ବୁଧବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଭୀଷଣ ବର୍ଷା ପାଇଁ ୪ ଜିଲ୍ଲାକୁ ଆଜି ସକାଳ ସାଢ଼େ ୮ଟା ଯାଏଁ ରେଡ୍ ୱା୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।ଗତକାଲି ବାଲେଶ୍ୱର ସହରରେ ଗୋଟିଏ ଦିନରେ 246.6 ମିମି ବୃଷ୍ଟିପାତ ରେକର୍ଡ ହୋଇଛି । ଯାହା 1908ରୁ ଏଯାବତ ଜୁଲାଇ ମାସରେ ଗୋଟିଏ ଦିନରେ ରେକର୍ଡ ହୋଇଥିବା ତୃତୀୟ ସର୍ବାଧିକ ବୃଷ୍ଟିପାତ ।ସେପଟେ ଲଘୁଚାପ ବର୍ଷା ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରମୁଖ ନଦୀରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଅଞ୍ଚଳରେ ଭନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନୁଗୋଳ, ବାଲେଶ୍ୱର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବନ୍ୟା ସ୍ଥିତି ସାଂଘାତିକ ହୋଇଛି । ଜଳବନ୍ଦୀ ସ୍ତିତି ସୃଷ୍ଟି ହୋଇଥିବାରୁ ଅନେକ ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି ।
ଓଡ଼ିଶାରେ ଭୀଷଣ ବର୍ଷା, ବାଲେଶ୍ୱରରେ ସର୍ବାଧିକ ବୃଷ୍ଟିପାତ
By madhulekha1 Min Read
