Author: madhulekha

ପୁଣି ଅଡୁଆରେ ପଡିଛନ୍ତି ତୁଳସୀ ଯାତ୍ରା ମାଲିକ ନାଣ୍ଡୁ ବାବୁ । ତାଙ୍କ ନାଁରେ ବାଲିପାଟଣା ଥାନାରେ ଏତଲା ଦିଆଯାଇଛି । ଯାତ୍ରା କଳାକାର ସାଇ ସତ୍ୟଜିତ ପଣ୍ଡାଙ୍କ ମା ଏତଲା ଦେଇଛନ୍ତି ।ମା’ଙ୍କ ଅଭିଯୋଗ ଅନୁଯାୟୀ, ତୁଳସୀ ଗଣନାଟ୍ୟର ମାଲିକ ନାଣ୍ଡୁ ବାବୁ ତାଙ୍କ ପୁଅ ଖଳନାୟକ ସାଇ ସତ୍ୟଜିତଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ୫ରୁ ୬ଦିନ ହେଲା ଗୁଣ୍ଡା ଲଗାଇ ଧମକଚମକ ଦେଉଛନ୍ତି । ଯାତ୍ରା ଚଲୁଥିବା ବେଳେ ଗ୍ରୀନ ରୁମକୁ ଆସି କାମ କରାଇ ଦେଉନାହାନ୍ତି । ଗୁରୁବାର ମାନସିକ ଚାପ ସହି ନପାରି ସାଇ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସାଥି କଳାକାରମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରିବାର ଲୋକ ସକାଳୁ ଖବର ଜାଣିବା ପରେ ପୁଅକୁ ଖଣ୍ଡଗିରିରୁ ଆଣିଛନ୍ତି । ଏତେ ବଡ଼ ଘଟଣା ଘଟିଯିବା ପରେ ମଧ୍ୟ ଯାତ୍ରା ପାର୍ଟି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ମା’ ପଦ୍ମିନୀ…

Read More

ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି।ଅଭିଯୋଗ ଅନୁସାରେ ନିଜକୁ ଡାକ୍ତର ଦର୍ଶାଇ ଘରୋଇ ମେଡିକାଲ କଲେଜର ଜଣେ ମହିଳା ମେଡିକାଲ ଅଫିସରଙ୍କ ସହ ଅଭିଯୁକ୍ତର ମେଟ୍ରିମୋନିଆଲ ସାଇଟରେ ସମ୍ପର୍କ ହୋଇଥିଲା । ନିଜକୁ ପୁଣେରେ ଡାକ୍ତର ଥିବା କହି ଅଭିଯୋଗକାରିଣୀ ଙ୍କ ପରିବାର ଲୋକଙ୍କୁ ମଧ୍ୟ ବିଶ୍ୱାସ ଜନ୍ମାଇଥିଲା । ପରେ ନକଲି ଡାକ୍ତର ସରୋଜ ନିଜ ସାଙ୍ଗର ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ଦେଢ଼ ଲକ୍ଷ ଟଙ୍କା ମାଗିଥିଲା । ଅଭିଯୋଗକାରିଣୀ ଫୋନପେ ଜରିଆରେ ତିନୋଟି କିସ୍ତିରେ ୧ଲକ୍ଷ ୩୦ହଜାର ଟଙ୍କା ଦେଇଥିଲେ । ଅଭିଯୋଗକାରିଣୀ ଦେଇଥିବା ଟଙ୍କା ମାଗିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା ଧମକ ଦେଇଥିଲା ଏନେଇ ମଞ୍ଚେଶ୍ୱର ଥାନା ରେ ଅଭିଯୋଗ ହେବା ପରେ ତଦନ୍ତ କରି ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ…

Read More

ମହିଳାଙ୍କ ପ୍ରଜନନ ସ୍ଵାଧୀନତାକୁ ଗୁରୁତ୍ୱ ଦେଇ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ଯୁବତୀଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ମାତୃତ୍ୱ ଗ୍ରହଣ କରିବା ପାଇଁ କୋର୍ଟ ବାଧ୍ୟ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶୀର୍ଷ ଅଦାଲତ। ଏହା ସହିତ ୩୦ ସପ୍ତାହର ଗର୍ଭପାତ ପାଇଁ ଯୁବତୀଙ୍କୁ ଅନୁମତି ମିଳିଛି। ଜଣେ ୧୭ ବର୍ଷୀୟ ଗର୍ଭବତୀ ନାବାଳିକା ମାମଲାର ଶୁଣାଣି ଅବସରରେ ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।ବିଚାରପତି ବିଭି ନାଗାରତ୍ନ ଓ ବିଚାରପତି ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । କହିଛନ୍ତି, ଜଣେ ନାବାଳିକା ଗର୍ଭଧାରଣ ଜାରି ରଖିବେ କି ନାହିଁ ଓ ସନ୍ତାନକୁ ଜନ୍ମଦେବେ କି ନାହିଁ ତାହା ପୀଡ଼ିତାଙ୍କ ସତ୍ତ୍ବାଧିକାର ଉପରେ ନିର୍ଭରଶୀଳ । ସେହିପରି ଗର୍ଭଧାରଣ ଜାରି ରହିଲେ ମା’ କିମ୍ବା ଶିଶୁର କୌଣସି କ୍ଷତି ନାହିଁ ବୋଲି ମେଡିକାଲ ରିପୋର୍ଟରେ ଦର୍ଶାଯାଇଥିଲା । ଯାହାର…

Read More

ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ ଥିବା ପନାସ ଆପାର୍ଟମେଣ୍ଟର ୧୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ମୃତ୍ୟୁକୁ ଆଲିଙ୍ଗନ କରିବା ପୂର୍ବରୁ ହାତ ଯୋଡ଼ି ପ୍ରାର୍ଥନା କରୁଥିବାର ଦେଖାଯାଇଛି। ରିପୋର୍ଟ ଅନୁସାରେ, ସୁନୀଲ ସଦାରଙ୍ଗାନି ଗତକାଲି ଅପରାହ୍ନରେ ବିଜୟପୁର ରୋଡରେ ଥିବା ପନାଶ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ସେ ଲିଫ୍ଟ ବଦଳରେ ସିଡ଼ି ମାଧ୍ୟମରେ ୧୭ ମହଲାକୁ ଯାଇଥିଲେ। ତାଙ୍କୁ ହାତ ଯୋଡ଼ି ଛାତ ଉପରେ ଠିଆ ହୋଇଥିବା ଦେଖି ତଳେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ଆପାର୍ଟମେଣ୍ଟର ସୁରକ୍ଷା କର୍ମୀଙ୍କୁ ଖବର ଦେଇଥିଲେ।ସୂଚନା ପାଇବା ମାତ୍ରେ, ସୁରକ୍ଷା କର୍ମୀ ତୁରନ୍ତ ଉପର ମହଲାକୁ ଯାଇ ସଦାରଙ୍ଗାନିଙ୍କୁ ତଳକୁ ଆସିବାକୁ…

Read More

ଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡିଶା ରାଜ୍ୟ କମିଟି ସଦସ୍ୟ ସି. ପି. ଆଇ (ମାଓ ବାଦୀ )ନିଖିଲ (ନିରଞ୍ଜନ ରାଉତ ), ଇନ୍ଦୁ (ଅଙ୍କିତା, ରଶ୍ମିତା ଲେଙ୍କା ) ଆତ୍ମ ସମର୍ପଣ ପରେ ରାୟଗଡ଼ା ଜିଲ୍ଲା ନକ୍ସଲ ମୁକ୍ତ ହୋଇଛି । ବର୍ତ୍ତମାନ ବୌଦ୍ଧ ଜିଲା ମାଓ ମୁକ୍ତ ହୋଇଛି ବୋଲି ସୂଚନା ଦେଇଛନ୍ତି ନୀତି ଶେଖର । ଗତକାଲି ନକ୍ସଲମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲା କୋରାପୁଟ ଜିଲ୍ଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ଏନେଇ ସୂଚନା ଦେଇଥିଲେ । ମହିଳା ନକ୍ସଲ ମମତା ପୋଡିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା କରାଯାଇଥିଲା ।

Read More

ବିଭିନ୍ନ କୋର୍ଟକୁ ବୋମା ଧମକକୁ ନେଇ ଏଜି ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରେସ୍‌ମିଟ୍ । ଆତଙ୍କିତ ଦୁଅନ୍ତୁ ନାହିଁ, କେବଳ ଭୟ ସୃଷ୍ଟି ଏଭଳି ଧମକ ମିଳିଛି । ବିଭିନ୍ନ ସମୟରେ ଆତଙ୍କୀ ଭୟ ସୃଷ୍ଟି ପାଇଁ ଏଭଳି କରନ୍ତି ବୋଲି ସେ କହିଛନ୍ତି । ଧମକ ମିଳିଲା ଏହାର ଅର୍ଥ ନୁହେଁ ଯେ ସରକାର ଏହାକୁ ହାଲୁକାରେ ନେଇଛନ୍ତି, ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି, ଯାଞ୍ଚ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମନିଟରିଂ କରୁଛନ୍ତି, କୋର୍ଟ ସୁରକ୍ଷାକୁ ନେଇ ସାଲିସ କରାଯିବନି । କେଉଁଠୁ ମେଲ ଆସୁଛି ସୋର୍ସ ଖୋଜା ଚାଲିଛି, ସୋର୍ସ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆଜି ଗୋଟିଏ ଦିନରେ ୪ କୋର୍ଟକୁ ମିଳଥିଲା ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟ ସମେତ ପୁରୀ ଜିଲ୍ଲା ଜଜ୍ କୋର୍ଟ, ଫୁଲବାଣୀ କୋର୍ଟ…

Read More

ଓଲା, ଉବର ଏବଂ ରାପିଡୋ ଭଳି ଆପ-ଭିତ୍ତିକ ଚାଳକମାନେ ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ କରିବେ।ଏହି ପ୍ରତିବାଦକୁ ‘ଅଲ ଇଣ୍ଡିଆ ବ୍ରେକଡାଉନ’ ବୋଲି ନାମ ଦିଆଯାଇଛି ଏବଂ ଡ୍ରାଇଭରମାନେ ସେମାନଙ୍କର ରାଇଡ-ହେଲିଂ ଆପଗୁଡ଼ିକୁ ସାମୂହିକ ଭାବରେ ବନ୍ଦ କରିବେ ବୋଲି ଆଶା କରାଯାଉଛି। ତେଲଙ୍ଗାନା ଗିଗ ଆଣ୍ଡ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ (TGPWU) ଏବଂ ଅନ୍ୟାନ୍ୟ ଜାତୀୟ ଶ୍ରମିକ ସଂଗଠନଗୁଡ଼ିକ ଦ୍ୱାରା ଏହି ଧର୍ମଘଟ ଆୟୋଜିତ ହେଉଛି। ଶନିବାରର ପ୍ରତିବାଦ ଘୋଷଣା କରି, TGPWU ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛି, ‘ଦେଶବ୍ୟାପୀ ଆପ-ଆଧାରିତ ପରିବହନ କର୍ମଚାରୀମାନେ ଫେବୃଆରୀ ୭,୨୦୨୬ରେ ଏକ ସର୍ବଭାରତୀୟ ଧର୍ମଘଟ କରିବେ। କୌଣସି ସର୍ବନିମ୍ନ ଭଡ଼ା ନାହିଁ। କୌଣସି ନିୟନ୍ତ୍ରଣ ନାହିଁ। ଅନନ୍ତ ଶୋଷଣ।’ଓଲା, ଉବର ଏବଂ ରାପିଡୋ ଡ୍ରାଇଭରମାନେ ସରକାରଙ୍କ ନିକଟରେ ଅନେକ ଦାବି ରଖିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଏକ ଚିଠିରେ, ସଂଘ ମୋଟର ଯାନବାହନ ଏଗ୍ରିଗେଟର ନିର୍ଦ୍ଦେଶାବଳୀ, ୨୦୨୫ ଉଦ୍ଧୃତ କରି ଦାବି କରିଛି ଯେ ଏହି ନିର୍ଦ୍ଦେଶାବଳୀରେ…

Read More

ଫାଇଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିବାଗର ବଡ ଆକ୍ସନ ପ୍ଲାନ । ଏଣିକି ଘରକୁ ଯାଇ ନିଜ ଉପସ୍ଥିତିରେ ମେଡିସିନ ଖୁଆଇବେ ସ୍ୱାସ୍ଥ୍ୟକର୍ମୀ । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ମାଗଣା ବଣ୍ଟନ ସତ୍ତ୍ବେ ଲୋକେ ଔଷଧ ସେବନ କରୁ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ଆରମ୍ଭ ହୋଇ ୧୦ ଦିନ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟୟରେ ବଲାଙ୍ଗୀର, ଗଞ୍ଜାମ, ଯାଜପୁର, ବରଗଡ଼ ଏବଂ ଢେଙ୍କାନାଳ ଜିଲାରେ ରୋଗୀଙ୍କୁ ଔଷଧ ଦିଆଯିବ। ଯେଉଁମାନେ ଔଷଧ ବାଣ୍ଟିବେ ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଲିମ ଦିଆଯାଇଛି। ଯେଉଁ ସ୍ୱାସ୍ଥ୍ୟକର୍ମୀ ଔଷଧ ବାଣ୍ଟିବେ ଜିପିଏସ ଜରିଆରେ ଟ୍ରାକ୍ କରାଯିବ ।

Read More

ସ୍କୁଲ ଯୁନିଫର୍ମ ପହଞ୍ଚିବାରେ ବିଳମ୍ବକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଛନ୍ତି ଯେ ଠିକ୍ ସମୟରେ ସ୍କୁଲ ୟୁନିଫର୍ମ କିପରି ପହଞ୍ଚିବ ସେଥିପାଇଁ ପ୍ରୟାସ କରାଯାଇଛି । କିଛି ସ୍ଥାନରେ ଅବ୍ୟବସ୍ଥା ହୋଇଛି, ଆମେ କଠଓର ପଦକ୍ଷେପ ନେବୁ । ଡିଇଓ କିମ୍ବା ଏସଏଚଜିଙ୍କ ଅବହେଳା ପାଇଁ ଯଦି ବଣ୍ଟନ ହୋଇନି ତର୍ଜମା କରିବୁ । ତର୍ଜମା କରି ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନେବୁ । ସୂଚନାମୁତାବକ ସ୍କୁଲ ପିଲାଙ୍କୁ ପୋଷାକ ବାଣ୍ଟିବାକୁ ପ୍ରାୟ ବର୍ଷକ ତଳୁ ବଜେଟରେ ବ୍ୟବସ୍ଥା କରିଥିଲେ ମୋହନ ସରକାର । କିନ୍ତୁ ବିଡ଼ମ୍ବନାର ବିଷୟ, ନୂଆ ବଜେଟ୍ ଆସିବାକୁ ଯାଉଥିଲେ ବି ଏପର୍ଯ୍ୟନ୍ତ ପୋଷାକ ବଣ୍ଟା ସରିନି। କେନ୍ଦ୍ରାପଡ଼ା ଜିଲ୍ଲାର ପୌରପାଳିକା ଓ ବ୍ଲକରେ ଜଣେ ବି ହେଲେ ପିଲାକୁ ପୋଷାକ ବଣ୍ଟା ନଯିବା ଖବରକୁ ନେଇ ହଇଚଇ ଲାଗି ରହିଥିବାବେଳେ ଏବେ ସାମନାକୁ ଆସିଛି ଗଣଶିକ୍ଷା ବିଭାଗର ଆଉ…

Read More

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ମିଳିଲା ଆଗୁଆ ଜାମିନ। ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ।। ଅଶ୍ଳୀଳ ନୃତ୍ୟୁ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା । ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ୨ ଆୟୋଜକଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ଗିରଫ ଭୟରେ୍ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା । ଆଜି ହାଇକୋର୍ଟରେ ଏହି ଆବେଦନର ଶୁଣାଣି କରି କୋର୍ଟ ନିଶାଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ ପ୍ରଦାନ କରିଛନ୍ତିି ।ସୂଚନା ଅନୁସାରେ ନିକଟରେ, ଛତିଶଗଡ଼ରେ ଯାତ୍ରା ପଡ଼ିଥିବା ବେଳେ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଉ ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥାଇ ଭରପୁର ମଜା ନେଉଥିଲେ ଛତିଶଗଡ଼ ଗାରିଆବନ୍ଧ ଜିଲ୍ଲାର ଏଡିଏମଙ୍କ ସହ କିଛି ପୋଲିସ କର୍ମୀ । ଯାହାପରେ…

Read More