ଗୁଲୁଆ-ବର୍ଷାଙ୍କ ପାରିବାରିକ କଳିକୁ ନେଇ ସବୁଠି ଚର୍ଚ୍ଚା |ବର୍ତ୍ତମାନ ଗୁଲୁଆ ଟିମ୍ରେ କାମକରୁଥିବା ଅନ୍ୟଜଣେ ୟୁଟ୍ୟୁବର ହାସ୍ୟ ଅଭିନେତା କାଳିଆ ଷଣ୍ଢ କହିଛନ୍ତି, ଗୋଟିଏ ଦିନରେ ସେମାନଙ୍କ ୧୭ ହଜାର ଜିନିଷକୁ ନେଇ ଝଗଡ଼ା। ଗୋଡି କାଇଁ ଏଇଠି ପଡ଼ିଲା ସେଇଟାକୁ ନେଇ ଝଗଡ଼ା। ଚୁଟି ନ ବାନ୍ଧିଲେ ବି ଝଗଡ଼ା। କିଏ ଖରାପ କହି ପାରିବିନି ଉଭୟ ମତେ ସ୍ନେହ ଆଦର କରନ୍ତି। ମୋ ଜାଣତରେ ଗୁଲୁଆ ଭାଇ କୌଣସି ଝିଅ ସହ ଖରାପ ସମ୍ପର୍କରେ ନାହାନ୍ତି। ସମସ୍ୟା ସମଧାନ ହୋଇଯାଉ ଉଭୟ ଖୁସିରେ ରୁହନ୍ତୁ ବୋଲି କାଳିଆ କହିଛନ୍ତି।ତେବେ ଗୁଲଆ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି।ସେ କହିଛନ୍ତି, ମୁଁ ବର୍ଷାଙ୍କୁ ବାଡ଼ାଇ ନାହିଁ ବରଂ ସେ ମୋତେ ପ୍ରଥମେ ବାଡ଼ାନ୍ତି। ସେ ମୋତେ ଏବଂ ମୋ ବାପାଙ୍କୁ ରାତିରେ ଫୋନ କରି ଧମକ ଦେଇଛନ୍ତି। ମୋତେ ବର୍ଷା କୋଟିଏ ଟଙ୍କା ମାଗିଥିଲେ। ଘର ପାଖକୁ ଗୁଣ୍ଡା ନେଇ ଅନେକ ଥର ଆସିଥିଲେ। ମୋ ଶ୍ବଶୁର ମୋତେ ଗୋଟିଏ ଟଙ୍କା ଦେଇନାହାନ୍ତି। ଅଯଥା ମୋତେ ବଦନାମ କରାଯାଉଛି, ଅପରାଧୀ ସଜାଉଛନ୍ତି ବର୍ଷା। ମୁଁ ବର୍ଷାଙ୍କ ସହ ଚାପରେ ବାହା ହୋଇଥିଲି। ବାହା ନ ହେଲେ ଜୀବନ ହାରିବେ ବୋଲି ମୋତେ ଧମକ ଦେଇଥିଲେ। ବାହା ହେବା ପରେ ବର୍ଷା ମୋତେ ନିର୍ଯାତନା ଦେଇଛନ୍ତି। ଶାରିରୀକ ସଂପର୍କ ରଖିବାକୁ ବର୍ଷା ମୋତେ ମନା କରିଥିଲେ ବୋଲି ଗୁଲୁଆ କହିଛନ୍ତି।
ଗୁଲୁଆ-ବର୍ଷାଙ୍କୁ ନେଇ ବଡ ବୟାନ ଦେଲେ କାଳିଆ ଷଣ୍ଢ
By madhulekha1 Min Read
