Author: Madhulekha

ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସ ଙ୍କ ପୁଅ ବିଶାଲ ଦାସ । ଆୟକର ବିଭାଗ ନୋଟିସ ପରେ ଲଇଁ ହୋଇଛନ୍ତି ହାଜର। କିଛି ଦିନ ପୂର୍ବରୁ ଆୟକର ବିଭାଗ ନବ ଦାସଙ୍କ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା । ଆୟକର ବିଭାଗ ପକ୍ଷରୁ ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ୱର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ୱର୍ଗତ ନବ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ାଉ କରାଯାଇଥିଲା ।୨୦୨୩ ଏପ୍ରିଲ ଓ ମେ’ ମାସରେ ନବ ଦାସଙ୍କ ପୁଅ ବିଶାଳ ଦାସ ୪ଟି କମ୍ପାନିର ପାର୍ଟନର ହୋଇଥିବାବେଳେ ଏହି କମ୍ପାନିଗୁଡ଼ିକ ଝାରସୁଗୁଡ଼ା ବଡ଼ମାଲର ବୋଲି ଦର୍ଶାଯାଇଛି । ତେଣୁ ଏହି କମ୍ପାନି ଲିଙ୍କ୍‌ରେ ନବ ଦାସଙ୍କ ବାସଭବନରେ କାଗଜପତ୍ର ଯାଞ୍ଚ ହେଉଥିବା ଚର୍ଚ୍ଚା ହୋଇଥିଲା ।

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅଫ୍ ମାର୍କ। ତେବେ କଟ୍ ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା ବିଶ୍ଵ ବିଦ୍ୟାଳୟ। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ ବାଣିଜ୍ୟରେ ୮୦.୨୦% କଟ୍‌ ଅଫ୍‌ ମାର୍କ ରହିଛି। ସେହିପରି ଚଳିତବର୍ଷ ତିନି ପର୍ଯ୍ୟାୟରେ ଯୁକ୍ତ ୩ ନାମଲେଖା ଶେଷ ହୋଇଛି। ଆଜିଠାରୁଠାରୁ ଓ୍ବେଟିଂ ଲିଷ୍ଟ ଓ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଯେଉଁ ଛାତ୍ରୀଛାତ୍ର ନାମଲେଖାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଏହି ରାଉଣ୍ଡରେ ସୁଯୋଗ ପାଇପାରିବେ। ସେଲ୍ଫ ଫାଇନାନ୍ସ ଏବଂ ସଂସ୍କୃତ କଲେଜର ପିଲାମାନେ ମଧ୍ୟ ଆବେଦନ କରିପାରିବେ। ଆସନ୍ତା ଗୁରୁବାର ୧୦ ତାରିଖ ରାତି ୧୧ଟା ୪୫ ଯାଏ ଆବେଦନ କରିହେବ।

Read More

ଆଜି ସୁନା ଦର କମିଛି । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ତେବେ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୨୯୦ ଟଙ୍କା ରହିଛି । ଗତକାଲି ୯୮,୮୩୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦,୧୦୦ ଟଙ୍କା ରହିଛି । ଗତକାଲି ୯୦,୬୦୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୭୩,୭୨୦ ଟଙ୍କା ରହିଛି । ଗତକାଲି ୭୪,୧୩୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ହ୍ରାସ ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୦ , ୦୦୦ ଟଙ୍କା ହୋଇଛି ।

Read More

ଆଜି କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୪ ବର୍ଷରେ ପାଦ ଦେଲେ ମାହି । କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମଏସ ଧୋନୀ ମ୍ୟାଚର ବେଷ୍ଟ ଫିନିସର । କୌଣସି ବି ମ୍ୟାଚ୍ ଆପଣ ଦେଖିବେ ଯଦି ଧୋନୀ ଶେଷ ଯାଏଁ ଥିବେ ତାହାଲେ ସିଏ ଦଳକୁ ବିଜୟ ସହ ଏକ ସୁନ୍ଦର ଛକା, ଚୌକା ସହ ଫିନିସ୍ କରିଥିବାର ଅନେକ ନଜିର ରହିଛି । ଧୋନୀଙ୍କର ଇଚ୍ଛା କ୍ରିକେଟରେ ନଥିଲା । ତାଙ୍କ ସ୍କୁଲ ସମୟରେ, ସେ ଫୁଟବଲ୍ ଦଳର ଗୋଲକିପର ଥିଲେ, କିନ୍ତୁ ଗୋଟିଏ ଦିନ ତାଙ୍କ କ୍ରୀଡ଼ା ଶିକ୍ଷକ ତାଙ୍କୁ କହିଲେ – କ୍ରିକେଟ୍ ଦଳକୁ ଜଣେ ୱିକେଟକିପର ଆବଶ୍ୟକ, ତୁମେ ଚେଷ୍ଟା କରିବ କି? କଥା କେବଳ ଏତିକି ଥିଲା, ଆଉ ସେଠାରୁ ବିଶ୍ୱକପ୍ ଟ୍ରଫି ପାଇଁ ଆରମ୍ଭ ହୋଇଥିଲା ଯାତ୍ରା । ଧୋନୀ ସବୁବେଳେ କୁହନ୍ତି ଯେ ସେ ସଚିନ…

Read More

ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ସୋମବାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।ସେହିପରି ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ, କଟକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ସତର୍କ ସୂଚନା ଜାରି କରାଯାଇଛି। ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୂରଭଞ୍ଜରେ ମଧ୍ୟ ବର୍ଷା ସମ୍ଭାବନା ଥିବା ଜଣାପଡ଼ିଛି।

Read More

ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି । ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ତେବେ ପାଠପଢ଼ା ଗୁଣାତ୍ମକ, ସୁନିଶ୍ଚିତ କରିବା ଲାଗି ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ବଢ଼ାଯିବ । ଶିକ୍ଷକ-ଛାତ୍ର ଅନୁପାତ ସବୁ ସମୟରେ ଯେପରି ଠିକ୍‌ ରହିବ ତାକୁ ଦୃଷ୍ଟି ଦିଆଯିବ । ଏଥିଲାଗି ଅତିରିକ୍ତ ଭାବେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ଯେପରି ପିଏଚ୍‌ଡି କରିବେ ତାକୁ ବାଧ୍ୟତାମୂଳକ କରାଯିବ । ଓଡ଼ିଶା ଭିଜନ୍‌ ୨୦୩୬ ଓ ୨୦୪୭ରେ ଏପରି ଯୋଜନା କରାଯାଇଛି । ୨୦୨୯ ସୁଦ୍ଧା ରାଜ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ଶିକ୍ଷକ ତାଲିମ ପ୍ରତିଷ୍ଠାନ (ଓଏଚ୍‌ଟିଟିଆଇ) ପ୍ରତିଷ୍ଠା କରାଯିବ । ଏଥିରେ ରାଜ୍ୟର କଳା, ସଂସ୍କୃତି ରହିବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ଅଧ୍ୟାପକମାନେ ଆସି ତାଲିମ ପ୍ରଦାନ କରିବେ । ନିୟମିତ ଭାବେ ଦକ୍ଷତା ବିକାଶ, ମାର୍ଗଦର୍ଶନ ଆଦି…

Read More

ଆଜି ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ । ୪ ଦିନ ପର୍ଯ୍ୟନ୍ତ ମାଗଣାରେ ରୋଗୀ ଦେଖିବେ ଅଭିଜ୍ଞ ଡାକ୍ତର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ୯୩୮ ଜଣ ରୋଗୀ ସ୍ବାସ୍ଥ୍ୟ ଶିବିରରେ ଉନ୍ନତମାନର ଚିକିତ୍ସା ପାଇପାରିବେ। ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବାକୁ କଟକ ଏସସିବିର ସୁପର ସ୍ପେସାଲିଷ୍ଟ ଡାକ୍ତରମାନେ ବିମାନରେ ଯାଇ ନବରଙ୍ଗପୁରରେ ପହଞ୍ଚିବେ। ପରେ ପର୍ଯ୍ୟାୟକ୍ରମେ ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ବି ସୁପର ସ୍ପେସାଲିଷ୍ଟ ଡାକ୍ତରମାନେ ରୋଗୀଙ୍କ ପାଖରେ ପହଞ୍ଚି ଚିକିତ୍ସା କରିବେ। ସ୍ୱାସ୍ଥ୍ୟ ସେବାକୁ ଆହୁରି ବ୍ୟାପକ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ସୁନିଶ୍ଚିତ ହେଉଛି ।

Read More

ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ଅଧିକ, ନିଷ୍କାସନ କମ୍। ହୀରାକୁଦ ଜଳଭଣ୍ଡାରକୁ ଏବେ ପ୍ରତି ସେକେଣ୍ଡରରେ ଜଳଭଣ୍ଡାରକୁ ୨ ଲକ୍ଷ ୮୯ ହଜାର ୯୪୩ କ୍ଯୁସେକ ପାଣି ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୯ ହଜାର ୫୨୮କ୍ୟୁସେକ୍‌ ପାଣି ଛଡାଯାଉଛି। ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରରୁ ୩୫ ହଜାର ୩୫୨ କ୍ୟୁସେକ୍‌ ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର, କେନାଲରେ ୩୨୨୩ କ୍ୟୁସେକ୍‌ ଏବଂ କଳକାରଖାନା ପାଇଁ ୨୩୪ କ୍ୟୁସେକ୍‌ ଛଡ଼ାଯାଉଛି। ତେବେ ଇନଫ୍ଲୋଠାରୁ ଆଉଟଫ୍ଲୋ କମ୍ ଥିବାରୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି। ରୁଲ୍ କର୍ଭ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଜଳସ୍ତର ୬୦୫ ଫୁଟ ରହିବା କଥା।

Read More

୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଗୁଡ଼ିକରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଶେଷ ହୋଇଛି। ଆଜି ପୂର୍ବାହ୍ଣ ୧୧ଟା ୪୫ ମିନିଟ୍‌ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ତେବେ ମନୋନୀତ ଛାତ୍ରଛାତ୍ରୀ ୮ରୁ ୧୪ ତାରିଖ ମଧ୍ୟ‌ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବେ।୨୧ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ନାମଲେଖା ୨୩ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବ। ସ୍ପଟ୍ ମେଧା ତାଲିକା ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ। ଅଗଷ୍ଟ ୮ରୁ ୧୩ ମଧ୍ୟରେ ନାମଲେଖା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁଲାଇ ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା ହେବ।

Read More

ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା । ଦ୍ବାଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଅଧର ଛୁଉଁଥିବା ତୁମ୍ଭାକାର ମାଟିହାଣ୍ଡିରେ ପଣା ଭୋଗ ପରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହେବା ପରେ ସମସ୍ତ ପାର୍ଶ୍ୱ ଦେବଦେବୀ ଓ ଅନ୍ୟାନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବାର ବିଧି ରହିଛି । ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଛେନା ,ଛାଚି , କ୍ଷୀର ,ସର,ଗୋଲମରିଚ ,କର୍ପୁର ,ଜାଇଫଳ,କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯାଇଥାଏ । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ । ମଧ୍ୟାହ୍ନ ଧୂପ ପରେ ଅଧର ପଣା ନୀତି ଅନୁଷ୍ଠିତ ହେବ…

Read More

ପବିତ୍ର ସୁନାବେଶରେ ଅଘଟଣ । ରାଧାବଲ୍ଲଭ ମଠରୁ ଖସି ପଡ଼ି ଜଣେ ଭକ୍ତ ଗୁରୁତର ଆହତ ହୋଇଛନ୍ତି । ଜଗତସିଂହପୁର ପାଟେଳୀ ଗାଁର ବାବାଜୀ ବେହେରା ଗୁରୁତର ହୋଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାଧାବଲ୍ଲଭ ମଠରେ ବସିଥିବାବେଳେ ଭକ୍ତଙ୍କୁ ମାଙ୍କଡ ଗୋଡାଇଥିଲା। ଏଥିରେ ବାବାଜୀ ବେହେରା ନାମକ ଜଣେ ବ୍ୟକ୍ତି ତଳକୁ ପଡିଯାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ପୁରୀ ବଡ ଡାକ୍ତରଖାନା ନିଆଯାଇଥିଲା, ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତେବେ ସେ କାହିଁକି ଚଢ଼ିଥିଲେ ଏବଂ କିଭଳି ଖସି ପଡ଼ିଲେ, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।

Read More

ଓଡ଼ିଆଣୀ ବେଶରେ ସଜେଇ ହୋଇଛନ୍ତି ମାଆ ସୁଭଦ୍ରା । କି ଭାଗ୍ୟ ସେ ପଦ୍ମଫୁଲର ଯୋଗମାୟାଙ୍କ ବେକରେ ମାଳା ହେବାର ସୌଭାଗ୍ୟ ପାଇଛି ।ସୁବର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶକୁ ରାଜାଧିରାଜ ବେଶ ବା ରାଜା ବେଶ ଓ ରାଜରାଜେଶ୍ବର ବେଶ ବୋଲି ମଧ୍ୟ କୁହାଯାଏ । ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ବେଶ ହୋଇଥାଏ। ମହାପ୍ରଭୁଙ୍କ ସୁନା ବେଶ ଦେଖିବା ପାଇଁ ରବିବାର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଲାଗି ରହିଛି। ରାତ୍ର ୧୧ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀକ୍ଷେତ୍ର ଆସିବାକୁ ରାସ୍ତାରେ ପଛକୁ ପଛ ଲମ୍ବିଛି ଗାଡ଼ିର ଲମ୍ବା ଲାଇନ। ଅନ୍ୟପକ୍ଷେ ଟ୍ରାଫିକ କଣ୍ଟ୍ରୋଲ ରୁମରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। ପୁରୀରେ କେତେ ଗାଡ଼ି ପ୍ରବେଶ…

Read More