ସାରା ଦେଶରେ ମୌସୁମୀ ବର୍ଷା ଜାରି ରହିଛି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଚଳନ୍ତା ଟାଟା ସୁମୋ ଗାଡ଼ି ଉପରେ ପାହାଡ଼ରୁ ବଡ଼ ପଥର ଖସିବା ଯୋଗୁଁ ଗାଡ଼ିରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଦିବାସୀ ବହୁଳ ପାଙ୍ଗୀ ଉପତ୍ୟକାର କିଲ୍ଲାର-ଉଦୟପୁର ରାସ୍ତାରେ ଥିବା କାଡୁ ନାଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ସ୍ପିତି ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି ।ଦୁର୍ଘଟଣାରେ ତେର ଜଣଙ୍କର ମୃତ୍ୟୁ ହୋଇଛି; ତଥାପି, ପ୍ରଶାସନ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା କିମ୍ବା ମୃତକଙ୍କ ପରିଚୟକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ। ସ୍ଥାନୀୟ ସୂତ୍ର ଅନୁଯାୟୀ, ଗାଡ଼ିରେ ଯାତ୍ରା କରୁଥିବା ୧୫ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଙ୍ଗୀ ଉପତ୍ୟକାର ବାସିନ୍ଦା ବୋଲି ଜଣାପଡିଛି।
ଭୟଙ୍କର ଦୁର୍ଘଟଣା, ଗାଡ଼ି ଉପରେ ଖସିପଡ଼ିଲା ବଡ଼ ପଥର, ୧୩ ମୃତ
By madhulekha1 Min Read
