ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରିଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ ହାର ବା ରେପୋ ରେଟ୍କୁ ୫.୨୫% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।ରେପୋ ହାର ହେଉଛି ସେହି ହାର ଯେଉଁଥିରେ ବ୍ୟାଙ୍କଗୁଡ଼ିକ ଆରବିଆଇ ଠାରୁ ଟଙ୍କା ଋଣ ନିଅନ୍ତି। ଯେତେବେଳେ ଏହି ହାର ସ୍ଥିର ରହେ, ଆପଣଙ୍କର ଋଣ ଇଏମଆଇ ମଧ୍ୟ ସ୍ଥିର ରହେ। ଯଦି ଆପଣଙ୍କର ଋଣ ଫ୍ଲୋଟିଂ ହାରରେ ଅଛି, ତେବେ ଆପଣଙ୍କର ଇଏମଆଇ ଅପରିବର୍ତ୍ତିତ ରହିବ। ଯେଉଁମାନେ ଘର କିମ୍ବା ଗାଡ଼ି କିଣିବାକୁ ଚିନ୍ତା କରୁଛନ୍ତି ସେମାନେ ବର୍ତ୍ତମାନର ହାରରେ ଋଣ ପାଇବେ। ବର୍ତ୍ତମାନ ପାଇଁ, ଆପଣଙ୍କୁ ହାର ହ୍ରାସ ପାଇଁ ପରବର୍ତ୍ତୀ ପଲିସି ବର୍ଷ (ଏପ୍ରିଲ) ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।ବିଶେଷଜ୍ଞମାନେ ବିଶ୍ୱାସ କରୁଥିଲେ ଯେ ଫେବୃଆରୀରେ ରେପୋ ହାର ହ୍ରାସ ଅସମ୍ଭବ ଥିଲା, ଏବଂ ଠିକ୍ ତାହା…
Author: madhulekha
ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ପୂର୍ବରୁ ଜାନୁଆରୀ ୩୧ ଯାଏଁ ଅବଧି ଥିଲା। ଏବେ ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ଟଙ୍କା ଫେରସ୍ତ ହେବ। ଆବେଦନକାରୀ ସମସ୍ତ ପ୍ରମାଣ ପତ୍ର ଦେଇ RIଙ୍କ ନିକଟରେ ଆବେଦନ କରିବେ। ଏହାର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ। ୮ରୁ ଦଶ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ସରକାର।୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷୁଦ୍ର ଜମାକାରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ। ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଟଙ୍କା ପାଇବେ। ନିଜ ଜିଲ୍ଲାର ସରକାରୀ ୱେବସାଇଟରେ ଫେରସ୍ତ ପାଇନଥିବା ଜମାକାରୀଙ୍କର ସମ୍ପୂର୍ଣ୍ଣ ତାଲିକା ରହିଛି। ଏତଦ୍ ବ୍ୟତୀତ ତଦନ୍ତ କମିଶନ ରିପୋର୍ଟ ପାଇଁ ଜମାକାରୀଙ୍କ ନାମ/ଆଫିଡେଭିଟ୍ ନମ୍ଵର ଏବଂ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ପାଇଁ…
ଗରିବ ଲୋକଙ୍କ ପାଇଁ ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ସହରାଞ୍ଚଳରେ ବସବାସ କରୁଥିବା ସ୍ବଳ୍ପ ଆୟକାରୀ ବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଭଡ଼ା ଘର ମିଳିବ। ବିଭିନ୍ନ ଜିଲାରେ ଖାଲି ପଡ଼ିଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଘରଗୁଡ଼ିକୁ ମରାମତି କରି ଆର୍ଥିକ ଅନଗ୍ରସର ଲୋକଙ୍କୁ ରହିବା ପାଇଁ ଭଡ଼ା ସୂତ୍ରରେ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହର ୨.୦ ଅଧୀନରେ ସୁଲଭ ଭଡ଼ା ବାସଗୃହ (ଏଆରଏଚ୍) କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଗାଇଡ୍ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ। ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ। ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରିବଙ୍କୁ ଭଡ଼ା ଦେବେ।
ଦଶମ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ରାଉରକେଲା ପୁଲିସ ଜିଲ୍ଲା ଅଧୀନରେ ଥିବା ବିସ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମରେ ଏଭଳି ଘଟଣା ଘଟିଛି।ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢନ୍ତି। ଗତକାଲି ସକାଳ ସାଢେ ୯ଟାରେ ନାବାଳିକା ସାଇକଲରେ ୮ କିମି ଦୂର ସ୍କୁଲ ବାହାରିଥିଲେ। କିନ୍ତୁ ବାଟରେ ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ନାବଳିକାଙ୍କ ବାପା ମଧ୍ୟ ସେହି ସ୍କୁଲରେ ଶିକ୍ଷକତା କରନ୍ତି। କିନ୍ତୁ ବାପା କାଲି ସ୍କୁଲ ଯାଇ ନଥିଲେ ଝିଅ ଏକା ଯାଇଥିଲେ । ନାବାଳିକାର ବାପା ସ୍କୁଲର ଜଣେ ଶିକ୍ଷକଙ୍କୁ ଫୋନ୍ କରି ଝିଅ ହାତରେ ଚେରମୂଳି ଔଷଧ ପଠାଇବାକୁ କହିଥିଲେ। ହେଲେ ସବୁ ଶିକ୍ଷକ ଝିଅ ସ୍କୁଲ ଆସିନାହିଁ ବୋଲି କହିଥିଲେ। ପରିବାର ଲୋକେ ଏ ନେଇ ବିଶ୍ରା ଥାନାରେ ଅଭିଯୋଗ କରିବା ପରେ ଖୋଜା ଖୋଜି କରିଥିଲେ। ପରେ ଝିଅକୁ ଜଙ୍ଗଲରୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବିଶ୍ରା…
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ ପୁନଃ ବୃଦ୍ଧି କରାଯାଇଛି। ଏଥିପାଇଁ www.msp.odisha.gov.inରେ ଆବେଦନ କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ୫୮ ବର୍ଷ ବୟସରେ ସେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହା ତାଙ୍କର ପ୍ରଥମ ଫିଲ୍ମ ପ୍ରୋଜେକ୍ଟ ହେବ, ଯାହା ମନୋରଞ୍ଜନ ଶିଳ୍ପରେ ବହୁତ ଚର୍ଚ୍ଚା ସୃଷ୍ଟି କରିଛି। ଏକ ରିପୋର୍ଟ ଅନୁଯାୟୀ, ସେ ଏକତା କପୁରଙ୍କ ପ୍ରଡକ୍ସନ ହାଉସ, ବାଲାଜୀ ମୋସନ ପିକଚର୍ସ ସହିତ ଏକ ଡେବ୍ୟୁ ଫିଲ୍ମ ସାଇନ କରିଛନ୍ତି। ଫିଲ୍ମଟି ବର୍ତ୍ତମାନ ନାମକରଣ ହୋଇନାହିଁ, ଏବଂ ସୁନିତା ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ।ରିପୋର୍ଟରେ କୁହାଯାଇଛି ଯେ ସେ ଏହି ପ୍ରୋଜେକ୍ଟ ପାଇଁ ପ୍ରାୟ ୨୦ ଦିନ ସୁଟିଂ କରିବେ। ଫିଲ୍ମର ଅନ୍ୟାନ୍ୟ ବିବରଣୀ, ଯେପରିକି ନିର୍ଦ୍ଦେଶକ, ସହ-କଳାକାର ଏବଂ ମୁକ୍ତି ତାରିଖ, ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ, କିନ୍ତୁ ଏହା ତାଙ୍କର ଆନୁଷ୍ଠାନିକ ଅଭିନୟ ଡେବ୍ୟୁ ହେବ।
ଆସନ୍ତା ସୋମବାର ଫେବୃଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ।ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଫେବୃଆରୀ ୬ ତାରିଖ ଦିବା ୧୧ ଘଟିଟା ଠାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିବ । ଏଥିପାଇଁ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ ।
କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ପ୍ରଥମ ସମବାୟ ନେତୃତ୍ୱାଧୀନ ରାଇଡ୍-ହେଲିଂ ପ୍ଲାଟଫର୍ମ ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି ।ଏହି ସେବା ପ୍ରାରମ୍ଭିକ ଭାବରେ ଦିଲ୍ଲୀ-ଏନସିଆର ଏବଂ ଗୁଜରାଟରେ ଆରମ୍ଭ କରାଯାଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ ବିସ୍ତାର କରାଯିବାକୁ ଲକ୍ଷ ରଖାଯାଇଛି । ଦେଶରେ ରାଇଡ୍-ହେଲିଂ ସେବା ବଜାର ବର୍ତ୍ତମାନ ଉବର, ଓଲା ଏବଂ ରାପିଡୋ ସଂସ୍ଥା ଦ୍ୱାରା ପ୍ରାଧାନ୍ୟ ବିସ୍ତାର କରୁଛି । ଭାରତ ଟ୍ୟାକ୍ସି ଚାଳକଙ୍କ ମଧ୍ୟରେ ସିଧାସଳଖ ଲାଭ ବଣ୍ଟନ ସହିତ ଏକ ଶୂନ୍ୟ-କମିସନ୍ ଏବଂ ମୂଲ୍ୟ ବୃଦ୍ଧି-ମୁକ୍ତ ମଡେଲରେ କାର୍ଯ୍ୟ କରିବ । ଏହା ବିଦେଶୀ ନିବେଶ ଆଧାରିତ ରାଇଡ୍-ହେଲିଂ ପ୍ଲାଟଫର୍ମର ଏକ ସ୍ୱଦେଶୀ ବିକଳ୍ପ ଭାବରେ ପ୍ଲାଟଫର୍ମକୁ ସ୍ଥାନିତ କରିବ ବୋଲି ଆଶା ରଖ ଯାଇଛି । ସମବାୟ ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ଟ୍ୟାକ୍ସି ବିଶ୍ୱର ପ୍ରଥମ ଏବଂ ସର୍ବବୃହତ ସମବାୟ-ଆଧାରିତ ରାଇଡ୍-ହେଲିଂ ପ୍ଲାଟଫର୍ମ…
ମୁମ୍ବାଇର କଫ୍ ପ୍ୟାରେଡ୍ ଅଞ୍ଚଳରୁ ଏକ ଅମାନବୀୟ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୦ ବର୍ଷୀୟା ମୂକ ଓ ବଧିର ଯୁବତୀଙ୍କୁ ବଳାତ୍କାର ଓ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ନିଜ ବାପାକୁ ଗିରଫ କରିଛି। ଡିଏନଏ ପରୀକ୍ଷା ପରେ ଏହି ଜଘନ୍ୟ କାଣ୍ଡର ପର୍ଦ୍ଦାଫାଶ ହୋଇଛି।ମାର୍ଚ୍ଚରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୬ ମାସ ଧରି ଝିଅଟି ସହ ବାପା ଅପକର୍ମ କରି ଚାଲିଥିଲା । ମାମଲାରେ ପୋଲିସ ଝିଅର ବାପା ସହ ମୋଟ ୩ ଜଣଙ୍କୁ ଗିରଫ କରିଛି ।
ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ବହୁ ସମୟରେ ଅପବ୍ୟବହାର ହେଉଥିବା ଅଭିଯୋଗ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଷ୍ଟ୍ରୀୟ ପ୍ରତୀକ ଅପବ୍ୟବହାର ରୋକିବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ୫ଟି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ କମିଟି ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି। ଜାତୀୟ ପ୍ରତୀକର ଅପବ୍ୟବହାର ସମ୍ପର୍କରେ ଅଭିଯୋଗ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ପୋର୍ଟାଲ ଜରିଆରେ ଅଭିଯୋଗ ପାଇବାର ୬ ସପ୍ତାହ ମଧ୍ୟରେ ତ୍ରୁଟି ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।ଏଲୋନ ଟ୍ରଷ୍ଟ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅଭିଯୋଗ ପାଇବାର ନିର୍ଦ୍ଧିଷ୍ଟ ଅବଧି ଭିତରେ ତ୍ରୁଟି ସଂଶୋଧନ ନକରିଲେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।