ଓଡ଼ିଶା ସରକାର ତିନୋଟି ଘରୋଇ ବ୍ୟାଙ୍କ—ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କଙ୍କୁ ରାଜ୍ୟ ସରକାରୀ ସଂସ୍ଥା ଓ ବିଭାଗମାନଙ୍କର ବ୍ୟବସାୟ ଏବଂ ଜମା ରାଶି ପରିଚାଳନା ପାଇଁ ପ୍ୟାନେଲଭୁକ୍ତ ବ୍ୟାଙ୍କ ତାଲିକାରୁ ବାଦ ଦେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି। ଏ ସମ୍ପର୍କରେ ଅର୍ଥ ବିଭାଗ ଆଜି ଏକ ବିଜ୍ଞପ୍ତି ଜାରି କରିଛି।୩ ବ୍ୟାଙ୍କ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ HDFC, ICICI, ଆକ୍ସିସ ବ୍ୟାଙ୍କ ଉପରେ ଲାଗିଥିବା କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି।
Author: Madhulekha
ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଡ ଖବର । ଯଦି ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଏହି ଖବରକୁ ନିହାତି ଜରୁରୀ ଅଟେ।ଇଣ୍ଡିଆନ୍ ବ୍ୟାଙ୍କ ନିକଟରେ ଘୋଷଣା କରିଛି ଯେ ୭ ଜୁଇାଇ, ୨୦୨୫ ଠାରୁ ତାର ସମସ୍ତ ଆକାଉଣ୍ଟରୁ ମିନିମମ୍ ବାଲାନ୍ସର ସର୍ତ୍ତକୁ ପୁରାପୁରୀ ଭାବେ ହଟାଇଦେବ । ଏପରି କରିବାର ମୂଳ ଉଦ୍ଦେଶ ହେଉଛି ଗ୍ରାହକଙ୍କ ଆର୍ଥିକ ବୋଝକୁ କମ୍ କରିବା ଏବଂ ବାକିଙ୍ଗ ସେବାକୁ ସମସ୍ତଙ୍କ ପାଇଁ ସୁଲଭ କରିବା । ଦିତୀୟରେ ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ । ୨୦୨୦ ମସିହାରେ ନିଜର ସମସ୍ତ ସେଭିଙ୍ଗ ଆକାଉଣ୍ଯରୁ ମିନିମମ୍ ବାଲାନ୍ସର ଆବଶକତାକୁ ହଟାଇ ଦେଇଥିଲା । ଏହି ନୀତି ଅନୁଯାୟୀ ଗ୍ରାହକଙ୍କୁ ଏବେ ବାଲାନ୍ସ କମ୍ ହେବା ପରେ ମଧ୍ୟ ଜରିମାନା ଦେବାକୁ ପଡିବନି । ଏସବିଆଇର ଏହି ପଦକ୍ଷେପ କଷ୍ଟମର-ସେଣ୍ଟ୍ରିକ୍ ଆପ୍ରୋଚକୁ ଦର୍ଶାଇଥାଏ, ଯାହାଦ୍ବାରା ଲକ୍ଷ ଲକ୍ଷ ଖାତାଧାରୀଙ୍କୁ ନିଶ୍ଚିତ ଭାବେ ଆସ୍ବସ୍ତ କରାଇବ…
ଆସନ୍ତା ୭ ତାରିଖ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ପୂର୍ବ ସୋମବାର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣା ନେଇ ମୂଖ୍ୟମନ୍ତ୍ରୀ ଏହି ଅଭିଯୋଗ ଶୁଣାଣୀକୁ ବନ୍ଦ କରାଇଥିଲେ।
ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବ୍ୟାପକ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା କରାଯାଇଛି। ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାହୁଡ଼ା, ସୁନାବେଶ ଏବଂ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁରହିଛି। ତେବେ ଖାଦ୍ୟ ନିରାପତ୍ତା ଟିମ୍ଗୁଡ଼ିକ ଖାଦ୍ୟ ଦ୍ରବ୍ୟ କାରବାର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସ୍ନାନ ପୂର୍ଣ୍ଣିମାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଖାଦ୍ୟ ନିରାପତ୍ତା ଟିମ୍ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ୧୫ଟି ପାଣି ବୋତଲ ତିଆରି ପ୍ଲାଣ୍ଟ, ୨୦୨ ହୋଟେଲ, ୮୧୩ ବୁଲା ବିକାଳୀ/ରାସ୍ତା କଡ଼ ଦୋକାନୀଙ୍କ ଉପରେ ଚଢାଉ କରି ୨୩୪୮ କିଲୋ ଦୂଷିତ ଖାଦ୍ୟ ଜବତ କରି ନଷ୍ଟ କରିଛନ୍ତି ।
ଦୀର୍ଘ ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରାପହଁରା କାର୍ଯ୍ୟ ସଂପାଦିତ ହୋଇଥିଲା । ଉଛୁଳି ପଡ଼ୁଛି ବଡ଼ଦାଣ୍ଡ, ଭାବବିହ୍ବଳ ପରିବେଶରେ ଅପରାହ୍ନ ୪ଟାରେ ଗଡ଼ିଲା ୩ ରଥ । ଆଗେ ଆଗେ ପ୍ରଭୁ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା, ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ । ସୁରକ୍ଷା ଦୃଷ୍ଟିରୁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତା କାଲି ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ ।
ଇଣ୍ଡୋନେସିଆ ସମେତ ଅନେକ ଦେଶରେ ଜ୍ୱାଳାମୁଖୀ ଫାଟିବାର ଖବର ଶୁଣିଥିବେ। କ’ଣ ଆପଣ ଜାଣଛନ୍ତି କି ଭାରତରେ ମଧ୍ୟ ଏକ ଜ୍ୱାଳାମୁଖୀ ଅଛି, ଯାହା ସକ୍ରିୟ ଅଛି ଓ ଏହାର ଫାଟିବା ବିଷୟରେ ସତର୍କୀକରଣ ଜାରି କରାଯାଇଛି। ଭାରତରେ ଏକ ଜ୍ୱାଳାମୁଖୀ ରହିଛି ଏବଂ ଏହା କୌଣସି ସମୟରେ ଫାଟିପାରେ । ଏହି ଜ୍ୱାଳାମୁଖୀ ଆଣ୍ଡାମାନ ସାଗରର ବ୍ୟାରେନ୍ ଦ୍ୱୀପ ଭିତରେ ରହିଛି । ଯାହା ପୋର୍ଟ ବ୍ଲେୟାରରୁ ୧୩୮କିଲୋମିଟର ଦୂରରେ ଅବସ୍ଥିତ । ଯଦି ଏହି ଜ୍ୱାଳାମୁଖୀ ଉଦଗିରଣ ହୁଏ, ତେବେ ସମୁଦ୍ର ଭିତରେ ବଡ ବନ୍ୟା ଆସିବ । ଭୟଙ୍କର ଭୂମିକମ୍ପ ଏବଂ ସୁନାମୀ ମାଡି ଆସିବାର ବିପଦ ମଧ୍ୟ ରହିଛି । ଏହାକୁ ନେଇ ପରିବେଶବିତ୍ ମାନେ ଭାରତ, ଥାଇଲ୍ୟାଣ୍ଡ ଏବଂ ମିଆଁମାର ପାଇଁ ଏକ ଚେତାବନୀ ଜାରି କରିଛନ୍ତି ।କିନ୍ତୁ ଆଣ୍ଡାମାନ ସାଗରରେ ଜ୍ୱାଳାମୁଖୀ ବିସ୍ଫୋରଣ କେବଳ ଏକ ସମ୍ଭାବନା, ଏକ ପୂର୍ବାନୁମାନ ନୁହେଁ। କୌଣସି…
ବିଜେଡିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଏନେଇ ଲେଖାଶ୍ରୀଙ୍କ ଅଭିଯୋଗ ପରେ ସନ୍ତୋଷ ଖଟୁଆଙ୍କ ନାମରେ ମାମଲା ରୁଜୁ କରିଛି ଭୁବନେଶ୍ୱର ମହିଳା ଥାନା । U/S-୭୫(୧): ଯୌନ ନିର୍ଯାତନା, ୭୦ ଅଶାଳୀନ ମନ୍ତବ୍ୟ ରଖିବା, ୨୯୬: ସର୍ବସାଧାରଣରେ ଗାଳି ଗୁଲଜ କରିବା, ୩୫୬: ମାନହାନୀ କରିବା ଭଳି ଦଫା ଲାଗିଛି । ତେବେ ମୋ ବାବଦରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଘୃଣ୍ୟ I ଏନେଇ ଅପରାଧିକ ମାମଲା ରୁଜୁ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ନାଁରେ ଶୁକ୍ରବାର ଦେଇଥିଲେ ଏତଲା। ଆଜି ଥାନାରୁ ଗ୍ରହଣ କଲେ ଏତଲା କପି। ସନ୍ତୋଷ ଖଟୁଆଙ୍କ ନାଁରେ ଲାଗିଛି ବିଏନ୍ଏସ୍ ର ୪ଟି ଦଫା । ଲେଖାଶ୍ରୀ କହିଛନ୍ତି କି, ମୋ ବାବଦରେ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ…
ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗାଁରେ ଥିବା ଷଷ୍ଠ ଶତାବ୍ଦୀର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିରକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି ।ସୂଚନା ଯୋଗ୍ୟକି ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଏହି ସ୍ଵପ୍ନେଶ୍ଵର ମହାଦେବ ପ୍ରତିଷ୍ଠା ହୋଇଥିଲା I ପୁରାତନ କୀର୍ତ୍ତିରାଜିରେ ଭରପୁର ତଥା ଐତିହ୍ୟ ସମ୍ପର୍ଣ୍ଣ ଏହି ମନ୍ଦିରର ସୁରକ୍ଷା ପାଇଁ ୧୯୭୭-୭୮ ମସିହାରେ ସେତେବେଳର ସଂସ୍କୃତି ମନ୍ତ୍ରୀ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଆଗେଇ ଆସିବା ସହ ରାଜ୍ୟ ପ୍ରତ୍ନତତ୍ତ୍ୱକୁ ଦାୟିତ୍ୱ ଦେଇଥିଲେ I୨୦୨୪ରେ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଏହି କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହୋଇଥିଲା । ଫଳରେ ଏଏସ୍ଆଇ ଏହି ଐତିହ୍ୟସ୍ଥଳୀକୁ ନିକଟରେ…
ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ନବୀନ । ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ । ମୁମ୍ବାଇ କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସର୍ଭିକାଲ ଆର୍ଥାଇଟିସର ହୋଇଛି ଅସ୍ତ୍ରୋପଚାର ।ତେବେ ଡିସଚାର୍ଜ ହେବା ପରେ ସେ ସିଧା ସଳଖ ଦିଲ୍ଲୀ ଯିବେ । ଦିଲ୍ଲୀ ବାସ ଭବନରେ କିଛି ଦିନ ଆରାମ କରିବେ । ସୂଚନାମୁତାବକ ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦସ୍ପନ୍ଦନ ନବୀନ ପଟ୍ଟନାୟକ । ଦୈବୀ ଦୁର୍ବିପାକ ହେଉ ଅବା ଯେକୌଣସି ସମସ୍ୟା । ପ୍ରତିଟି ମୁହୁର୍ତ୍ତରେ ରାଜ୍ୟର ହିତ ପାଇଁ ଠିଆ ହୋଇଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଅସୁସ୍ଥତା ଖବର ଶୁଣି ବ୍ୟସ୍ତ ହୋଇପଡିଥିଲେ ରାଜ୍ୟବାସୀ । ମୁମ୍ବାଇରେ ନବୀନଙ୍କ ସଫଳ ଅସ୍ତ୍ରୋପ୍ରଚାର ପରେ ସଭିଏଁ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳମତ ନିର୍ବିଶେଷରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନେତା ।
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଶରଣ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର ଧାମର ରଥାରୂଢ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟକୁ ଯାଉଛି ତୁଳସୀ ମାଳ, ପଦ୍ମମାଳ ଓ ଗେଣ୍ଡୁମାଳ ।ପବିତ୍ର ବାହୁଡା ଦଶମୀ ଉପଲକ୍ଷେ ୩୫୧ ଫୁଟର ତୁଳସୀ ମାଳ, ୨୫୧ ଫୁଟର ପଦ୍ମମାଳ ଓ ଗେଣ୍ଡୁମାଳ ଇତ୍ୟାଦି ପ୍ରସ୍ତୁତ କରାଯାଇଛି । ଏହି ତୁଳସୀ ମାଳ ଓ ପଦ୍ମଫୁଲ ହାର ଶ୍ରୀକ୍ଷେତ୍ରରେ କାଳିଆ ସାଆନ୍ତଙ୍କ ଠାରେ ଲାଗି ହେବ ।ଏହାର ପ୍ରସ୍ତୁତି କରୁଛନ୍ତି ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତ ଚିଣ୍ଟୁ ବାବା, ଗ୍ରାମବାସୀ ଓ ଅଗଣିତ ଶ୍ରଦ୍ଧାଳୁମାନେ । ତୁଳସୀ ବଣରୁ ଶଙ୍ଖ, ଘଣ୍ଟ, ଘଣ୍ଟା ଓ ହୁଳହୁଳି, ହରିବୋଲ ଶବ୍ଦ ସହ ଧୂପଦୀପ ଦେଇ ମହାପ୍ରଭୁଙ୍କ ପାଇଁ ତୁଳସୀ ତୋଳାଯାଇ ଗୁନ୍ଥା ଯାଇଥିଲା । ଏହି ସ୍ଥାନରୁ ପ୍ରତ୍ୟେକ ଦିନ ଚିଣ୍ଟୁବାବାଙ୍କ ଦ୍ୱାରା ତୁଳସୀ ଯାଇ ମହାପ୍ରଭୁଙ୍କୁ ଲାଗି…
ସୁନା ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ (ହର୍ଷବର୍ଦ୍ଧିନୀ ରାନ୍ୟା)ଙ୍କୁ ୩୪.୧୨ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି । ଇଡି ପକ୍ଷରୁ ମନି ଲଣ୍ଡରିଂ ଆଇନ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ରାନ୍ୟା ରାଓଙ୍କ ବିରୋଧରେ ସିବିଆଇ ନିକଟରେ ହୋଇଥିବା ଏକ ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିଲା । ଏହି ଅଭିଯୋଗ ମାର୍ଚ୍ଚ ୭ ତାରିଖ ୨୦୨୫ ରେ ପଞ୍ଜିକୃତ ହୋଇଥିଲା । ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ତରଫରୁ ଏହି ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ମୁମ୍ବାଇ ବିମାନବନ୍ଦରରୁ ଦୁଇଜଣ ବିଦେଶୀ ନାଗରିକଙ୍କ ଠାରୁ ପାଖାପାଖି ୨୧.୨୮ କିଲୋ ସୁନା ଜବତ କରାଯାଇଥିଲା । ଏହି ସୁନାର ମୂଲ୍ୟ ୧୮.୯୨ କୋଟି ଟଙ୍କା ଥିଲା । ଏହାର କିଛିଦିନ ପୂର୍ବରୁ ମାର୍ଚ୍ଚ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ଅଛନ୍ତି। ରାତ୍ରୀଭୋଜନ ସମୟରେ, ପ୍ରଧାନମନ୍ତ୍ରୀ ରାଣା ମୋହିପଙ୍କୁ ଭେଟିଥିଲେ। ସେ କିଛି ବର୍ଷ ପୂର୍ବେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀରେ ‘ବୈଷ୍ଣବ ଜନ ତୋ’ ଭଜନ ଗାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ରାଣା ମୋହିପଙ୍କର ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତି ପ୍ରତି ଗଭୀର ପ୍ରେମ ଅଛି। ରାତ୍ରୀ ଭୋଜନ ସମୟରେ ସେ ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କୁ ଅଯୋଧ୍ୟାର ରାମ ମନ୍ଦିରର ଏକ ପ୍ରତିକୃତି ପ୍ରଦାନ କରିଥିଲେ। ଏହା ସହିତ, ସେ ସରୟୁ ନଦୀ ଏବଂ ଚଳିତ ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ପବିତ୍ର ଜଳ ମଧ୍ୟ ପ୍ରଦାନ କରିଥିଲେ। ତେବେ ସେଠାରେ ତାଙ୍କ ସମ୍ମାନାର୍ଥେ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା। ଏହି ସମୟରେ ତାଙ୍କୁ ଏକ ସ୍ବତନ୍ତ୍ର ପତ୍ର ସୋହରୀରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ପତ୍ର…