ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲର କନିଷ୍ଠ କିରାଣୀ ( ରେକର୍ଡ କିପର ) ଓ ଡ୍ରାଇଭର । ରେକର୍ଡ କିପର ନରେନ୍ଦ୍ର ସାହୁ ଏବଂ ଡ୍ରାଇଭର ଜିତେନ୍ଦ୍ର କୁମାର ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜମି ଡିର୍ମାକେସନ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଟିମ୍ ନରେନ୍ଦ୍ରଙ୍କ ଘର, ସରକାରୀ କାର୍ଯ୍ୟାଳୟ ଆଦିରେ ଏକକାଳୀନ ଚଢ଼ାଉ କରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅନୁସନ୍ଧାନ କରୁଛନ୍ତି। ପୂର୍ବରୁ ଜମିର କିସମ ପରିବର୍ତ୍ତନ ପାଇଁ ୧୮ହଜାର ଟଙ୍କା ଲାଞ୍ଚ ନେଇ ନରେନ୍ଦ୍ର ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ ବ୍ରହ୍ମଗିରି ତହସିଲର ରେକର୍ଡ କିପର
By madhulekha1 Min Read
