ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନାରେ।ବିଷ ପିଇବା ପରେ ଗୁରୁତର ଅବସ୍ଥାରେ ପ୍ରଥମେ ହାଟଡିହି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଆନନ୍ଦପୁର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଉଭୟ ଯୁବକ ଯୁବତୀଙ୍କ ସହ ପରିବାରକୁ ଥାନାକୁ ଡକାଯାଇଥିଲା । ସମାଧାନ ପାଇଁ ଉଦ୍ୟମ ଚାଲିଥିବା ବେଳେ ଯୁବକ ଜଣଙ୍କ ବିଷ ପିଇଦେଇଥିଲେ । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ସୂଚନାନୁଯାୟୀ, ନନ୍ଦିପଦା ଥାନା ଅଧୀନ ଶାଳନିଆଁ ଗାଁର ବିପିନ ବିହାରୀ କୁଆଁର ଡିମିରିଆର ଜଣେ ଯୁବତୀଙ୍କୁ ଗତ ୩ବର୍ଷ ଧରି ଭଲପାଉଥିଲେ। ହେଲେ ବିବାହ ପାଇଁ ପ୍ରସ୍ତାବ ଦେବାରୁ ଯୁବତୀ ଆଉ ରାଜି ହୋଇ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇଥିଲା। ଏପରିକି ବିପିନଙ୍କ ବିରୋଧରେ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମଙ୍ଗଳବାର ନନ୍ଦିପଦା ପୋଲିସ ଉଭୟ ପରିବାରଙ୍କୁ ଥାନାକୁ ଡକାଇ ଘଟଣା ସମ୍ପର୍କରେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ ଚଳାଇଥିଲା। ହେଲେ ଯୁବତୀଙ୍କଠାରୁ ମିଳିଥିବା ଏଭଳି ପ୍ରତାରଣାକୁ ସହି ନ ପାରି ଥାନା ପରସରରେ ବିପିନ ବିଷ ପିଇଦେଇଥିଲେ।
ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ
By madhulekha1 Min Read
