ବିଜୟ ଥାଲାପତିଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ । ବିଜୟଙ୍କ ଫିଲ୍ମ ଆଜି ରିଲିଜ ହେବାକୁ ରହିଥିଲା, କିନ୍ତୁ ଫିଲ୍ମର ରିଲିଜ ଉପରେ ରୋକ୍ ଲଗାଯାଇଥିଲା । ଏହାପରେ ଫିଲ୍ମ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(CBFC) ତରଫରୁ କ୍ଲିଏରାନ୍ସ ସାର୍ଟିଫିକେଟ ମିଳିନଥିଲା । ମାଡ୍ରାସ ହାଇକୋର୍ଟ ଏବେ ଜନ ନାୟଗନକୁ ମେକର୍ସ ଦ୍ବାରା ଦାୟର ହୋଇଥିବା ଯାଚିବାରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି ।ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାୟଗନ’ ଡିସେମ୍ବର ୧୮ ତାରିଖରେ CBFCରେ ଦାଖଲ କରାଯାଇଥିଲା। ସେହି ସମୟରେ ୨୭ କଟ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ପାଳନ କରି, ନିର୍ମାତା କିଛି ଆବଶ୍ୟକୀୟ ପରିବର୍ତ୍ତନ କରିବା ସହ ପ୍ରମାଣପତ୍ର ପାଇଁ ପୁନଃ ଦାଖଲ କରିଥିଲେ। କିନ୍ତୁ ସେମାନେ ପ୍ରମାଣପତ୍ର ପାଇନଥିଲେ। ଯାହା ପରେ ନିର୍ମାତା ମାଦ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ଦେଖିବାକୁ ବାକି ଅଛି ଯେ ଫିଲ୍ମର ନୂଆ ରିଲିଜ୍ ଡେଟ୍ କେବେ ହେବ। ଯାହା ଏପର୍ଯ୍ୟନ୍ତ ନିର୍ମାତାଙ୍କ ଦ୍ୱାରା ଘୋଷଣା କରାଯାଇ ନାହିଁ।
ମାଡ୍ରାସ ହାଇକୋର୍ଟର ବଡ଼ ନିଷ୍ପତ୍ତି, ବିଜୟଙ୍କ ଫିଲ୍ମ ଜନ ନାୟଗନଙ୍କୁ ମିଳିଲା UA ସାର୍ଟିଫିକେଟ୍
By madhulekha1 Min Read
