁଲିସ ଯେଉଁ ଦଫା ଲଗାଇଛି ତାହା ଆଧାରରେ ଏସଡିଜେଏମ କୋର୍ଟଙ୍କ ପକ୍ଷରୁ ଜାମିନ ଦେବା କ୍ଷମତା ପରିସର ବାହାରେ ଥିବାରୁ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରିଦେଇଥିଲେ।

Read More

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୪ ତାରିଖ ଦିନ ଓଡ଼ିଶା ଆସି ପହଞ୍ଚିବେ ରାଷ୍ଟ୍ରପତି ମୁର୍ମୁ। ଏହାପରେ ନିଜ କାର୍ଯ୍ୟକ୍ରମରେ ଯୋଗ ଦେବେ।ଜୁଲାଇ ୧୪ ତାରିଖରେ ଭୁବନେଶ୍ୱର ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହାସହ ରେଭେନ୍ସା ବାଳିକା ବିଦ୍ୟାଳୟର କରିବେ ଶିଳାନ୍ୟାସ ।

Read More