ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍ । ଖବର ପାଇ ରେଡ୍ କଲା ଭଦ୍ରକ ପୋଲିସ । ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।ସୂଚନା ମୁତାବକ, ସହରର ରାଜଘାଟ ବ୍ରିଜ ଏବଂ ଧାମରା ବ୍ରିଜ ଅଞ୍ଚଳରେ ସେକ୍ସ ରାକେଟ ଚାଲିଥିବା ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏନେଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସମ୍ପୃକ୍ତ ଅଞ୍ଚଳରେ ଥିବା ହୋଟେଲରେ ଚଢାଉ କରି ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିବା ସହ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା।ପୋଲିସ ହୋଟେଲରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।ତେବେ ଉଦ୍ଧାର ଦୁଇ ଯୁବତୀଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା କରାଯାଇଛି । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ୪ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
ହୋଟେଲରେ ସେକ୍ସ ରାକେଟ୍ । ଧରାପଡ଼ିଲେ ୪ ଗ୍ରାହକଙ୍କ ସହ ୨ ଯୁବତୀ
By madhulekha1 Min Read
