ଭଡା ଘରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ବିଇଡି ପାଇଁ ଯୁବତୀ ପ୍ରସ୍ତୁତି କରୁଥିବା ବେଳେ ଗତକାଲି(ଗୁରୁବାର) ତାଙ୍କ ମୃତଦେହ ମିଳିଛି । ପରିବାରଲୋକେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଏପରି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳରୁ ।ଘର ଲୋକଙ୍କ କହିବା ଅନୁଯାୟୀ, ଗତ ୭ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କ ନିଜ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ l କିନ୍ତୁ ପରଦିନ ଅର୍ଥାତ୍ ୮ ତାରିଖ ସନ୍ଧ୍ୟାରେ ତାଙ୍କ ଫୋନ୍ ସ୍ଵିଚ ଅଫ୍ ଥିଲା l କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ପହଞ୍ଚିବା ପରେ ଘର ଭିତରେ ଚଟାଣରେ ଝିଅର ମୃତଦେହ ପଡିଥିବା ଦେଖିଥିଲେ l ଘର ସିଲିଂ ଫ୍ୟାନ୍ ରେ ଏକ ଶାଢ଼ି ଝୁଲି ରହିଥିବା ବେଳେ ଫ୍ୟାନ ବ୍ଲେଡ ବଙ୍କା ହୋଇଯାଇଥିଲା lମୃତ ଯୁବତୀଙ୍କ ବାପା କହିଛନ୍ତି, ‘ମୋ ଝିଅର କାହାରି ସହିତ ଶତ୍ରୁତା ନଥିଲା, ପୂର୍ବରୁ କାମ କରୁଥିବା ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସହ ଭଲ ସମ୍ପର୍କ ଥିଲା ।’୫/୨୦୨୬ରେ ମାମଲା ରୁଜ୍ଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ |ସୂଚନା ଅନୁଯାୟୀ ଯୁବତୀ ଜଣଙ୍କ ପୂର୍ବରୁ କେନ୍ଦ୍ରାପଡା ମ୍ୟୁନିସିପାଲିଟିର ସ୍ଵଚ୍ଛଭାରତ ଅଭିଯାନରେ କାର୍ଯ୍ୟ କରୁଥିଲେ l
ଭଡା ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ପରିବାର ଆଣିଲା ଦୁଷ୍କର୍ମ-ହତ୍ୟା ଅଭିଯୋଗ
By madhulekha1 Min Read
