Author: Madhulekha

ନୟାଗଡ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଗତକାଲି ୪ଘଣ୍ଟା ଧରି ଲାଇଟ୍ ନଥିବାରୁ ମୋବାଇଲ୍ ଟର୍ଚ୍ଚ ଲାଇଟ୍ ରେ ଚିକିତ୍ସା ଚାଲୁଥିବା ଦେଖିବାକୁ ମିଳିଛି ।ଏହାସହିତ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅପରାହ୍ନ ୪ଟାରୁ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟର ଜରୁରୀକାଳୀନ ଚିକିତ୍ସା ୱାର୍ଡ, ମେଡିସିନ୍ ଏବଂ ସର୍ଜରୀ ୱାର୍ଡରେ ଏହି ଅସୁବିଧା ଦେଖିବାକୁ ମିଳିଥିଲା । ଏପରିକି ଏହି ସମୟରେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ମେଡିକାଲ ଆସିଥିବା ଦୁଇଜଣ ରୋଗୀଙ୍କୁ ମୋବାଇଲ ଟର୍ଚ୍ଚ ଲାଇଟରେ ଡ୍ରେସିଙ୍ଗ୍ କରାଯାଇଥିଲା ।

Read More

ମଣିଷ ରୋବୋଟ ଦେଖିଥିବେ, କିନ୍ତୁ ଏବେ ଦେଖିବାକୁ ମିଳିବ ଆକର୍ଷଣୀୟ ରୋବୋଟିକ୍ ଡଗ୍‌। ଏହି ଡଗ୍ ମେସିନ ସାହାଯ୍ୟରେ ବର୍ତ୍ତମାନ ଲୋକଙ୍କ ମନୋରଞ୍ଜନ କରାଇବ। ଏହି ଡଗ୍‌କୁ ବର୍ତ୍ତମାନ ଯାଜ୍ଞସେନୀ ଅପେରା ଯାତ୍ରା ପେଣ୍ଡାଲରେ ଲୋକଙ୍କୁ ଏଣ୍ଟରଟେନ କରାଇବ। ନୂଆ ପାର୍ଟି, ପ୍ରଦର୍ଶନରେ ବି ନୂଆ ଇନୋଭେସନ। ତେବେ ଯାତ୍ରା ମଞ୍ଚରେ ଦର୍ଶକଙ୍କ ମନୋରଞ୍ଜନ କରିବା ପୂର୍ବରୁ ନିଜ ଯାଦୁ ଦେଖାଇଛି ରୋବଟିକ୍ ଡଗ୍।ସବୁଠୁ ଆକର୍ଷଣୀୟ କଥା ହେଉଛି ଏହି ରୋବଟକୁ ଯାହା ପଚରାଯାଉଛି, ସେ ତା’ର ଉତ୍ତର ଦେଉଛି। ସାଧାରଣତଃ ମେସିନ ଇଂରାଜୀ ଭାଷା ବୁଝିଥାଏ। କିନ୍ତୁ ଓଡ଼ିଆରେ ପଚରାରିଲେ ସେ ଓଡ଼ିଆରେ ଉତ୍ତର ଦେଉଛି।ଆଇଟମ୍ ଗାର୍ଲଙ୍କ ହଟ୍ ଡ୍ୟାନସକୁ ମାତ୍ ଦେବାକୁ ଅପେରା ଯାଜ୍ଞସେନୀ ରୋବଟିକ୍ ଟେକ୍ନୋଲଜି ଜରିଆରେ ପେଣ୍ଡାଲରେ ଚମକ୍ ଭରିବାକୁ ଯାଉଛି ତ, ଏପଟେ ମଞ୍ଚରେ ସତ ସତିକା ଧଳା ଘୋଡ଼ା ଚଢ଼େଇବାକୁ ଯାଉଛି ଧଉଳି ଗଣନାଟ୍ୟ। ଏ ପ୍ରୟୋଗ ବି ଯାତ୍ରା ଇତିହାସରେ ପ୍ରଥମ।…

Read More

ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଏବଂ ଜିଲ୍ଲା ସ୍ତରକୁ ବିକେନ୍ଦ୍ରୀକରଣ କରାଯାଇଛି। ଏତଦ୍‌ଦ୍ୱାରା ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧,୨୬,୧୩୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ କରିସାରିଛନ୍ତି।ଆସନ୍ତା ୩, ୪ ମାସ ଭିତରେ ଆଉ ୫ ଲକ୍ଷ ଜମାକାରୀ କ୍ଷତିପୂରଣ ପାଇବେ ।। ଗତ ୧୦ ବର୍ଷରେ ୨ ଲକ୍ଷ ୭୯ ହଜାର ୧୦୯ ଜଣଙ୍କୁ ଫେରସ୍ତ ହୋଇଥିଲା ୧୧୯ କୋଟି ଟଙ୍କା।ଖବର ଅନ୍ୟଙ୍କୁ ଶେୟର କରିବା ସହ ଆମକୁ ଫୋଲୋ (FolIow) କରନ୍ତୁ ।

Read More

ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ଏକ ଘଟଣା ଘଟିଛି ।ପ୍ରେମୀଯୁଗଳଙ୍କ ବାହାଘର କରାଇଲେ ଥାନା ଅଧିକାରୀ । ଉଭୟଙ୍କ ଭଲ ପାଇବାକୁ ଗ୍ରହଣ କରିନଥିଲେ ପରିବାର । ଦୁହେଁ ଘର ଛାଡି ଚାଲି ଯାଇଥିଲେ । ପୋଲିସ ଉଭୟଙ୍କୁ ଥାନାକୁ ଆଣି ପରିବାର ଲୋକଙ୍କୁ ବୁଝାସୁଝା କରି ବାହାଘର କରାଇଛନ୍ତି । ଚଣ୍ଡିତଳ ଗାଁର କେଶବ ସାମଲଙ୍କ ପୁଅ ରିତୁ ସେହି ଗାଁର ଫକୀର ମଲିକ ଝିଅ ରିନୁଙ୍କୁ ଗତ ୬ବର୍ଷ ହେବ ଭଲ ପାଉଥିଲେ। ପରିବାର ଲୋକେ ଉଭୟଙ୍କ ଭଲ ପାଇବାକୁ ଗ୍ରହଣ କରିନଥିବା ବେଳେ ଦୁହେଁ ଲୁଚି ଘର ଛାଡ଼ି ଚାଲି ଯାଇଥିଲେ । ଦୁହେଁ ବଡ଼ଚଣା ଥାନା ଅଧିକାରିଣୀ ମଧୁସ୍ମିତା ବେହେରାଙ୍କ ହାବୁଡ଼ରେ ପଡିବାରୁ ଉଭୟଙ୍କୁ ଥାନାକୁ ଆଣିଥିଲେ । ସାବାଳକ ଥିବାରୁ ଉଭୟ ପରିବାରକୁ ଥାନାକୁ ଡ଼କାଇ ରାଜି କରାଇ ବିବାହ କରାଇଛନ୍ତି । ଏହି ବାହାଘର ପାଇଁ ଥାନାରେ ହୋଇଥିଲା ସମସ୍ତ ଆୟୋଜନ। ତେବେ…

Read More

ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବୁଧବାର ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟରେ ଭେଟିଛନ୍ତି। ସେ ଶୃଙ୍ଖଳା କମିଟି ଆଗରେ ନିଜର ମତ ରଖୁଛନ୍ତି। ଶ୍ରୀ ପ୍ରଧାନ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ପରେ କିଛି ବଡ଼ଧରଣର ଘଟଣା ଘଟିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଆଇନକୁ ସମ୍ମାନ ଦେଉଛି କହି ଏକ୍ସରେ ସୂଚନା ଦେଲେ ଜଗନ୍ନାଥ ପ୍ରଧାନ । ଆଇନ ଆନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ସହଯୋଗ କରିବି । ରାଜ୍ୟ ପ୍ରଶାସନିକ ଅଚଳାବସ୍ଥା ଆଡକୁ ଗତି କରୁଛି । ଏସବୁ ଦୃଷ୍ଟିରୁ ରାଜ୍ୟ ଓ ଆମ ସରକାରଙ୍କ ହିତ ପାଇଁ ଆଇନକୁ ସମ୍ମାନ ଦେଉଛି । ଦୁଇ ଦିନ ହେଲା ବିଏମସି ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି । ମୁଁ ଆଗରୁ କହିଛି, ଏବେବି କହୁଛି ଏହି…

Read More

ବିଏମଏସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । ଅଫିସରେ କାମ କରୁଥିବା ସମୟରେ ହୋଇଯାଇଥିଲେ ଚେତାଶୂନ୍ୟ । ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଛାତି ଯନ୍ତ୍ରଣା ଏବଂ ଯେଉଁଠି ଆକ୍ରମଣ ବେଳେ ଆହତ ହୋଇଥିଲେ ସେହି ଜାଗାରେ ଚିକିତ୍ସା କରାଯାଉଛି। ତଳି ପେଟରେ ବହୁତ୍ ଆଘାତ ଲାଗିଥିବାରୁ ଅସହ୍ୟ ହୋଇପଡ଼ିଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କାର୍ଯ୍ୟରତ ସମୟରେ ଅଫିସ ଭିତରେ ଅସୁସ୍ଥ ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍‌ ନିଆଯାଇଛି।ସୂଚନାଯୋଗ୍ୟ, ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ହିଁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗୁଳଜ କରିବା ସହ ଶାରୀରିକ ଆକ୍ରମଣ କରିଥିଲେ।

Read More

ପୁରୀ ଶରଧାବାଲି ଦଳାଚକଟା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ୪ ଜଣ ଓଏଏସ୍‌ ଅଧିକାରୀଙ୍କୁ ସାମିଲ କରାଯାଇଛି।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।ଏହି ଟିମରେ ଅଛନ୍ତି ମାନସ ରଂଜନ ସାମଲ, ବିନୟ କୁମାର ଦାଶ, ରଶ୍ମୀ ରଂଜନ ନାୟକ ଓ ପ୍ରଦୀପ କୁମାର ସାହୁ । ଏହି ୪ ଜଣ ଓଏଏସ୍‌ ଅଧିକାରୀ ପ୍ରତିଦିନ ଉନ୍ନୟନ କମିସନରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଅପରାହ୍‌ଣ ୩ଟାରୁ ୫ଟା ଯାଏଁ ତଦନ୍ତ ପାଇଁ ସମୟ ଦେବେ । ଗତ ରବିବାର ଦିନ ସକାଳେ ଶରଧାବାଲିରେ ମହାପ୍ରଭୁଙ୍କ ପହୁଡ଼ ଖୋଲିବା ‌ପରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ବାସନ୍ତୀ ସାହୁ, ପ୍ରେମକାନ୍ତ ମହାନ୍ତି ଏବଂ ବାଲିପାଟଣାର ପ୍ରଭାତୀ ଦାସଙ୍କର…

Read More

ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ ପାଇଁ ଓଏଏସ ସଂଘର ଦୃଢ଼ ଦାବି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଓଏଏସ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଆକ୍ରମଣ ବ୍ୟକ୍ତି ଉପରେ ନୁହେଁ, ସାଧାରଣ ସେବା ବ୍ୟବସ୍ଥା ଉପରେ ବୋଲି ସଂଘ କହିଛି । ଫିଲ୍ଡରେ କାର୍ଯ୍ୟରତ ଅଫିସରଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ସଂଘ ଦାବି କରିଛି ।ମାଷ୍ଟରମାଇଣ୍ଡ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ । ଏଥିସହ କ୍ଷେତ୍ରସ୍ତରୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ତହସିଲଦାର, ଉପଜିଲ୍ଲାପାଳ, ବିଡିଓ ଓ ଇଓଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉ । ଅତିରିକ୍ତ କମିଶନରଙ୍କୁ ନିସ୍ତୁକ ମାଡ଼ ମରା ଘଟଣାକୁ ସରକାର ସାର୍ବଜନୀନ ଭାବେ ନିନ୍ଦା କରନ୍ତୁ ।

Read More

ଆନ୍ଦୋଳନରୁ ଓହରିଲା ଓଆରଏସ୍‌ ସଂଘ । ଏହା ପରେ ଜରୁରୀ ସେବାରେ ଯୋଗଦେବେ । ମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି କାର୍ଯ୍ୟରେ ଯୋଗଦେବେ । ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିଲା ଓଆରଏସ୍‌ ସଂଘ । ରାଜସ୍ୱ ମନ୍ତ୍ରୀ ସୁରେଷ ପୂଜାରୀଙ୍କ ଅନୁରୋଧ କ୍ରମେ କାର୍ଯ୍ୟରେ ଯୋଗଦେବେ ORS ଅଫିସର। ରଥଯାତ୍ରା ଓ ବନ୍ୟାଞ୍ଚଳରେ ଅଫିସର କାର୍ଯ୍ୟରେ ଯୋଗଦେବେ। ହେଲେ ଆନ୍ଦୋଳନରୁ ସିନା ଓହରିଛନ୍ତି, ହେଲେ ଏବେବି OAS ସଂଘର ଦାବିକୁ ସମର୍ଥନ କରୁଛି ଓଆରଏସ୍ ସଂଘ। ସେପଟେ ଏବେବି ନିଜ ଦାବିରେ ଅଟଳ ରହିଛି OAS ସଂଘ। BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ OAS ସଂଘର ଚେତାବନୀ। ସଂଘର ବୈଠକରେ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ ଦାବି କରିଛି ସଂଘ।ଓଆରଏସ୍‌ ସଂଘ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏକ ବୈଠକ କରିଥିଲେ । ଲୋକସେବା ଭବନରେ ବୈଠକ ଅନୁଷ୍ଠିତ…

Read More

ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । ତେବେ ଆଜି ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୯୮,୮୯୦ ଟଙ୍କା ରହିଛି । ଗତକାଲି ୯୮,୪୦୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୯୦,୬୫୦ ଟଙ୍କା ରହିଛି । ଗତକାଲି ୯୦,୨୦୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି ।୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୪,୧୭୦ ଟଙ୍କା ରହିଛି । ଗତକାଲି ୭୩,୮୦୦ ଟଙ୍କା ଥିଲା । ଏଥିରେ ୩୭୦ ଟଙ୍କା ବୃଦ୍ଧି ପାଇଛି ।

Read More

ଭାରତୀୟ ଫାଷ୍ଟବୋଲର ମହମ୍ମଦ ସାମିଙ୍କ ପାଇଁ ଏହା ଶକ୍ତ ଝଟ୍‌କା। ତାଙ୍କ ପୂର୍ବ ପତ୍ନୀ ଓ କନ୍ୟାଙ୍କୁ ଭରଣ ପୋଷଣ ପାଇଁ ମାସିକ ମୋଟ ୪ ଲକ୍ଷ ଟଙ୍କା ଦେବା ପାଇଁ ସାମିଙ୍କୁ ମଙ୍ଗଳବାର କଲକାତା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।ଜଷ୍ଟିସ୍ ଅଜୟ କୁମାର ମୁଖାର୍ଜୀ ଏହି ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ସାମିଙ୍କ ଠାରୁ ତାଙ୍କ ପତ୍ନୀ ହସିନ ଜହାଁ ଓ ଝିଅ ଅଲଗା ରହୁଛନ୍ତି। ସେମାନେ ଭରଣପୋଷଣ ପାଇବାକୁ ହକଦାର୍। ଏହାଦ୍ଵାରା ତାଙ୍କ ଝିଅର ଭବିଷ୍ୟତ ସୁଧାର ହୋଇପାରିବ। ତେଣୁ ସାମି ତାଙ୍କ ପତ୍ନୀଙ୍କୁ ପ୍ରତି ମାସ ଦେଢ ଲକ୍ଷ ଏବଂ ତାଙ୍କ ଝିଅକୁ ଅଢେଇ ଲକ୍ଷ ଟଙ୍କା ଭରଣପୋଷଣ ଦେବେ।

Read More

ସାରା ଦେଶରେ ଗତ କିଛି ଦିନରେ କରୋନା ଟିକା ପାଇଁ ହୃଦଘାତର ମାମଲା ଯୁବପୀଢି ନିକଟରେ ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର କହିବାନୁଯାୟୀ, ହୃଦଘାତ ଓ ଆକସ୍ମିକ ମୃତ୍ୟୁର କାରଣ ଜାଣିବା ପାଇଁ ଆଇସିଏମଆର ଓ ଏନସିଡିସି ଉଭୟ ମିଶି ୨ଟି ଭିନ୍ନ ଭିନ୍ନ ଅଧ୍ୟୟନ କରିଛନ୍ତି । ଆଇସିଏମଆର ଜାତୀୟ ମହାମାରୀ ବିଜ୍ଞାନ ସଂସ୍ଥାନ (ଏନଆଇଇ) ମେ’-ଅଗଷ୍ଟ ୨୦୨୩ ମଧ୍ୟରେ କରିଥିବା ଅଧ୍ୟୟନ ଅନୁଯାୟୀ, ୧୯ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା…

Read More