ଘୋଷଣା ହେଲା ମଣିପୁରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ। ୟୁମନାମ ଖେମଚନ୍ଦ ସିଂ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ। ୟୁମନାମ ଖେମଚାନ୍ଦ ସିଂହଙ୍କୁ ମଣିପୁର ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି। ୟୁମନାମ ଖେମଚାନ୍ଦ ସିଂହ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।ମଣିପୁରରେ ଦୀର୍ଘ ସମୟ ଧରି ଜାତିଗତ ହିଂସା ମଧ୍ୟରେ ୨୦୨୫ ଫେବୃଆରୀ ୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଇସ୍ତଫା ଦେବା ପରଠାରୁ ଏହି ପଦବୀ ଖାଲି ପଡ଼ିଛି । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାର କିଛି ଦିନ ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା । ମଙ୍ଗଳବାର ନୂଆଦିଲ୍ଲୀରେ ଦଳୀୟ ବୈଠକ ପରେ ମଣିପୁର ବିଜେପିର ବିଧାୟକ ଦଳ ନେତା ଭାବେ ୱାଇ ଖେମଚାନ୍ଦ ସିଂହଙ୍କ ନାମ ଘୋଷଣା କରାଯାଇଥିଲା ।
Author: madhulekha
ଲାଙ୍ଗୀର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ସ୍କୁଲରେ ଟ୍ୟୁସନ୍ ସରିବା ପରେ ପୀଡ଼ିତାଙ୍କୁ ତାଙ୍କର ସହପାଠୀମାନେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଜଘନ୍ୟ କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା।ଏହି ଘଟଣାରେ ୫ ନାବାଳକ ସହପାଠୀ ଅଟକ ରଖିଛି ପୋଲିସ । ପୀଡିତାଙ୍କ ସମ୍ପର୍କୀୟ ବଲାଙ୍ଗିର ଏସ୍ପିଙ୍କୁ ଫେରାଦ ପରେ ୫ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ଓଏମଆର ସିଟ ଓ ପ୍ରଶ୍ନପତ୍ର କଡା ସୁରକ୍ଷା ବଳୟରେ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପହଁଚିଛି। ସମସ୍ତ ନୋଡାଲ ସେଣ୍ଟରକୁ ଭାଇରାଲ ରେଜିଷ୍ଟାନସ କରାଯାଇଛି। ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ସହିତ ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏହି ଏକା ସମୟରେ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ।ଗତବର୍ଷ ଭଳି ପ୍ରଶ୍ନପତ୍ରରେ କ୍ୟୁ ଆର କୋଡ଼ ଓ ୱାଟର ମାର୍କ ରଖିଛି ବୋର୍ଡ। ଯାହା ପ୍ରଶ୍ନପତ୍ର ଭାଇରାଲ ହେଲେ ସହଜରେ ଜାଣିହେବ। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମ ହେବ । ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଏହିଠାରୁ କଣ୍ଟ୍ରୋଲ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି।ରାଜ୍ୟର ୩୦୮୨ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୫୧୨ ଜଣ ଛାତ୍ରଛାତ୍ରୀ ।ସମସ୍ତ ପରୀକ୍ଷା…
ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ରାତ୍ରିଯାପନ କରିବେ। ବୁଧବାର ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ।ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ପୁରୀ ପୁଲିସ ଏବଂ ପ୍ରଶାସନ ପକ୍ଷରୁ କରାଯାଇଛି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା। ପ୍ରୋଟୋକଲ ଅନୁଯାୟୀ ରାଷ୍ଟ୍ରପତିଙ୍କ ସହିତ କେବଳ ପାସ୍ଧାରୀ, ସରକାରୀ ଅଧିକାରୀ ଏବଂ ସେବାୟତ ଉପସ୍ଥିତ ରହିବେ । ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଷ୍ଟ୍ରପତି ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିବେ । ସକାଳ ୮ଟା ୧୦ ମିନିଟରେ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଲୋକ ଭବନ…
କଟକ ଜିଲ୍ଲା ଆଠଗଡ଼ ତିଗିରିଆରେ ଡ୍ୟାନ୍ସରଙ୍କୁ ମାଡ଼ ପରେ ଲୁଟ୍ ହୋଇଥିବା ଅଭିଯୋଗ ଆସିଛି । ଏନେଇ ତିଗିରିଆ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ, ତିଗିରିଆ ଥାନା ଶୁଣ୍ଠିପାଳ ଗାଁକୁ ମେଲୋଡି ପାଇଁ କଳାକାର ଆସିଥିଲେ। ରାତିରେ ମେଲୋଡ଼ି ସାରି ଫେରୁଥିବା ବେଳେ ପାଳପୁଟ ଗାଁର କିଛି ଯୁବକ ସେମାନଙ୍କୁ ଅଟକାଇ ଅସଦାଚରଣ କରିବା ସହ ଟଙ୍କା, ସୁନା ଚେନ ଛଡ଼ାଇବା ଅଭିଯୋଗ ହୋଇଛି। ଏହା ସହ ସେମାନଙ୍କୁ ମାଡ଼ ମାରିଥିବା ସେମାନେ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି। କିଭଳି ଓ କେଉଁ ପରିସ୍ଥିତି ରେ ଏଭଳି ପରିସ୍ଥିତି ଘଟିଲା ସେ ନେଇ ତିଗିରିଆ ପୋଲିସ ପକ୍ଷରୁ ତଦନ୍ତ ଜାରି ।
ଆନ୍ଧ୍ର ପ୍ରଦେଶର ଜଣେ କ୍ରେତା ସମ୍ପ୍ରତି ୨.୦୮ କୋଟି ଟଙ୍କାରେ ‘DDC 001’ ନମ୍ବର ପ୍ଲେଟ୍ କିଣି ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ଯାହା ଏହାକୁ ଭାରତୀୟ ଅଟୋମୋବାଇଲ୍ ଇତିହାସରେ ଏପର୍ଯ୍ୟନ୍ତ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ୍ କରିଛି।ବିଗ୍ ବୟ ଟଏଡ୍ର ପ୍ରତିଷ୍ଠାତା ଓ ପ୍ରବନ୍ଧନ ନିର୍ଦ୍ଦେଶକ ଜତିନ ଆହୁଜାଙ୍କ ପାଖରେ ଏହି ନମ୍ବର ପ୍ଲେଟ୍ ଥିଲା । ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଗ୍ରାହକ କିରଣ କୋଲପାକୁଲା ସର୍ବାଧିକ ୨,୦୮ କୋଟି ଟଙ୍କା ନିଲାମ ଡାକିଥିଲେ। ଏଥିସହିତ ‘ଡିଡିସି c୦୦୧’ ନମ୍ବର ପ୍ଲେଟ୍ ଭାରତରେ ଅଦ୍ୟାବଧି ନିଲାମ ହୋଇଥିବା ସବୁଠୁ ମହଙ୍ଗା ପଞ୍ଜିକୃତ ପ୍ଲେଟ୍ ହୋଇଛି । ଜତିନ ଆହୁଜା ଗଣମାଧ୍ୟମକୁ କହିଛନ୍ତି, ସଂଗ୍ରାହକ ଏବେ କେବଳ କାର ନୁହେଁ, ଏହା ସହ ଜଡ଼ିତ ଦୁର୍ଲଭ ଓ ମୂଲ୍ୟବନ ଉପକରଣ ପ୍ରତି ମଧ୍ୟ ରୁଚି ଦେଖାଇଛନ୍ତି ।
ଶିମିଳିପାଳରେ ଆରମ୍ଭ ହୋଇଛି ବାଘ ଗଣନା । ତାଲିମପ୍ରାପ୍ତ ଗୃପ୍ ଏହି ବିଭିନ୍ନ ଉପାୟରେ ଏହି ଗଣନା କରୁଛନ୍ତି । ଚଳିତ ଥର ବାଘ ସଂଖ୍ୟା ବୃଦ୍ଧିକୁ ନେଇ ବେଶ ଆଶାବାଦୀ ଶିମିଳିପାଳ କର୍ତ୍ତୃପକ୍ଷ । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ବାଘ ଗଣନା ପାଇଁ କ୍ୟାମେରା ଲଗାଯାଇଛି । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଯିବା ଆସିବା କରୁଥିବା ରାସ୍ତାରେ ଏହି କ୍ୟାମେରାକୁ ଲଗାଯାଉ ଥିବା ବେଳେ ପାଖାପାଖି ୭ ଶହରୁ ଅଧିକ କ୍ୟାମେରାକୁ ବିଭିନ୍ନ ପର୍ଯ୍ୟାୟରେ ୧୩ ଶହଟି ସ୍ଥାନରେ ଲଗାଯାଇଛି । ଏସବୁ କ୍ୟାମେରା ସାମ୍ନାରେ ବାଘ କିମ୍ବା ଅନ୍ୟ ଯେକୌଣସି ଜନ୍ତୁ ପାର ହେବା ପରେ ଏହି କ୍ୟାମେରାରେ ଫଟୋ ଉଠିବ । ବାଘଙ୍କ ଫଟୋକୁ ଏନଟିସିଏକୁ ହସ୍ତାନ୍ତର କରାଯିବା ପରେ ଏହି ଫଟୋକୁ ବିଶ୍ଲେଷଣ ଏବଂ ସମୀକ୍ଷା କରି ବାଘଙ୍କର ପ୍ରକୃତ ତଥ୍ୟ ଣାପଡିବ ।
ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଞ୍ଜାମ ତାରାତାରିଣୀ ପୀଠରୁ ଶୁଭାରମ୍ଭ କଲେ ।ଏହି ସମୟରେ ୨ ଶହ ବର-କନ୍ୟାଙ୍କ ସାମୁହିକ ବିବାହ କରାଯାଇଛି।ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା । ଏହି ଯୋଜନାର ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମହିଳାଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଙ୍କଳ୍ପ । କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବନି, ଏହି ଯୋଜନା ମାଧ୍ୟମ ସାଜିବ । ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ । ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ କରିବ । କନ୍ୟାଙ୍କ ପ୍ରତି ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟିରେ ବଡ ଭୂମିକା ଗ୍ରହଣ କରିବ । ଝିଅଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ନୂଆ…
କଳାହାଣ୍ଡିର ଭିନ୍ନକ୍ଷମ ସ୍କୁଲରେ ସାଂଘାତିକ କାଣ୍ଡ । ୱାର୍ଡେନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ । ଭିନ୍ନକ୍ଷମ ଛାତ୍ରୀଙ୍କୁ ଅସଦାଚରଣ ଭଳି ସାଂଘାତିକ ଅଭିଯୋଗ ଆସିଛି । ପରମାନନ୍ଦ ପୁରସ୍ଥିତ ଭିନ୍ନକ୍ଷମ ସ୍କୁଲରେ ସାମ୍ନାକୁ ଆସିଛି ଅତି ଅମାନବୀୟ ଘଟଣା । ଏହି ସ୍କୁଲର ପୁରୁଷ ୱାର୍ଡେନ ସନ୍ଧ୍ୟା ଦର୍ଶନ ମହାପାତ୍ରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଅନେକ ଛାତ୍ରୀଙ୍କୁ ୱାର୍ଡେନ୍ ଶାରୀରିକ ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ୱାର୍ଡେନ ଛାତ୍ରୀମାନଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ଏବଂ ସେମାନଙ୍କ ଇଚ୍ଛା ବିରୋଧରେ ଟଣାଓଟରା କରିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ।ଛାତ୍ରୀଜଣକ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି। ପିଲାମାନେ କଥା କହିପାରୁ ନଥିବାରୁ, ଇଶାରାରେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଜଣାଇଛନ୍ତି । ତାଛଡ଼ା ଯେଉଁ…
ପ୍ରିମକୋର୍ଟ ହ୍ୱାଟସ ଆପ୍ ଏବଂ ଏହାର ମୂଳ କମ୍ପାନୀ ମେଟାକୁ କଡା ଚେତାବନୀ ଦେଇ କହିଛନ୍ତି ଯେ ତଥ୍ୟ ସେୟାରିଂ ବାହାନାରେ ନାଗରିକଙ୍କ ଗୋପନୀୟତାର ଅଧିକାରକୁ କ୍ଷୁର୍ଣ୍ଣ କରାଯାଇପାରିବ ନାହିଁ। ମଙ୍ଗଳବାର ସୁପ୍ରିମକୋର୍ଟରେ ହ୍ୱାଟସଆପ୍ର ୨୦୨୧ ଗୋପନୀୟତା ନୀତି ଉପରେ ଏକ ଶୁଣାଣି ହୋଇଥିଲା। ଆରମ୍ଭରେ, କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେତା ଯୁକ୍ତି ଦେଇଥିଲେ ଯେ ହ୍ୱାଟ୍ସଆପର ଗୋପନୀୟତା ନୀତି “ଶୋଷଣକାରୀ” କାରଣ ଏହା କେବଳ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରେ ନାହିଁ ବରଂ ଏହାକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରେ।ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, “ଯଦି ଆପଣ ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ତେବେ ଭାରତ ଛାଡିଦିଅନ୍ତୁ । ଆମେ କୌଣସି ନାଗରିକଙ୍କ ଗୋପନୀୟତାକୁ ବିପଦରେ ପକାଇବାକୁ ଦେବୁ ନାହିଁ।” ସିଜେଆଇ ହ୍ୱାଟସଆପର ଗୋପନୀୟତା ନୀତିକୁ ଏକ ଅତି ଚତୁରତାର ସହିତ ପ୍ରସ୍ତୁତ ଡକ୍ୟୁମେଣ୍ଟ ଭାବରେ…