ନାବାଳିକାଙ୍କ ଅଶ୍ଲୀଳ ଭିଡିଓକୁ ବିଭିନ୍ନ ହ୍ୱାଟସ୍ଆପ୍ ଗ୍ରୁପ୍ରୁ ଓ ସୋସିଆଲ୍ ମିଡିଆରେ ବାରମ୍ବାର ଫରୱାଡ୍ କରିବା ଅଭିଯୋଗରେ କଟକ ସାଇବର୍ ଥାନା ପୁଲିସ ମୁକେଶ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୁକେଶର ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଧାନବାଦ ଅଞ୍ଚଳରେ ।ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଧାନବାଦ ଅଞ୍ଚଳର ଯୁବକ ଜଣଙ୍କ ନିଜ ମୋବାଇଲରେ ନିୟମିତ ଅଶ୍ଳୀଳ ଭିଡିଓ ଡାଉନଲୋଡ କରି ରଖୁଥିଲା । ପରେ ସେହି ଭିଡ଼ିଓ ଗୁଡ଼ିକୁ ବିଭିନ୍ନ ଫୋନ୍କୁ ଫରୱାର୍ଡ କରୁଥିଲା । ଏମିତି ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରୁଥିଲା ସଂପୃକ୍ତ ଯୁବକ । ଏ ନେଇ ସାଇବର ଥାନାରେ ଅଭିଯୋଗ ଆସିଥିଲା । ଅଭିଯୋଗ ପାଇବା ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ସାଇବର ଥାନା ପୋଲିସ ମୋବାଇଲର ଆଇପି ଆଡ୍ରେସରୁ ଫୋନ ଲୋକେସନ ସଂଗ୍ରହ କରିଥିଲା। ସେଠାରେ ଚଢ଼ାଉ କରି ପୋଲିସ ମୁକେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ତେବେ କେଉଁ ମାନଙ୍କ ଅଶ୍ଳୀଳ ଭିଡିଓ ଅଭିଯୁକ୍ତର ମୋବାଇଲରେ ରହିଛି, କେଉଁ କେଉଁ ମୋବାଇଲକୁ ସେ ଅଶ୍ଳୀଳ ଭିଡିଓ ଫରଓ୍ବାର୍ଡ କରିଛି, ଏଥିରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ସାଇବର ଥାନା ପୋଲିସ ।
ଏକାଧିକ ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ଯୁବକ ଗିରଫ
By madhulekha1 Min Read
