ଇନଷ୍ଟାଗ୍ରାମ୍ରେ ଜଣେ ଜର୍ମାନ ଇନଫ୍ଲୁଏନ୍ସର ଫଟୋକୁ ‘ଲାଇକ୍’ କରି ଚର୍ଚ୍ଚାକୁ ଆସିଯାଇଛନ୍ତି କ୍ରିକେଟର୍ ବିରାଟ କୋହଲି । ଏହି ମଡେଲ ହେଉଛନ୍ତି ଲିଜ୍ ଲାଜ୍ । ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କେତେକ ପ୍ରଶଂସକ ଏହାକୁ ନେଇ ମଜାଦାର ମିମ୍ ସେୟାର କରିଛନ୍ତି ତ ଆଉ କେତେକ ଲେଖିଛନ୍ତି ଏଥର ବି ବୋଧହୁଏ ଆଲଗୋରିଦିମ୍ ସମସ୍ୟା ଯୋଗୁଁ ଏପରି ହୋଇଛି ।ଗୁରୁବାର ରାତିରେ, ଏହି ଗସିପର ଏକ ସ୍କ୍ରିନସଟ୍ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା। ଯାହା ଫଳରେ ୟୁଜର୍ସଙ୍କ ମତାମତରେ ଝଡ଼ ସୃଷ୍ଟି କରିଛି। ତଥାପି, ଏହା ସ୍ପଷ୍ଟ ନୁହେଁ ଯେ କୋହଲି ପ୍ରକୃତରେ ପୋଷ୍ଟଟିକୁ ଲାଇକ କରିଛନ୍ତି ନା ଏହା କେବଳ ଏକ ଆଲଗୋରିଦମ ଦ୍ୱାରା ହୋଇଥିବା ଏକ ତ୍ରୁଟି।ଗତ ବର୍ଷ ବି ଏକ ସମାନ ଘଟଣାକୁ ନେଇ ବିରାଟ ଚର୍ଚ୍ଚାରେ ଥିଲେ । ସେ ଇନଷ୍ଟାଗ୍ରାମ୍ରେ ଅବନୀତ କୌର୍ ନାମକ ମଡେଲ୍ଙ୍କ ଫଟୋରେ ‘ଲାଇକ୍’ ମାରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ବିରାଟଙ୍କ ବୈବାହିକ ଜୀବନକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା । ବିବାଦ ଏତେ ବଢିଥିଲା ଯେ ବାଧ୍ୟ ହୋଇ ବିରାଟ ଏକ ବୟାନ ଜାରି କରି ସ୍ପଷ୍ଟୀକରଣ ଦେଇଥିଲେ। ସେ ଲେଖିଥିଲେ ଯେ ଆଲ୍ଗୋରିଦିମ୍ ସମସ୍ୟା ଯୋଗୁଁ ଅଜାଣତରେ ଏପରି ହୋଇଥାଇପାରେ । ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା ।
ବିରାଟଙ୍କ ‘ଲାଇକ୍କୁ’ ନେଇ ପୁଣି ବିବାଦ !ଏଥର ଜର୍ମାନ ଇନଫ୍ଲୁଏନ୍ସର
By madhulekha1 Min Read
