ମୌଳିକ ସୁବିଧା ପାଇଁ ୮ କିଲୋମିଟର ଚାଲିଲେ ଅନ୍ତେବାସୀ । ହଷ୍ଟେଲରେ ଦୁଇ ମାସରୁ ଅଧିକ ହେବ ନାହିଁ ମୌଳିକ ସୁବିଧା । ମିଳୁଛି ପୋକରା ଚାଉଳର ଭାତ, ନାହିଁ ପାଣିର ସୁବିଧା । । ଯାହାକୁ ନେଇ ତାତିଛନ୍ତି ମୟୂରଭଞ୍ଜ ଉଦଳା ସ୍ଥିତ ବିସିପୁର ଆଶ୍ରମ ବିଦ୍ୟାଳୟର ଅନ୍ତେବାସୀ ।ଆଶ୍ରମ ସ୍କୁଲ ହଷ୍ଟେଲରେ ରୁହନ୍ତି ୧୦୦ ଶହେ ଛାତ୍ର ଏବଂ ୧୫୦ ଛାତ୍ରୀ । ଅନ୍ତେବାସୀଙ୍କ ପାଇଁ ଦୁଇ ମାସରୁ ଉର୍ଦ୍ଧ ହେବ ପାନୀୟ ଜଳ ଏବଂ ବିଦ୍ୟୁତ ସୁବିଧା ନାହିଁ । ଯାହାକୁ ନେଇ ବାରମ୍ବାର ଅନ୍ତେବାସୀ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମେଟ୍ରୋନଙ୍କୁ ଅବଗତ କରିଛନ୍ତି । ଏପରିକି ମେଟ୍ରୋନ ଏ ବାବଦରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଲେ ମଧ୍ୟ ପ୍ରଧାନ ଶିକ୍ଷକ ଏହି ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ଆସି ଅନ୍ତେବାସୀଙ୍କୁ ଗାଳିଗୁଲଜ କରୁଥିବା କହିଛନ୍ତି ଛାତ୍ରୀ । ଏହାର ସମାଧାନ ନ ହେବାରୁ ଶେଷରେ ଆଜି ଅନ୍ତେବାସୀ ହଷ୍ଟେଲରୁ ବାହାରି ଚାଲି ଚାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟିବାକୁ ଯାଇଛନ୍ତି ।
