ବାରବାଟୀରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଉଭୟ ଦଳର ଖେଳାଳି ରବିବାର ଅପରାହ୍ଣରେ ଭୁବନେଶ୍ବର ପହଞ୍ଚିଛନ୍ତି। ସୋମବାର ବାରବାଟୀରେ ଭାରତୀୟ ଖେଳାଳି ମଧ୍ୟାହ୍ନରେ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି ଅପରାହ୍ଣରେ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି।ବିମାନବନ୍ଦରରୁ କାରକେଡ୍ ସୁରକ୍ଷା ମଧ୍ୟରେ ଖେଳାଳିମାନଙ୍କୁ ହୋଟେଲ୍ ମେ’ ଫେୟାର୍ ନିଆଯାଇଛି। ବିମାନବନ୍ଦରଠାରୁ ହୋଟେଲ୍ ପର୍ଯ୍ୟନ୍ତ ବି ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଓ ସ୍ବାଗତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ତେବେ ଆଜି ନେଟ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ ।୯ ତାରିଖରେ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଦୁଇଦଳର ଅଭ୍ୟାସ ଦେଖିବାକୁ ଦର୍ଶକଙ୍କ ପାଇଁ ଖୋଲା ରହିବ ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯିବ।
ମଙ୍ଗଳବାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍: ଅଭ୍ୟାସ ଦେଖିବାକୁ ଦର୍ଶକଙ୍କ ପାଇଁ ଖୋଲା ରହିବ ୭ ନମ୍ବର ଫାଟକ
By madhulekha1 Min Read
