କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଏତଲା । କଟକ ମର୍କତ ନଗର ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି ନେଇ ଏତଲା ଦେଇଛନ୍ତି ସେଫାଳି ସୁନା । ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ଏତଲାରେ ସେ ଉଲ୍ଲେଖ କରିଛନ୍ତି । ଏତେଲା କରି ଅବହେଳା, ଦୁର୍ବବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମାଆ । ଷଡଯନ୍ତ୍ର, ଆର୍ଥିକ ହେରାଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତ ତଦନ୍ତ ଦାବି କରିଛନ୍ତି । ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦିଶ ମହାନ୍ତିଙ୍କ ଭୂମିକା ସନ୍ଦେହଜନକ ବୋଲି ଏତେଲା ଉଲ୍ଲେଖ କରାଯାଇଛି । ଏଥିସହ ଆଉ କିଛି ନିକଟ ସମ୍ପର୍କୀୟଙ୍କ ନାଁ ମଧ୍ୟ ଏତଲାରେ ଉଲ୍ଲେଖ କରାଯାଇଛିି । ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ମଧ୍ୟ ଉଲ୍ଲେଖ କରାଯାଇଛିି । ଅର୍ପିତା ଚୌଧୁରୀଙ୍କ ସମ୍ପତ୍ତିକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ହ୍ୟୁମାନଙ୍କ ମାଆ ।ଏହା ସହ ହ୍ୟୁମାନଙ୍କ ଫୋନ୍ ଡିଟେଲ, ଘରର CCTV ଯାଞ୍ଚ କରିବାକୁ ଦାବି କରିଛନ୍ତି ।
ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଏତଲା ଦେଲେ ହ୍ୟୁମାନଙ୍କ ମାଆ
By madhulekha1 Min Read
