Author: Madhulekha

ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ।ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ଆଡମୋ ମାଧବୀ ଓରଫ ମଞ୍ଜୁ। ଚମ୍ପା ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଅଜୟ ୨୦୧୬ ଏବଂ ମଞ୍ଜୁ ୨୦୧୧ରେ ସାମିଲ ହୋଇଥିଲେ। ଏମାନେ ସମସ୍ତେ ଛତିଶଗଡ଼ କ୍ୟାଡରର ଏବଂ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ।

Read More

ମଙ୍ଗଳବାର ସକାଳ ୬ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ । ୪.୫୦ ଲକ୍ଷ କ୍ୟୁସେକ୍ ଜଳ ମୁଣ୍ଡଳୀ ଆସିବ ।ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ କାରଣ ଆଗାମୀ କିଛି ଦିନ ଯାଏଁ ବର୍ଷା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି । ସେ କହିଛନ୍ତି ଯେ, ହୀରାକୁଦର ୨୦ଟି ଗେଟ୍ ଦେଇ ୨.୯୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଆଗାମୀ ଦିନରେ ବର୍ଷା ହେଲେ, ଅଧିକ ଗେଟ୍ ଖୋଲା ହେବ । ଗତକାଲି ସମ୍ବଲପୁର ଜିଲ୍ଲାର ମହୁଲପାଲିରେ ବାଦଲ ଫଟା ବର୍ଷା ସହିତ ରାଜ୍ୟରେ ସର୍ବାଧିକ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା । ହୀରାକୁଦର ୨୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି ।

Read More

ରାଜ୍ୟ ଭାଜପା ସଭାପତି ପଦ ପାଇଁ ସୋମବାର ନାମାଙ୍କନ ଭରିବା ପରେ  ସେ ପୁଣି ଥରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ  ହୋଇଛି। ତେବେ ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

Read More

ରାଜ୍ୟ ଭାଜପା ସଭାପତି ପଦ ପାଇଁ ସୋମବାର ନାମାଙ୍କନ ଭରିଛନ୍ତି ମନମୋହନ ସାମଲ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଫଳରେ ସେ ପୁଣି ଥରେ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି। ତେବେ ମନମୋହନ ସାମଲ (ଜନ୍ମ: ୧୫ ଅପ୍ରେଲ ୧୯୫୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହି ବିଧାନ ସଭାରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

Read More

ଡାଇରିଆରେ ମୃତ୍ୟୁ ପରେ ଚେତିଲେ ସରକାର । ଏଣିକି ସବୁ ପାନୀୟଜଳର ମାନ ଯାଞ୍ଚ କରାଯିବ । ପାନୀୟଜଳ ଯୋଗାଣର ଯାଞ୍ଚ କରିବେ SHG ମହିଳା । ଚଳିତ ବର୍ଷ ବେକାବୁ ହୋଇଥିଲା ଡାଇରିଆ , ଶତାଧିକ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସା ହେବା ସହ ମୃତ୍ୟୁ ବରଣ ମଧ୍ୟ କରିଥିଲେ ।ଏଥି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । SHG ମହିଳାମାନଙ୍କୁ ଦିଆଯିବା ପାନୀୟଜଳ ଯାଞ୍ଚର ଦାୟିତ୍ୱ । ସେଥିପାଇଁ ସେମାନଙ୍କୁ ଟ୍ରେନିଂ ସହିତ ଫିଲ୍ଡ ଟେଷ୍ଟିଂ କିଟ୍ ଦିଆଯିବ । ଠିକ୍‌ ଭାବରେ ପାନୀୟଜଳ ପହଞ୍ଚିବ , ଅପରେସନ ଓ ପରିଚାଳନାରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ।ପାନୀୟଜଳ ଅପବ୍ୟବହାର ରୋକିବ SCADA । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।ଖବର ଅନ୍ୟଙ୍କୁ ଶେୟର କରିବା ସହ ଆମକୁ ଫୋଲୋ (FolIow) କରନ୍ତୁ ।

Read More

ସୋନପୁର ଜିଲା ବିନିକା ବ୍ଲକ କଂସାରୀପଡ଼ା ବାହୁଡ଼ାଯାତ୍ରାରେ ବଡ଼ ଅଘଟଣ ଘଟିଛି।ଆଜି ମହାପ୍ରଭୁଙ୍କ ସୁନାବେଶ। ଗତକାଲି ଥିଲା ବାହୁଡ଼ା ଯାତ୍ରା। ପୁରୀ ଭଳି ଅନେକ ସ୍ଥାନରେ ରଥଯାତ୍ରା ଏବଂ ବାହୁଡ଼ାଯାତ୍ରା ଖୁବ ଆଡ଼ମ୍ବରର ସହ ପାଳନ କରାଯାଇଥାଏ। ତେବେ ବର୍ତ୍ତମାନ ଏକ ଅଘଟଣ ଖବର ବିନିକାରୁ ଆସିଛି। ଏଠାରେ ରଥ ଚକାରେ ଚାପି ହୋଇଯାଇଛନ୍ତି ୬ଜଣ। ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Read More

ବିହାର ବିଧାନସଭା ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ। ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ମୁଖ୍ୟ ଚିରାଗ ପାସୱାନ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ରବିବାର ଘୋଷଣା କରିଛନ୍ତି। ସାରଣ ଜିଲ୍ଲାରେ ଏକ ରାଜନୈତିକ ରାଲିରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଚିରାଗ ପାସୱାନ କହିଛନ୍ତି ଯେ ତାଙ୍କ ଦଳ ବିହାରର ୨୪୩ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏର ଏକ ଅଂଶ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଦେଇଥିବା ଏହି ବୟାନ ବିଜେପି ଏବଂ ଜେଡିୟୁର ସମସ୍ୟା ବଢ଼ାଇପାରେ ।

Read More

ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସ ଙ୍କ ପୁଅ ବିଶାଲ ଦାସ । ଆୟକର ବିଭାଗ ନୋଟିସ ପରେ ଲଇଁ ହୋଇଛନ୍ତି ହାଜର। କିଛି ଦିନ ପୂର୍ବରୁ ଆୟକର ବିଭାଗ ନବ ଦାସଙ୍କ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା । ଆୟକର ବିଭାଗ ପକ୍ଷରୁ ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ୱର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ୱର୍ଗତ ନବ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ାଉ କରାଯାଇଥିଲା ।୨୦୨୩ ଏପ୍ରିଲ ଓ ମେ’ ମାସରେ ନବ ଦାସଙ୍କ ପୁଅ ବିଶାଳ ଦାସ ୪ଟି କମ୍ପାନିର ପାର୍ଟନର ହୋଇଥିବାବେଳେ ଏହି କମ୍ପାନିଗୁଡ଼ିକ ଝାରସୁଗୁଡ଼ା ବଡ଼ମାଲର ବୋଲି ଦର୍ଶାଯାଇଛି । ତେଣୁ ଏହି କମ୍ପାନି ଲିଙ୍କ୍‌ରେ ନବ ଦାସଙ୍କ ବାସଭବନରେ କାଗଜପତ୍ର ଯାଞ୍ଚ ହେଉଥିବା ଚର୍ଚ୍ଚା ହୋଇଥିଲା ।

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅଫ୍ ମାର୍କ। ତେବେ କଟ୍ ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା ବିଶ୍ଵ ବିଦ୍ୟାଳୟ। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ ବାଣିଜ୍ୟରେ ୮୦.୨୦% କଟ୍‌ ଅଫ୍‌ ମାର୍କ ରହିଛି। ସେହିପରି ଚଳିତବର୍ଷ ତିନି ପର୍ଯ୍ୟାୟରେ ଯୁକ୍ତ ୩ ନାମଲେଖା ଶେଷ ହୋଇଛି। ଆଜିଠାରୁଠାରୁ ଓ୍ବେଟିଂ ଲିଷ୍ଟ ଓ ସ୍ପଟ୍‌ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଯେଉଁ ଛାତ୍ରୀଛାତ୍ର ନାମଲେଖାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଏହି ରାଉଣ୍ଡରେ ସୁଯୋଗ ପାଇପାରିବେ। ସେଲ୍ଫ ଫାଇନାନ୍ସ ଏବଂ ସଂସ୍କୃତ କଲେଜର ପିଲାମାନେ ମଧ୍ୟ ଆବେଦନ କରିପାରିବେ। ଆସନ୍ତା ଗୁରୁବାର ୧୦ ତାରିଖ ରାତି ୧୧ଟା ୪୫ ଯାଏ ଆବେଦନ କରିହେବ।

Read More

ଆଜି ସୁନା ଦର କମିଛି । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ତେବେ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୨୯୦ ଟଙ୍କା ରହିଛି । ଗତକାଲି ୯୮,୮୩୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୦,୧୦୦ ଟଙ୍କା ରହିଛି । ଗତକାଲି ୯୦,୬୦୦ ଟଙ୍କା ଥିଲା । ଏଥିରେ ୫୦୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୭୩,୭୨୦ ଟଙ୍କା ରହିଛି । ଗତକାଲି ୭୪,୧୩୦ ଟଙ୍କା ଥିଲା । ଏଥିରେ ୪୧୦ ଟଙ୍କା ହ୍ରାସ ହୋଇଛି ।ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୧୦ , ୦୦୦ ଟଙ୍କା ହୋଇଛି ।

Read More

ଆଜି କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ । ୪୪ ବର୍ଷରେ ପାଦ ଦେଲେ ମାହି । କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଏମଏସ ଧୋନୀ ମ୍ୟାଚର ବେଷ୍ଟ ଫିନିସର । କୌଣସି ବି ମ୍ୟାଚ୍ ଆପଣ ଦେଖିବେ ଯଦି ଧୋନୀ ଶେଷ ଯାଏଁ ଥିବେ ତାହାଲେ ସିଏ ଦଳକୁ ବିଜୟ ସହ ଏକ ସୁନ୍ଦର ଛକା, ଚୌକା ସହ ଫିନିସ୍ କରିଥିବାର ଅନେକ ନଜିର ରହିଛି । ଧୋନୀଙ୍କର ଇଚ୍ଛା କ୍ରିକେଟରେ ନଥିଲା । ତାଙ୍କ ସ୍କୁଲ ସମୟରେ, ସେ ଫୁଟବଲ୍ ଦଳର ଗୋଲକିପର ଥିଲେ, କିନ୍ତୁ ଗୋଟିଏ ଦିନ ତାଙ୍କ କ୍ରୀଡ଼ା ଶିକ୍ଷକ ତାଙ୍କୁ କହିଲେ – କ୍ରିକେଟ୍ ଦଳକୁ ଜଣେ ୱିକେଟକିପର ଆବଶ୍ୟକ, ତୁମେ ଚେଷ୍ଟା କରିବ କି? କଥା କେବଳ ଏତିକି ଥିଲା, ଆଉ ସେଠାରୁ ବିଶ୍ୱକପ୍ ଟ୍ରଫି ପାଇଁ ଆରମ୍ଭ ହୋଇଥିଲା ଯାତ୍ରା । ଧୋନୀ ସବୁବେଳେ କୁହନ୍ତି ଯେ ସେ ସଚିନ…

Read More

ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ସୋମବାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।ସେହିପରି ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ, କଟକ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ସତର୍କ ସୂଚନା ଜାରି କରାଯାଇଛି। ଏହାବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୂରଭଞ୍ଜରେ ମଧ୍ୟ ବର୍ଷା ସମ୍ଭାବନା ଥିବା ଜଣାପଡ଼ିଛି।

Read More