Author: Madhulekha

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ ବର୍ଷା ସମ୍ଭାବନା ରହିଛି। ଅତି ଭୀଷଣ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲା ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ରହିଛି।ଆସନ୍ତା ୯ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଭୁବନେଶର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେବା ସହ ବିଭିନ୍ନ ଜିଲାକୁ ସତର୍କ କରିଛି। ତେବେ ଶନିବାର ରାଜ୍ୟର ଅଧିକାଂଶ ଜିଲାରେ ଭାରି ବର୍ଷା ରେକର୍ଡ କରାଯାଇଥିବାବେଳେ ଆଉ କେତେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି।

Read More

ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ । ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଛି । ପ୍ରବଳ ବର୍ଷା କାରଣରୁ ହୀରକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମ୍‌ର ଆଉ ୮ଟି ଫାଟକ ଖୋଲାଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ୨ ଦିନ ତଳେ ଡାକବାଜି ଯନ୍ତ୍ର ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ନେଇ ପ୍ରଚାର କରାଯାଇଥିଲା। ପାଣି ଛାଡ଼ିବା ପୂର୍ବରୁ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଥିଲା । ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୧୦.୧୭ ଫୁଟ୍ ରହିଛି।

Read More

ଅନିଶ୍ଚିତତା ଘେରରେ ପୁରୀ ବିମାନବନ୍ଦର । ଆପତ୍ତି ଉଠାଇଲା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ । ସ୍ଥଗିତ ରହିଲା ଜଙ୍ଗଲ ଜମି ଅଧିଗ୍ରହଣ ଅନୁମୋଦନ । ୫ହଜାର କୋଟିରୁ ଅଧିକ ଖର୍ଚ୍ଚରେ ଏହାର ନିର୍ମାଣ ହେବାକୁ ଥିବାବେଳେ ଏବେ ଏଥିରେ ରୋକ ଲାଗିଛି । ଜଙ୍ଗଲ ଜମି ସାଙ୍ଗକୁ ବିଦେଶୀ ପକ୍ଷୀ ଓ ଅଲିଭ୍‌ରିଡଲେଙ୍କ ସୁରକ୍ଷାକୁ ନଜରରେ ରଖି ଆପତ୍ତି ଉଠାଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ । ମେ ୫ ରେ ବିମାନବନ୍ଦର ପାଇଁ ମିଳିଥିଲା ଅନୁମୋଦନ । ବେସାମରିକ ଚଳାଚଳ ମନ୍ତ୍ରଣାଳୟ ଅନୁମୋଦନ ଦେଇଥିଲା । ୪୭୧ ହେକ୍ଟର ଜମିରେ ବିମାନବନ୍ଦର ହୋଇଥାନ୍ତା । କିନ୍ତୁ ସେଥିରୁ ପ୍ରାୟ 28 ଏକର ଜଙ୍ଗଲ ଜମି ରହିଛି ।ମନ୍ତ୍ରାଳୟ ପକ୍ଷରୁ ଆପତ୍ତି ଉଠାଇ କୁହାଯାଇଛି ଯେ ବିମାନ ବନ୍ଦର ନିର୍ମାଣ ହେଲେ ପରିବେଶ ଓ ଜୈବ ବିବିଧତା ବିପଦରେ ପଡ଼ିବା ନେଇ ଆଶଙ୍କା ରହିଛି । ଏଥିପାଇଁ…

Read More

ଆଜି ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ତେବେ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ ୯୮,୭୩୦ ଟଙ୍କା ରହିଛି । ଗତକାଲି ୯୯,୩୩୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି । ସେହିପରି ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦,୫୦୦ ଟଙ୍କା ରହିଛି । ଗତକାଲି ୯୧,୦୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୭୪,୦୫୦ ଟଙ୍କା ରହିଛି । ଗତକାଲି ୭୫,୫୦୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ହ୍ରାସ ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୦ , ୦୦୦ ଟଙ୍କା ହୋଇଛି ।

Read More

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ ପୁରୀ ପୁଲିସ ପ୍ରଶାସନ ପକ୍ଷରୁ ସହରରେ ଟ୍ରାଫିକ କଟକଣା ଜାରି କରାଯାଇଛି। ଚଳିତ ରଥଯାତ୍ରାରେ ଦଳଚକଟା ଟ୍ରାଜେଡି ପାଇଁ ରାଜ୍ୟ ପୁଲିସ ଢ଼େର୍‌ ବଦନାମ ମୁଣ୍ଡାଇଥିଲା । ବାହୁଡ଼ା ଓ ସୁନାବେଶରେ ଟ୍ରାଫିକ୍‌ ସୁପରିଚାଳନା ପାଇଁ ପୁଲିସ ସବୁ ଜୋର୍‌ ଲଗାଇଛି । ବଲ୍କ ମେସେଜ୍‌ ଭଳି ଅଭିନବ ଉପାୟରେ ଟ୍ରାଫିକ୍‌ ଭିଡ଼ ପରିଚାଳନା ପାଇଁ ଯୋଜନା କରିଛି । ପୁଲିସ ପକ୍ଷରୁ ପୁରୀ ସମେତ ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, ଯାଜପୁର ଓ ଢ଼େଙ୍କାନାଳ ଭଳି ୮ଟି ନିକଟତମ ଜିଲ୍ଲାକୁ ବଛାଯାଇଛି । ଏସବୁ ଜିଲ୍ଲାବାସୀଙ୍କୁ ନିରନ୍ତର ବଲ୍କ ମେସେଜ ପଠାଯିବ । ତେବେ ଚାରି ଚକିଆ ଯାନ ପାଇଁ କଟକଣା ଜାରୀ ହୋଇଛି। ଭୁବନେଶ୍ୱର ଓ େକାଣାର୍କ ପଟୁ ଆସୁଥିବା ସମସ୍ତ ମୋଟର ଯାନ ଗୁଡିକ ମାଳତିପାଟପୁର ବ୍ରିଜ, ବାଇଦାସ ନଗର ଛକ, ଗ୍ରୀଡ ଷ୍ଟେସନ ଛକ ଦେଇ…

Read More

BMC ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଜେଲ୍ ଗଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଡିସିପି ଅଫିସରେ ଆତ୍ମସମର୍ପଣ କରିବା ପରେ ପୋଲିସ ଗିରଫ କରିଛି । ତେବେ ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ଷଷ୍ଠ ଅଭିଯୁକ୍ତ ଭାବେ ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ଏବେ ଝାରପଡ଼ା ଜେଲରେ ଜଗନ୍ନାଥ ପ୍ରଧାନ ଅଛନ୍ତି। ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ୧୧ଟି ଦଫା ଲାଗିଛି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଦଫା- ୩୩୩ ଓ ୧୩୨ ଲାଗିଛି -ଏହା ସହ ୧୨୧(୧), ୧୨୧(୨), ୩୫୧(୨), ୬୨, ୩୦୪, ୫୪, ୬୧(୨), ୧୮୯(୨), ୧୯୦/୩(୫) ଦଫା ମଧ୍ୟ ଲାଗିଛି । କିନ୍ତୁ ତାଙ୍କ ଓକିଲ କହିଛନ୍ତି ଯେ ସେସନ୍ସ କୋର୍ଟକୁ ଯିବୁ।

Read More

ପୁରୀ ଶରଧାବାଲିରେ ଘଟିଥିବା ଦଳଚକଟା ସମୟର ଭିଡିଓ କିମ୍ବା ତଥ୍ୟ ଯାହା ପାଖରେ ଅଛି ଦେବାକୁ ଜନସାଧାରଣଙ୍କୁ ଅପିଲ କରାଯାଇଛି। ଶରଧାବାଲି ଦଳାଚକଟାର ତଦନ୍ତକାରୀ ଅଧିକାରୀ ଅନୁ ଗର୍ଗଙ୍କ ଏହି ଅପିଲ କରିଛନ୍ତି। ଲୋକଙ୍କ ପାଖରେ ତଥ୍ୟ ଏବଂ ଭିଡିଓ ଥିଲେ puritragedy.inquiry@odisha.gov.in ମେଲ୍‌ରେ ପଠାଇବାକୁ ଅନୁରୋଧ କରିଛନ୍ତି।ଅନେକ ଲୋକ ଦଳାଚକଟା ସମୟରେ ଭିଡ଼ିଓ କରିଥିଲେ। ଯାହାକି ତଦନ୍ତରେ ସହାୟତା କରିବ। ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛି। କିଛି ଲୋକଙ୍କୁ ପଚରା ଉଚରା କରିଛି। ଆଗକୁ ଆହୁରି ବି ଯିବି। ତଦନ୍ତକୁ ନେଇ ଏବେଠୁ କିଛି କହିବା ଅପରିପକ୍ୱ ହେବ ବୋଲି ସେ କହିଛନ୍ତି।ନିଜେ ଭେଟି ତଥ୍ୟ ଦେବାକୁ ଚାହୁଁଥିଲେ ରାଜ୍ୟ ଅତିଥି ଭବନ ଭୁବନେଶ୍ବର ଓ ପୁରୀ ସ୍ପେଶାଲ ସର୍କିଟ ହାଉସରେ ଅପରାହ୍ନ ୩ଟା ପରେ ଦେଇପାରିବେ ବୋଲି ଅନୁ ଗର୍ଗ କହିଛନ୍ତି।

Read More

ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ମହାନଗର ନିଗମ ହେବ ଜଗନ୍ନାଥ ଧାମ ପୁରୀ । ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ପୁରୀ ସହରକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି । କ୍ରମବର୍ଧିତ ଜନସଂଖ୍ୟା ଓ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ପୁରୀ ପୌରପାଳିକା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ ହେବ । ନିକଟବର୍ତ୍ତୀ ପଞ୍ଚାୟତଗୁଡିକ ସହରର ଅଂଶବିଶେଷ ହେବ ।ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ବେଳେ ତାଙ୍କ ସହ ଥିଲେ ପୁରୀ ସାଂସଦ ସମ୍ବିତ ପାତ୍ର । ୨୦୩୬ ସୁଦ୍ଧା ପୁରୀ ହେବ ସୁନ୍ଦର, ସବୁଜ ଓ ବିକଶିତ ପୁରୀ । ସମୃଦ୍ଧ ପୁରୀ ବିନା ବିକଶିତ ଓଡ଼ିଶ ସମ୍ଭବ ନୁହଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଜାମିନ୍ ପାଇଁ…

Read More

ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେସାଲ୍‌ ଓଟିଇଟି) ଆସନ୍ତା ୨୦ ତାରିଖରେ ହେବ । ପୂର୍ବ ବର୍ଷ ଅପେକ୍ଷା ଏଥର ବହୁ ଅଧିକ ଆବେଦନକାରୀ ଥିବାରୁ ପରୀକ୍ଷା ପରିଚାଳନା ବୋର୍ଡ ପାଇଁ ଆହ୍ୱାନମୂଳକ ହେବ ବୋଲି କୁହାଯାଉଛି । ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ସ୍ପେସାଲ୍‌ ଓଟିଇଟି ନିଜ ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ହେଲେ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ରହିବ ନାହିଁ ବୋଲି ଆଶଙ୍କା ଥିବାରୁ କେବଳ ଜିଲ୍ଲା ମୁଖ୍ୟାଳୟରେ ହିଁ ପରୀକ୍ଷା କେନ୍ଦ୍ର କରାଯାଇଛି । ୩୦ ଜିଲ୍ଲାରେ ମୋଟ୍‌ ୧୯୩ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯିବ । ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଓଟିଇଟି ସାର୍ଟିଫିକେଟ୍‌ ନଥିଲେ ପଦୋନ୍ନତି ମିଳିବ ନାହିଁ ବୋଲି ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଥିବାରୁ ବହୁ ବରିଷ୍ଠ ଶିକ୍ଷକ ପରୀକ୍ଷା ଦେବାକୁ ବାଧ୍ୟ ହୋଇଛନ୍ତି ।

Read More

ପ୍ରଥମ ଥର ପାଇଁ ଜଣେ ମହିଳା ଭାରତୀୟ ନୌସେନାରେ ଜଣେ ଫାଇଟର ପାଇଲଟ ହୋଇଛନ୍ତି। ସବ-ଲେଫନାଣ୍ଟ ଆସ୍ଥା ପୁନିଆଙ୍କୁ ନୌସେନାରେ ଜଣେ ଫାଇଟର ପାଇଲଟ କରାଯାଇଛି। ସେ ଏପରି କରିବାରେ ପ୍ରଥମ ମହିଳା। ଦେଶ ସୁରକ୍ଷାରେ ନୌସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଆସ୍ଥାଙ୍କ ଦାୟିତ୍ୱ ଆହୁରି ବଢିଯିବ। ଆସ୍ଥାଙ୍କୁ ଫାଇଟର ପାଇଲଟ ନିଯୁକ୍ତ କରାଯିବା ନେଇ ନୌସେନା ସୋସିଆଲ ମିଡିଆ ପୋଷ୍ଟରେ ସୂଚିତ କରିଛି। ପୋଷ୍ଟରେ ନେଭି ଉଲ୍ଲେଖ କରିଛି ଯେ ‘ନାଭାଲ ଏଭିଏସନରେ ଏକ ନୂଆ ଅଧ୍ୟାୟ ସଂଯୁକ୍ତ ହୋଇଛି। ଭାରତୀୟ ନୌସେନା ଇଣ୍ଡିଆନ ନାଭାଲ ଏୟାର ଷ୍ଟେସନରେ ଦ୍ୱିତୀୟ ବେସିକ୍ ହକ୍ କନଭର୍ସନ କୋର୍ସ ସମାପନ ସହିତ ଏକ ଐତିହାସିକ ମାଇଲ ଖୁଣ୍ଟ ସ୍ଥାପନା କରିଛି। ଲେଫ୍ଟନାଣ୍ଟ ଅତୁଲ କୁମାର ଢୁଲ ଓ ସବ ଲେଫ୍ଟନାଣ୍ଟ ଆସ୍ଥା ପୁନିଆଙ୍କୁ ରିୟର ଆଡମିରାଲ ଜନକ ବେଭଲୀ’ୱିଙ୍ଗସ ଅଫ ଗୋଲ୍ଡ’ ପୁରସ୍କାରରେ ସମ୍ବର୍ଦ୍ଧିତ କରିଛନ୍ତି’। ଆସ୍ଥା କେଉଁ ଲଢ଼ୁଆ ବିମାନ ପାଇବେ…

Read More

୨୦୨୬ ତାମିଲନାଡ଼ୁ ନିର୍ବାଚନକୁ ନେଇ ଟିଭିକେ(ତାମିଲଗା ଭେଟ୍ଟ୍ରି କାଝାଗମ୍‌) ଦଳ ଶୁକ୍ରବାର ବଡ଼ ଘୋଷଣା କରିଛି। ଅଭିନେତା ଥଲପତି ବିଜୟ ହୋଇଛନ୍ତି ଦଳର ମୁଖ୍ୟମନ୍ତ୍ରୀ ଚେହେରା। ଚେନ୍ନଇରେ ବସିଥିବା ଟିଭିକେ ଦଳୀୟ ବୈଠକରେ ଅଭିନେତାରୁ ରାଜନେତା ପାଲଟିଥିବା ଜୋସେଫ୍‌ ବିଜୟ ଚନ୍ଦ୍ରଶେଖର ଓରଫ୍‌ ଥଲପତି ବିଜୟଙ୍କୁ ୨୦୨୬ ତାମିଲନାଡ଼ୁ ନିର୍ବାଚନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ଗତବର୍ଷ ପ୍ରଥମାର୍ଦ୍ଧରେ ଲୋକପ୍ରିୟ ଅଭିନେତା ବିଜୟ ଟିଭିକେ ଦଳ ଗଠନ କରିଥିଲେ । ସମଗ୍ର ରାଜ୍ୟରେ ଥିବା ତାଙ୍କ ପ୍ରଶଂସକମାନଙ୍କ ଆଧାରରେ ବିଜୟ ରାଜନୀତିରେ ମଧ୍ୟ ଅନ୍ୟ ଦୁଇ ମେଣ୍ଟକୁ ଟକ୍କର ଦେବେ ବୋଲି ଆଶା ରଖିଛନ୍ତି । ସେଥିପାଇଁ ବିଜୟଙ୍କ ଟିଭିକେକୁ ଏଆଇଏଡିଏମକେ ମେଣ୍ଟରେ ସାମିଲ ପାଇଁ ବିଜେପି ବହୁ ଉଦ୍ୟମ କରିଛି ମାତ୍ର ଆଜିର ଘୋଷଣା ପରେ ବିଜୟଙ୍କ ନେତୃତ୍ବରେ ଟିଭିକେ ନିଜର ଏକ ମେଣ୍ଟ କରିବା ସ୍ପଷ୍ଟ ହୋଇଛି ।

Read More

ଛତିଶଗଡ଼ରେ ଡ୍ୟାମ୍ ଓ ବ୍ୟାରେଜଗୁଡ଼ିକରେ ପାଣି ଭର୍ତ୍ତି ହେବା ପରେ ଖୋଲାଯାଇଛି କଲମା ଡ୍ୟାମ୍। ଏଥିଯୋଗୁଁ ବଢୁଛି ହୀରାକୂଦର ଜଳସ୍ତର। ତେଣୁ ରବିବାର । ପୂଜାର୍ଚ୍ଚନା ପରେ ଏ ବର୍ଷ ପ୍ରଥମ ଥର ପାଇଁ ଖୋଲାଯିବ ହୀରାକୁଦ ବନ୍ଧର ୬ଟି ଦ୍ବାର। ତେବେ ହୀରାକୁଦେରେ ବିପଦ ସଂକେତ ଠାରୁ ଜଳ ସ୍ତର ତଳେ ଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ସେ ଆହୁରି କହିଛନ୍ତି ଯେ ଦକ୍ଷିଣ ଓଡ଼ିଶାର ଋଷିକୂଲ୍ୟା ପୁରୁଷୋତ୍ତମପୁର ୫ ମିଟର ତଳେ ଅଛି । ବଂଶଧରାର ଜଳସ୍ତର କମ୍ ଅଛି । ଇନ୍ଦ୍ରାବତୀ ଜଳଭଣ୍ଡାରରେ ମାତ୍ର ୩୦% ପାଣି ଅଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

Read More