ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG) ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି। ନନ୍ଦିନୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ସେ ଏବେ ବିବାହ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ ମଧ୍ୟ ପରିବାର ଲୋକେ ତାଙ୍କ ଉପରେ ଜୋର ଜବରଦସ୍ତ କରୁଥିଲେ। ଏହା ବ୍ୟତୀତ ସେ ଅଭିନୟ ଜାରି ରଖିବାକୁ ଚାହୁଁଥିବା ବେଳେ ପରିବାର ଲୋକେ ତାଙ୍କୁ ସରକାରୀ ଚାକିରି କରିବାକୁ ବାଧ୍ୟ କରୁଥିଲେ। ଦୀର୍ଘ ଦିନରୁ ସେ ମାନସିକ ଚାପ ଓ ଅବସାଦ ଦେଇ ଗତି କରୁଥିବା ଏହି ନୋଟ୍ରୁ ଜଣାପଡ଼ିଛି।ସୋସିଆଲ ମିଡିଆରେ ଏବେ ଏକ ଦୁଃଖଦ ସଂଯୋଗକୁ ନେଇ ଚର୍ଚ୍ଚା ହେଉଛି। ତାଙ୍କର ସାମ୍ପ୍ରତିକ ସିରିଏଲ ‘ଗୌରୀ’ର ଏକ ଦୃଶ୍ୟରେ ତାଙ୍କ ଚରିତ୍ର ବିଷ ପିଇ ଆତ୍ମହତ୍ୟା କରିଥିଲା। ଏହି ଅନ୍-ସ୍କ୍ରିନ୍ ଘଟଣାର କିଛି ଦିନ ପରେ ବାସ୍ତବ ଜୀବନରେ ତାଙ୍କର ଏଭଳି ଚରମ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି।
