ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ଶନିବାର ଏନେଇ ମୁହଁ ଖୋଲିଛନ୍ତି ବର୍ଷାଙ୍କ ଜଣେ ସାଙ୍ଗ। ସେ କହିଛନ୍ତି, ବିବାହ ପୂର୍ବରୁ ସବୁକିଛି ଠିକ୍ଠାକ୍ ଚାଲିଥିଲା। ସବୁ ବିବାଦ ଆରମ୍ଭ ହୋଇଛି ବିବାହ ପରେ। ଗୁଲୁଆଙ୍କୁ ସୁଧାରିବା ପାଇଁ ବର୍ଷା ବହୁତ ଚେଷ୍ଟା କରି ବିଫଳ ହୋଇଛନ୍ତି। ମାଡ଼, ଗାଳି ସବୁ ସହିକି ବର୍ଷା ସେଇଠି ରହିଥିଲା। ପ୍ରଥମ ଯେଉଁଦିନ ବର୍ଷା ଗୁଲୁଆଙ୍କ ପରକୀୟା ପ୍ରୀତି ଧରିଥିଲା, ସେହିଦିନଠାରୁ ସେ ତାଙ୍କୁ ବାଟକୁ ଆଣିବା ପାଇଁ ଚେଷ୍ଟା କରୁଥିଲା। ମାତ୍ର ଗୁଲୁଆ ତାକୁ ମାନୁ ନ ଥିଲେ। ବର୍ଷା ନ ଥିବାବେଳେ ସେ ଅନ୍ୟ ଝିଅମାନଙ୍କୁ ନେଇ ବାହାରକୁ ଯାଇଥାନ୍ତି। ଗୁଲୁଆ ଯେବେ ଘରକୁ ଆସନ୍ତି ପଚାରନ୍ତି ବର୍ଷା ଘରେ ଅଛି କି ନାଇଁ। ତା’ ପରେ ସେ ତାଙ୍କର ଅନ୍ୟ ଝିଅମାନଙ୍କୁ ନେଇ କେଉଁଆଡ଼େ ସବୁ ଯାଇଥାନ୍ତି। ବର୍ଷା ତାଙ୍କୁ ବହୁତ ସୁଯୋଗ ଦେଇଥିଲେ ବଦଳିଯିବା ପାଇଁ ସେ ବଦଳିଲେ ନାହିଁ।
ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ବର୍ଷାଙ୍କ ସାଙ୍ଗ
By madhulekha1 Min Read
