Author: Madhulekha

ପୁରୀ ଶରଧାବାଲିରେ ଘଟିଥିବା ଦଳଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି।ଅନେକ ଲୋକ ଦଳାଚକଟା ସମୟରେ ଭିଡ଼ିଓ କରିଥିଲେ। ଯାହାକି ତଦନ୍ତରେ ସହାୟତା କରିବ। ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। କିଛି ଲୋକଙ୍କୁ ପଚରା ଉଚରା କରିଛି। ଆଗକୁ ଆହୁରି ବି ଯିବି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି ସେ କହିଛନ୍ତି।ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ନ ୩ଟା ପରେ ଦେଇପାରିବେ ବୋଲି ଅନୁ ଗର୍ଗ କହିଛନ୍ତି।

Read More

ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ପୁରୀ ସହରକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମବର୍ଧିତ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ପୁରୀ ପୌରପାଳିକା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ ହେବ । ନିକଟବର୍ତ୍ତୀ ପଞ୍ଚାୟତଗୁଡିକ ସହରର ଅଂଶବିଶେଷ ହେବ ।ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ବେଳେ ତାଙ୍କ ସହ ଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର । ୨୦୩୬ ସୁଦ୍ଧା ପୁରୀ ହେବ ସୁନ୍ଦର, ସବୁଜ ଓ ବିକଶିତ ପୁରୀ । ସମୃଦ୍ଧ ପୁରୀ ବିନା ବିକଶିତ ଓଡ଼ିଶ ସମ୍ଭବ ନୁହଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଜାମିନ୍ ପାଇଁ…

Read More

ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଆସନ୍ତା ୨୦ ତାରିଖରେ ହେବ । ପୂର୍ବ ବର୍ଷ ଅପେକ୍ଷା ଏଥର ବହୁ ଅଧିକ ଆବେଦନକାରୀ ଥିବାରୁ ପରୀକ୍ଷା ପରିଚାଳନା ବୋର୍ଡ ପାଇଁ ଆହ୍ୱାନମୂଳକ ହେବ ବୋଲି କୁହାଯାଉଛି । ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ସ୍ପେସାଲ୍‌ ଓଟିଇଟି ନିଜ ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ହେଲେ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ରହିବ ନାହିଁ ବୋଲି ଆଶଙ୍କା ଥିବାରୁ କେବଳ ଜିଲ୍ଲା ମୁଖ୍ୟାଳୟରେ ହିଁ ପରୀକ୍ଷା କେନ୍ଦ୍ର କରାଯାଇଛି । ୩୦ ଜିଲ୍ଲାରେ ମୋଟ୍‌ ୧୯୩ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ । ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଓଟିଇଟି ସାର୍ଟିଫିକେଟ୍‌ ନଥିଲେ ପଦୋନ୍ନତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଥିବାରୁ ବହୁ ବରିଷ୍ଠ ଶିକ୍ଷକ ପରୀକ୍ଷା ଦେବାକୁ ବାଧ୍ୟ ହୋଇଛନ୍ତି ।

Read More

ପ୍ରଥମ ଥର ପାଇଁ ଜଣେ ମହିଳା ଭାରତୀୟ ନୌସେନାରେ ଜଣେ ଫାଇଟର ପାଇଲଟ ହୋଇଛନ୍ତି। ସବ-ଲେଫନାଣ୍ଟ ଆସ୍ଥା ପୁନିଆଙ୍କୁ ନୌସେନାରେ ଜଣେ ଫାଇଟର ପାଇଲଟ କରାଯାଇଛି। ସେ ଏପରି କରିବାରେ ପ୍ରଥମ ମହିଳା। ଦେଶ ସୁରକ୍ଷାରେ ନୌସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆସ୍ଥାଙ୍କ ଦାୟିତ୍ୱ ଆହୁରି ବଢିଯିବ। ଆସ୍ଥାଙ୍କୁ ଫାଇଟର ପାଇଲଟ ନିଯୁକ୍ତ କରାଯିବା ନେଇ ନୌସେନା ସୋସିଆଲ ମିଡିଆ ପୋଷ୍ଟରେ ସୂଚିତ କରିଛି। ପୋଷ୍ଟରେ ନେଭି ଉଲ୍ଲେଖ କରିଛି ଯେ ‘ନାଭାଲ ଏଭିଏସନରେ ଏକ ନୂଆ ଅଧ୍ୟାୟ ସଂଯୁକ୍ତ ହୋଇଛି। ଭାରତୀୟ ନୌସେନା ଇଣ୍ଡିଆନ ନାଭାଲ ଏୟାର ଷ୍ଟେସନରେ ଦ୍ୱିତୀୟ ବେସିକ୍ ହକ୍ କନଭର୍ସନ କୋର୍ସ ସମାପନ ସହିତ ଏକ ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନା କରିଛି। ଲେଫ୍ଟନାଣ୍ଟ ଅତୁଲ କୁମାର ଢୁଲ ଓ ସବ ଲେଫ୍ଟନାଣ୍ଟ ଆସ୍ଥା ପୁନିଆଙ୍କୁ ରିୟର ଆଡମିରାଲ ଜନକ ବେଭଲୀ’ୱିଙ୍ଗସ ଅଫ ଗୋଲ୍ଡ’ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି’। ଆସ୍ଥା କେଉଁ ଲଢ଼ୁଆ ବିମାନ ପାଇବେ…

Read More

୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବଡ଼ ଘୋଷଣା କରିଛି। ଅଭିନେତା ଥଲପତି ବିଜୟ ହୋଇଛନ୍ତି ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଗତବର୍ଷ ପ୍ରଥମାର୍ଦ୍ଧରେ ଲୋକପ୍ରିୟ ଅଭିନେତା ବିଜୟ ଟିଭିକେ ଦଳ ଗଠନ କରିଥିଲେ । ସମଗ୍ର ରାଜ୍ୟରେ ଥିବା ତାଙ୍କ ପ୍ରଶଂସକମାନଙ୍କ ଆଧାରରେ ବିଜୟ ରାଜନୀତିରେ ମଧ୍ୟ ଅନ୍ୟ ଦୁଇ ମେଣ୍ଟକୁ ଟକ୍କର ଦେବେ ବୋଲି ଆଶା ରଖିଛନ୍ତି । ସେଥିପାଇଁ ବିଜୟଙ୍କ ଟିଭିକେକୁ ଏଆଇଏଡିଏମକେ ମେଣ୍ଟରେ ସାମିଲ ପାଇଁ ବିଜେପି ବହୁ ଉଦ୍ୟମ କରିଛି ମାତ୍ର ଆଜିର ଘୋଷଣା ପରେ ବିଜୟଙ୍କ ନେତୃତ୍ବରେ ଟିଭିକେ ନିଜର ଏକ ମେଣ୍ଟ କରିବା ସ୍ପଷ୍ଟ ହୋଇଛି ।

Read More

ଛତିଶଗଡ଼ରେ ଡ୍ୟାମ୍ ଓ ବ୍ୟାରେଜଗୁଡ଼ିକରେ ପାଣି ଭର୍ତ୍ତି ହେବା ପରେ ଖୋଲାଯାଇଛି କଲମା ଡ୍ୟାମ୍। ଏଥିଯୋଗୁଁ ବଢୁଛି ହୀରାକୂଦର ଜଳସ୍ତର। ତେଣୁ ରବିବାର । ପୂଜାର୍ଚ୍ଚନା ପରେ ଏ ବର୍ଷ ପ୍ରଥମ ଥର ପାଇଁ ଖୋଲାଯିବ ହୀରାକୁଦ ବନ୍ଧର ୬ଟି ଦ୍ବାର। ତେବେ ହୀରାକୁଦେରେ ବିପଦ ସଂକେତ ଠାରୁ ଜଳ ସ୍ତର ତଳେ ଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ସେ ଆହୁରି କହିଛନ୍ତି ଯେ ଦକ୍ଷିଣ ଓଡ଼ିଶାର ଋଷିକୂଲ୍ୟା ପୁରୁଷୋତ୍ତମପୁର ୫ ମିଟର ତଳେ ଅଛି । ବଂଶଧରାର ଜଳସ୍ତର କମ୍ ଅଛି । ଇନ୍ଦ୍ରାବତୀ ଜଳଭଣ୍ଡାରରେ ମାତ୍ର ୩୦% ପାଣି ଅଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Read More

ପାଣିପାଗକୁ ନେଇ ବଡ଼ ଖବର । ଚାଷୀଙ୍କୁ ସତର୍କ ସୂଚନା । ପୁଣି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖରେ ସୃଷ୍ଟି ସମ୍ଭାବନା ରହିଛି।ରବିବାର ବିଭିନ୍ନ ଜିଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ କରାଯାଇଛି।ଏହି ଲଘୁଚାପ ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଆଦି ରାଜ୍ୟରେ ପ୍ରବଳ ବର୍ଷା କରାଇପାରେ । ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ପୁରୀ, ନୟାଗଡ଼ ,ଖୋର୍ଦ୍ଧା ଆଦିରେ ମଧ୍ୟ ମଧ୍ୟମରୁ ଭାରୀ ବର୍ଷା (୫୦-୧୫୦ ମିଲିମିଟର) ହେବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବିଶେଷ ସତର୍କତା ଜାରି ରଖାଯାଇଛି, କାରଣ ସେଠାରେ ମୋସୁମୀ ବାୟୁପ୍ରବାହ ଅଧିକ ସକ୍ରିୟ…

Read More

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଆରମ୍ଭ ହେବା ପରେ ଘରୋଇ ବସ୍‌ ମାଲିକ ସଂଘ ଗଭୀର ଚିନ୍ତାରେ ରହିଛନ୍ତି। ଘରୋଇ ବସ୍‌ ମାଲିକମାନଙ୍କୁ ପ୍ରଚୁର ଆର୍ଥିକ କ୍ଷତିର ସମ୍ମୁଖୀନ କରାଇଛି। ଏହା ସହିତ ଗ୍ରାମାଞ୍ଚଳରେ ଘରୋଇ ବସ୍‌ ସେବା ପ୍ରାୟତଃ ବନ୍ଦ ହୋଇଯାଇଥିବା ଅଭିଯୋଗ ଉଠିଛି। ଗ୍ରାମାଞ୍ଚଳରେ ସରକାରୀ ବସ୍‌ଗୁଡ଼ିକ କମ୍‌ ଭଡ଼ାରେ ସୁବିଧାଜନକ ସେବା ଯୋଗାଇ ଦେଉଥିବା ଯୋଗୁଁ ଯାତ୍ରୀମାନେ ଏହା ଆଡ଼କୁ ଆକୃଷ୍ଟ ହେଉଛନ୍ତି। ଫଳରେ, ଘରୋଇ ବସ୍‌ଗୁଡ଼ିକ ଯାତ୍ରୀ ଅଭାବରୁ ଚଳାଚଳ ବନ୍ଦ କରିବାକୁ ବାଧ୍ୟ ହୋଇଛି, ଯାହା ମାଲିକମାନଙ୍କୁ ବଡ଼ ଆର୍ଥିକ ସଙ୍କଟରେ ପକାଇଛି।

Read More

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ବିଦେଶରେ କାର୍ଯ୍ୟରତ ପି.ଭେଙ୍କଟ ରମଣ ନାମକ ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ଅପହରଣ ଘଟଣା। ଅପହରଣ ହୋଇଥିବା ଯୁବଙ୍କୁ ଶୀଘ୍ର ସୁରକ୍ଷିତ ଭାବେ ଉଦ୍ଧାର କରିବା ନେଇ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କୁ ଟୁଇଟ ଯୋଗେ ଅନୁରୋଧ କରିଲେ ହିଞ୍ଜିଳି ବିଧାୟକ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି, ଭେଙ୍କଟରମଣ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟ ବ୍ଲକର ସମରାଝୋଲ ଗ୍ରାମର। ତାଙ୍କୁ ମାଲିରେ ଆତଙ୍କବାଦୀମାନେ ଅପହରଣ କରିଛନ୍ତି ଏବଂ ସେବେଠାରୁ ପରିବାର ସହିତ ଯୋଗାଯୋଗରେ ନାହାନ୍ତି। ସେ ଏହି ମାମଲାରେ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି। ମାଲିର କାୟେସ ସହରରେ ଅବସ୍ଥିତ ଡାଇମଣ୍ଡ ସିମେଣ୍ଟ କାରଖାନା ଉପରେ ଆକ୍ରମଣରେ ତିନି ଜଣ ଭାରତୀୟଙ୍କୁ ଅପହରଣ କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିଶ୍ଚିତ କରିଛି।

Read More

ଓଡ଼ିଶା ସରକାର ତିନୋଟି ଘରୋଇ ବ୍ୟାଙ୍କ—ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କଙ୍କୁ ରାଜ୍ୟ ସରକାରୀ ସଂସ୍ଥା ଓ ବିଭାଗମାନଙ୍କର ବ୍ୟବସାୟ ଏବଂ ଜମା ରାଶି ପରିଚାଳନା ପାଇଁ ପ୍ୟାନେଲଭୁକ୍ତ ବ୍ୟାଙ୍କ ତାଲିକାରୁ ବାଦ ଦେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି। ଏ ସମ୍ପର୍କରେ ଅର୍ଥ ବିଭାଗ ଆଜି ଏକ ବିଜ୍ଞପ୍ତି ଜାରି କରିଛି।୩ ବ୍ୟାଙ୍କ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ HDFC, ICICI, ଆକ୍ସିସ ବ୍ୟାଙ୍କ ଉପରେ ଲାଗିଥିବା କଟକଣାକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି।

Read More

ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ବଡ ଖବର । ଯଦି ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଏହି ଖବରକୁ ନିହାତି ଜରୁରୀ ଅଟେ।ଇଣ୍ଡିଆନ୍ ବ୍ୟାଙ୍କ ନିକଟରେ ଘୋଷଣା କରିଛି ଯେ ୭ ଜୁଇାଇ, ୨୦୨୫ ଠାରୁ ତାର ସମସ୍ତ ଆକାଉଣ୍ଟରୁ ମିନିମମ୍ ବାଲାନ୍ସର ସର୍ତ୍ତକୁ ପୁରାପୁରୀ ଭାବେ ହଟାଇଦେବ । ଏପରି କରିବାର ମୂଳ ଉଦ୍ଦେଶ ହେଉଛି ଗ୍ରାହକଙ୍କ ଆର୍ଥିକ ବୋଝକୁ କମ୍ କରିବା ଏବଂ ବାକିଙ୍ଗ ସେବାକୁ ସମସ୍ତଙ୍କ ପାଇଁ ସୁଲଭ କରିବା । ଦିତୀୟରେ ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ । ୨୦୨୦ ମସିହାରେ ନିଜର ସମସ୍ତ ସେଭିଙ୍ଗ ଆକାଉଣ୍ଯରୁ ମିନିମମ୍ ବାଲାନ୍ସର ଆବଶକତାକୁ ହଟାଇ ଦେଇଥିଲା । ଏହି ନୀତି ଅନୁଯାୟୀ ଗ୍ରାହକଙ୍କୁ ଏବେ ବାଲାନ୍ସ କମ୍ ହେବା ପରେ ମଧ୍ୟ ଜରିମାନା ଦେବାକୁ ପଡିବନି । ଏସବିଆଇର ଏହି ପଦକ୍ଷେପ କଷ୍ଟମର-ସେଣ୍ଟ୍ରିକ୍ ଆପ୍ରୋଚକୁ ଦର୍ଶାଇଥାଏ, ଯାହାଦ୍ବାରା ଲକ୍ଷ ଲକ୍ଷ ଖାତାଧାରୀଙ୍କୁ ନିଶ୍ଚିତ ଭାବେ ଆସ୍ବସ୍ତ କରାଇବ…

Read More

ଆସନ୍ତା ୭ ତାରିଖ (ସୋମବାର) ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗତମାସ ୩୦  ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ ପାଇଁ ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଥିଲେ, ଏହି ଶୁଣାଣି କେବଳ ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନେ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ପୂର୍ବ ସୋମବାର ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟଣା ନେଇ ମୂଖ୍ୟମନ୍ତ୍ରୀ ଏହି ଅଭିଯୋଗ ଶୁଣାଣୀକୁ ବନ୍ଦ କରାଇଥିଲେ।

Read More