ଟିଭିକେ ନେତା ତଥା ଅଭିନେତା ଥାଲାପତି ବିଜୟଙ୍କୁ ସିବିଆଇ ଜେରା । କରୁର ଦଳାଚକଟା ମାମଲାରେ ପଚରାଉଚରା କରୁଛି ସିବିଆଇ । ଦିଲ୍ଲୀ ସିବିଆଇ ହେଡ୍ କ୍ବାର୍ଟରରେ ପହଞ୍ଚିଛନ୍ତି ବିଜୟ କୁମାର ।ଅଧିକାରୀମାନେ କହିଛନ୍ତି ଯେ, କାର୍ଯ୍ୟକ୍ରମ ପୂର୍ବରୁ ଏବଂ କାର୍ଯ୍ୟକ୍ରମ ସମୟରେ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁତ୍ବ ଦିଆଯିବ, ଯେଉଁଥିରେ ବିଜୟଙ୍କ ଗତିବିଧି, ତାଙ୍କ ଆସିବାରେ ବିଳମ୍ବ ପ୍ରବଳ ଭିଡ଼ ପାଇଁ ଅବଦାନ ରଖିଥିଲା କି ନାହିଁ ସେ ସମ୍ପର୍କରେ ପଚରାଉଚରା କରାଯିବ । ସଂସ୍ଥାକୁ ରାଲି ପାଇଁ ମିଳିଥିବା ଅନୁମତି, ସ୍ୱେଚ୍ଛାସେବୀ ନିୟୋଜିତ, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଜିଲ୍ଲା କର୍ତ୍ତୃପକ୍ଷ ଏବଂ ପୁଲିସ ସହିତ ସମନ୍ୱୟ ସମ୍ବନ୍ଧୀୟ ଦସ୍ତାବିଜ ମଧ୍ୟ ମଗାଯାଇଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କ ପାଇଁ ଭିତ୍ତିଭୂମି, ପରିବହନ, ଖାଦ୍ୟ ଏବଂ ପାଣି ବ୍ୟବସ୍ଥା ସହିତ ଜଡିତ ଆର୍ଥିକ ରେକର୍ଡ ମଗାଯାଇଛି ।ସିବିଆଇ ଜେରାରେ ସମ୍ମୁଖୀନ ହେବାକୁ ବିଜୟ ଚେନ୍ନାଇରୁ ଏକ ଚାର୍ଟାଡ ବିମାନରେ ଦିଲ୍ଲୀରେ ଆସି ପହଞ୍ଚିଥିଲେ । ଦିଲ୍ଲୀ ବିମାନବନ୍ଦରରୁ ସିବିଆଇ ମୁଖ୍ୟାଳୟକୁ ଯାଇଛନ୍ତି ।
କରୁର ଦଳାଚକଟା ମାମଲା : ଥାଲାପତି ବିଜୟଙ୍କୁ ପଚରାଉଚରା କରୁଛି CBI
By madhulekha1 Min Read
