ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ତାଙ୍କର ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଛାଡପତ୍ରର ୪ ବର୍ଷ ପରେ ପୁଣି ଦ୍ବିତୀୟ ବିବାହ କଲେ ଅଭିନେତ୍ରୀ ସାମନ୍ଥା ରୁଥ୍ । ଅଭିନେତ୍ରୀ ସାମନ୍ଥା ଏବଂ “ଦି ଫ୍ୟାମିଲି ମ୍ୟାନ୍” ନିର୍ଦ୍ଦେଶକ ରାଜ ନିଦିମୋରୁ ଆଜି କୋଏମ୍ବାଟୁରର ଇଶା ଯୋଗ କେନ୍ଦ୍ରର ଲିଙ୍ଗ ଭୈରବୀ ମନ୍ଦିରରେ ବିବାହ କରିଥିଲେ। ଏବେ ସେମାନଙ୍କ ବିବାହ ଫଟୋ ଖୁବ୍ ଜୋରରେ ଭାଇରଲ ହେଉଛି । ଏହି ଦମ୍ପତି ଏକ ସରଳ ଢଙ୍ଗରେ ବିବାହ କରିଥିଲେ। ବିବାହ ପରେ ସାମନ୍ଥାଙ୍କୁ ଏକ ଦାମୀ ଉପହାର ମିଳିଛି। ଏହି ଉପହାର ଆଉ କେହି ନୁହେଁ, ସ୍ବାମୀ ଦେଇଛନ୍ତି। ରାଜ ସାମନ୍ଥାଙ୍କୁ ଏକ ସୁନ୍ଦର ଘର ଉପହାର ଦେଇଛନ୍ତି। ଏହି ଘର ହାଇଦ୍ରାବାଦର ଜୁବୁଲି ହିଲ୍ସରେ ଅବସ୍ଥିତ। ବିବାହ ସମୟରେ ସାମନ୍ଥାଙ୍କୁ ଘରର ଚାବି ଦେଇଥିଲେ। ସିଟାଡେଲ ଶୁଟିଂ ସମୟରେ ସାମନ୍ଥା ଏବଂ ରାଜ ପ୍ରେମରେ ପଡ଼ିଯାଇଥିଲେ।ଏହା ରାଜ ଏବଂ ସାମନ୍ଥା ଉଭୟଙ୍କ ପାଇଁ ଦ୍ୱିତୀୟ ବିବାହ। ରାଜ ପ୍ରଥମେ ଶ୍ୟାମଳୀ ଦେଙ୍କୁ ବିବାହ କରିଥିଲେ। ଏହି ଦମ୍ପତି ୨୦୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ୨୦୨୨ରେ ଅଲଗା ହୋଇଥିଲେ। ସାମନ୍ଥା ପୂର୍ବରୁ ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ। ଏହି ବିବାହ ମାତ୍ର ଚାରି ବର୍ଷ ଚାଲିଥିଲା। ସାମନ୍ଥା ଏବଂ ନାଗା ୨୦୧୭ରେ ବିବାହ କରିଥିଲେ ଏବଂ ୨୦୨୧ରେ ଅଲଗା ହୋଇଥିଲେ।
ସାମନ୍ଥାଙ୍କୁ ଖାସ୍ ଗିଫ୍ଟ ଦେଲେ ସ୍ୱାମୀ ରାଜ୍
By madhulekha1 Min Read
